Vaastu Shastra – କିନ୍ନର ମାନଙ୍କ ଠାରୁ ମାଗିଆଣନ୍ତୁ ଏହି ଗୋଟିଏ ଜିନିଷ , ଜୀବନରେ ହେବନାହିଁ ଧନର ଅଭାବ

ଯେଉଁ ବ୍ୟକ୍ତିର ଧନ କିମ୍ୱା ଟଙ୍କାର ଅଭାବ ହୋଇଥାଏ ସେ ସବୁବେଳେ ହିଁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିଥାଏ । ପ୍ରାଚୀନ କାଳରୁ ଧନର ମହତ୍ତ୍ୱ ବହୁତ ଅଧିକ କୁହାଯାଇଛି , ଧନ ସମ୍ୱନ୍ଧୀୟ ସମସ୍ତ ସୁବିଧା ପ୍ରାପ୍ତ କରିବା ପାଇଁ ବ୍ୟକ୍ତିକୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତା ସହିତ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାର ମଧ୍ୟ ଆବଶ୍ୟକ ହୋଇଥାଏ , ଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତିଙ୍କୁ କେତେ ପରିମାଣରେ ଧନ ମିଳିବ ତାର ଭାଗ୍ୟ କେମିତି ହେବ ଏହିସବୁ ପ୍ରଶ୍ନର ଉତ୍ତର ବ୍ୟକ୍ତିର ପୂର୍ବଜନ୍ମ ସହିତ ଯୋଡି ହୋଇଥାଏ । ବହୁ ସମୟରେ ବ୍ୟକ୍ତିକୁ ଟଙ୍କାର ପ୍ରବ୍ଲେମ ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ଏଥିରୁ ବର୍ତ୍ତିବା ପାଇଁ ଜ୍ୟୋତିଷଶାସ୍ତ୍ରରେ କିଛି ଉପାୟ କୁହାଯାଇଛି , ବ୍ୟକ୍ତିର କୁଣ୍ଡଳୀରେ ଯଦି କୌଣସି ଗ୍ରହ ବିପରୀତ ଫଳ ପ୍ରଦାନ କରିବାକୁ ଯାଉଛି ତ ତା ସମ୍ୱନ୍ଧିତ ଜ୍ୟୋତିଷ ଉପଚାର କରିବା ଉଚିତ୍ । ଟଙ୍କା ସହିତ ଯୋଡିତ ଅସୁବିଧାକୁ ଦୂର କରିବା ପାଇଁ ଗୋଟିଏ ସଠିକ୍ ଉପାୟ କୁହାଯାଇଛି କିନ୍ନର ପାଖରୁ ପଇସା ଆଣି ପର୍ସ କିମ୍ୱା ଆଲମାରି ରେ ରଖନ୍ତୁ । ଏପରି ମାନାଯାଏ କି କିନ୍ନରକୁ କରାଯାଇଥିବା ଦାନ ଅକ୍ଷୟପୂନ୍ୟ ପ୍ରଦାନ କରିଥାଏ । ଏମାନଙ୍କର ପ୍ରର୍ଥନା ବ୍ୟକ୍ତିର ସମସ୍ତ ବିପତ୍ତିରୁ ବଞ୍ଚାଇ ଦେଇଥାଏ , କିନ୍ନରକୁ ଧନର ଦାନ ଦିଆଯାଇଥାଏ ।

ଯଦି ଆପଣ ଟଙ୍କା ପଇସାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତ କୌଣସି କିନ୍ନର ପାଖରୁ ଏକ ଟଙ୍କା କଏନ ଫେରାଇ ଆଣନ୍ତୁ । ଯଦି କିନ୍ନର ନିଜ ଖୁସୀରେ କଏନ ଦେଇଦିଏ ତ ତାକୁ ସବୁଜ ରଙ୍ଗର କପଡାରେ ଗୁଡାଇ ରଖନ୍ତୁ କିମ୍ୱା ଆଲମାରିରେ ରଖନ୍ତୁ । ଏପରି କରିବା ଦ୍ୱାରା ଧନର ସମସ୍ତ ଅସୁବିଧା ଦୂର ହେବାକୁ ଲାଗିବ , କିନ୍ନରଙ୍କ ଟଙ୍କା ପାଖରେ ରଖିବା ଦ୍ୱାରା ଧନର ପ୍ରାପ୍ତି ହୋଇଥାଏ । ଧନ ସହିତ ଯୋଡିତ ସମସ୍ତ ଅସୁବିଧା ଦୂର ହେବାକୁ ଲାଗିବ , ତା ସହିତ ବୁଧବାର ଦିନ କିନ୍ନର ମାନଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ ମଧ୍ୟ ବୁଧର ଶୁଭ ପ୍ରଭାବକୁ ବଢାଇଥାଏ ।

ସବୁଜ ରଙ୍ଗ ଏବଂ କିନ୍ନର ଦୁଇଜଣ ହିଁ ବୁଧ ଗ୍ରହ ସହ ସମ୍ୱନ୍ଧିତ , ଏଥିପାଇଁ ଜ୍ୟୋତିଷଶାସ୍ତ୍ର ରେ କିନ୍ନରଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦେବା ଶୁଭଫଳ ଦାୟୀ କୁହାଯାଇଛି । ଏହା କରିବା ଦ୍ୱାରା ଆପଣଙ୍କର ଯାହା ବି କିଛି ଧନ ସମ୍ୱନ୍ଧିତ ସମସ୍ୟା ଲାଗି ରହିଛି ତାହା ଦୂର ହେବ । ଘରେ ଧନର ଆଗମନ ହେବା ସହିତ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ । ତେଣୁ ଆପଣ ମାନେ କିନ୍ନର ମାନଙ୍କୁ ଦେଖିଲେ ଘୃଣା ଭାବ ନକରି ତାଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ ତା ସହିତ ତାଙ୍କଠାରୁ ଏକ ଟଙ୍କିଆ କଏନ୍ ଆଣି ପର୍ସ କିମ୍ୱା ଆଲମାରୀ ରେ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment