Breaking News : କୋହଳ ହେବ କଟକଣା ! ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଅଛି କି ?

0

ରାଜ୍ୟରେ ଏବେବି ବଳବତ୍ତର ରହିଛି ଲକ୍ ଡାଉନ୍ କଟକଣା। କରନା ର ଭୟାବହତା ଏବଂ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଥିପାଇଁ ବିହିତ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ଆମ ରାଜ୍ୟ ଓଡ଼ିଶାରେ କିଛି ଜିଲ୍ଲାରେ କଟକଣା କୁ କୋହଲ କରା ଯାଇଥିବା ବେଳେ ଆଉ କିଛି ଜିଲ୍ଲାରେ ଏହା ଆଂଶିକ ମାତ୍ରାରେ ରହିଛି। ତେବେ ଏହି ଆଂଶିକ ଲକ୍ ଡାଉନ୍ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ଏହାପରେ ସରକାର୍ କଣ ନିଷ୍ପତ୍ତି ନେବେ ତାହାକୁ ନେଇ ସମସ୍ତଂକ ମନରେ ଏକ ଆଶଙ୍କା ରହିଛି।

ଆପଣ ତ ଭଲ ଭାବରେ ଜାଣିଛନ୍ତି ଏହି ଭଳି ଲକ୍ ଡାଉନ୍ କାରଣରୁ ଧନୀ ଲୋକ ମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ନପଡୁଥିଲେ ମଧ୍ୟ ମଧ୍ୟମ ବର୍ଗ ଓ ଗରିବ ଶ୍ରେଣୀର ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ସେମାନଙ୍କର ଅର୍ଥନୈତିକ ଅବସ୍ଥା ଦୁର୍ବଳ ହେବାକୁ ଲାଗୁଛି ଏବଂ ସେମାନଙ୍କ ଉପରେ ଲକଡାଉନର ବିଶେଷ ପ୍ରଭାବ ପଡୁଛି। ଯଦିଓ ଏହା କୁହାଯାଇ ପାରେ କି ଲକଡାଉନ ପାଇଁ ସଂକ୍ରମଣକୁ ନିୟନ୍ତ୍ରଣକୁ ଅଣା ଯାଇ ପାରୁଛି ଏବଂ ଜନ ଜୀବନ ବଞ୍ଚୁଛି, କିନ୍ତୁ ଏହା ଦ୍ବାରା ଅଭାବୀ ଅସହାୟ ଲୋକ ମାନେ ଖାଇବାକୁ ପାଉ ନାହାନ୍ତି। ତେଣୁ ସବୁ କିଛି ସ୍ଥିତି କୁ ଦୃଷ୍ଟିରେ ରଖି ଏଥି ଲାଗି ରାଜ୍ୟ ସରକାରଙ୍କୁ ଏକ ସଠିକ ନିଷ୍ପତ୍ତି ନେବା ର ନିହାତି ଆବଶ୍ୟକତା ରହିଛି।

ଆପଣ ଜାଣିଛନ୍ତି ସରକାର୍ ରାଜ୍ୟର ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ମାନଙ୍କୁ ଦୁଇଟି କାଟାଗୋରୀ ରେ ଭାଗ କରିଛନ୍ତି। ଆଉ ଏହି ଅନୁସାରେ ସରକର କ୍ୟାଟାଗେରୀ ଏ ରେ ଥିବା କିଛି ଜିଲ୍ଲା ଗୁଡିକର କଟକଣାକୁ କୋହଳ କରିଥିଲେ ଲାଗୁ ହୋଇ ଚାଲିଥିବା ଏହି ଲକ୍ ଡାଉନ୍ ରେ। ଏହାଛଡ଼ା ୨୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନକୁ ମଧ୍ୟ ଉଠା ଯାଇଥିଲା। ଦୋକାନ ବଜାର ସବୁକିଛି କୋଭିଡ କଟକଣା ମାନି ଖୋଲିବାକୁ ନିର୍ଦେଶ ଦିଆ ଯାଇଛି।ଏହି ସବୁ ଜିଲ୍ଲା ମାନଙ୍କରେ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାର ନିୟମ ରହିଛି।

ସେହିପରି ଯଦି ଆମେ କ୍ୟାଟାଗେରୀ ବି ରେ ଥିବା ୧୦ ଜିଲ୍ଲା ମାନଙ୍କ ବିଷୟରେ ଆଲୋଚନା କରିବା।ଏଠାରେ ଏହି ଜିଲ୍ଲା ମାନଙ୍କରେ କଟକଣା ପୂର୍ବଭଳି ବଳବତ୍ତର ରହିବା ସହ ନାଇଟ କର୍ଫ୍ଯୁ ମଧ୍ୟ ଜାରି ରହିଛି। ଆପଣ ଜାଣିଛନ୍ତି ଓଡିଶାରେ ଗତ ଦୁଇଦିନ କ୍ରମାଗତ ଭାବରେ ସଂକ୍ରମଣର ଗ୍ରାଫ କମିଛି। ଯାହା ଗଣମାଧ୍ୟମ ର ରିପୋର୍ଟ ରହିଛି ସେହି ଅନୁସାରେ ଓଡ଼ିଶାରେ ଦୁଇଦିନ ହେଲା ୨୦୦୦ ତଳେ ରହୁଛି ଦୈନିକ ସଂକ୍ରମଣ। ତେବେ ଓଡ଼ିଶାରେ ଦିନକୁ ଦିନ ସଂକ୍ରମଣ ହାର କମିବାରେ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ସରକାର୍ କଟକଣା କୋହଳ କରି ପାରନ୍ତି ବୋଲି ଅନୁମାନ କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।