ଖୁସି ଖବର ! ପୁଣି କାଳିଆ ଯୋଜନା ପଇସା ମିଳିବ ଏହି ତାରିଖରେ, କେଉଁ ମାନଙ୍କୁ ମିଳିବ ଶୀଘ୍ର ଦେଖନ୍ତୁ

0

ଏବେ ଏବେ କାଳିଆ ଯୋଜନା କୁ ନେଇ ଆସୁଛି କିଛି ବଡ଼ ଯାହାକି କାଳିଆ ଯୋଜନା ର ତୃତୀୟ କିସ୍ତି ମିଳି ପାରେ ମାର୍ଚ୍ଚ ମାସ ରେ । ତେବେ କେଉଁ ମାନଙ୍କୁ ଏହି ତୃତୀୟ କିସ୍ତି ଅର୍ଥ ମିଳିବା ପାଇଁ ଯାଉଛି ଓ କିପରି ମିଳିବ ଆସନ୍ତୁ ଜାଣିବା ସମ୍ପୂର୍ଣ ଅପଡେଟ ଏହି ଲେଖା ମାଧ୍ୟମରେ ; କାଳିଆ ଯୋଜନା ର ତୃତୀୟ କିସ୍ତି ଟଙ୍କା ୨୦୨୦ ରେ ଚାଷୀ ମାନଙ୍କୁ ମିଳିବାର ଥିଲା।ହେଲେ କରୋନା ମହାମାରୀ ଯୋଗୁଁ ଏହି ଟଙ୍କା ଚାଷୀ ମାନଙ୍କୁ ପ୍ରଦାନ କରା ଯାଇ ପାରି ନାହିଁ।ତେଣୁ ସମସ୍ତେ ଭାବୁ ଥିଲେ କି କଳିଆ ଯୋଜନା ବନ୍ଦ ହୋଇ ଗଲା ବୋଲି ଏବଂ କେହି କେହି ଭାବୁ ଥିଲେ କି କଳିଆ ଯୋଜନା ର ତୃତୀୟ କିସ୍ତି ଟଙ୍କା ଆଉ ମିଳିବ ନାହିଁ।

ମାତ୍ର ବର୍ତ୍ତମାନ କଳିଆ ଯୋଜନା ର ତୃତୀୟ କିସ୍ତି ଟଙ୍କା ବିତରଣ କୁ ନେଇ ଆସିଛି ଏକ ବଡ଼ ଅପଡେଟ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି କାଳିଆ ଯୋଜନା ସମ୍ପର୍କିତ ନୂଆ ଅପଡେଟ।

ତେବେ ମାର୍ଚ୍ଚ ମାସ ରେ ମିଳିବା ପାଇଁ ଯାଉଚି କାଳିଆ ଯୋଜନା ର ତୃତୀୟ ଅର୍ଥ କିସ୍ତି । ଏଥି ପାଇଁ ସରକାର ସଜବାଜ ହେଲେଣି। ମୁଖ୍ୟ ମନ୍ତ୍ରୀ ଙ୍କ ଅନୁମୋଦନ ରେ କାଳିଆ ଯୋଜନା ର ତୃତୀୟ କିସ୍ତି ଅର୍ଥ ମିଳିବା ପାଇଁ ଯାଉଛି। କିନ୍ତୁ ଟିକେ ଭିନ୍ନ ଢଙ୍ଗରେ । ତେବେ ମିଳି ଥିବା ସୂଚନା ଅନୁଯାୟୀ କାଳିଆ ଯୋଜନା ର ଏହି ତୃତୀୟ କିସ୍ତି ଟଙ୍କା ଆସନ୍ତା ମାର୍ଚ୍ଚ ମାସରେ ପ୍ରଦାନ କରା ଯିବ।

ମାତ୍ର ଏହି ଟଙ୍କା ଏକ ଭିନ୍ନ ନିୟମ ଓ ଭିନ୍ନ ଢ଼ଙ୍ଗରେ ବିତରଣ କରା ଯିବ।ତେଣୁ ଏନେଇ ସରକାର ସଜବାଜ ହେଲେଣି।ତୃତୀୟ କିସ୍ତି ଅର୍ଥ ବିତରଣ ବେଳେ ପିଏମ୍ କିଷାନ ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି।ପିଏମ୍ କିଷାନ ସ୍ୱର୍ଣ୍ଣ ନିଧୀ ଯୋଜନାରେ ୬ ହଜାର ଟଙ୍କା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଯୋଜନା ରେ ୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରା ଯିବ।

ଅର୍ଥାତ ସରକାର ଚାଷୀଙ୍କୁ ବାର୍ଷିକ ୧୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବା ପାଇଁ ଦେଇ ଥିବା ପ୍ରତିଶ୍ରୁତି ପିଏମ୍ କିଷାନ ସହାୟତା ଟଙ୍କା ସହିତ ଟପ ଅପ ଭାବେ ପ୍ରଦାନ କରା ଯିବ । ତେବେ କେତେ ଜଣ ଙ୍କୁ ମିଳିବ ଓ କେଉଁ ମାନଙ୍କୁ ମିଳିବ ଏହା ଆଗାମୀ ଦିନ ରେ ଜଣା ପଡ଼ିଯିବ।

ତେବେ କାଳିଆ ଯୋଜନା ରେ କିଛି ଲୋକ ଙ୍କୁ ପଇସା ମିଳି ପାରି ନଥିଲା । ଯଦି ଆପଣ ଏହାର ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ କାଳିଆ ଯୋଜନା ର ୱେବସାଇଟ ରେ କ୍ଲିକ୍ କରି ଦେଖି ପାରିବେ । ତେବେ ଆପଣ ମାନଙ୍କୁ କାଳିଆ ଯୋଜନା ର ପଇସା ମିଳିଛି କି ନାହିଁ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।