କୋଟି କୋଟି ଟଙ୍କା ଦାନ କରିଦେଲେ ଏହି ୮୫ ବର୍ଷୀୟ ମହିଳା ନାରାୟଣୀ ପଣ୍ଡା… ପୁରା ଘଟଣା ଜାଣିଲେ ହୋସ ଉଡିଯିବ….

0

ଏବେ ବି ମଣିଷ ପାଖରେ ମାନବିକତା ବଞ୍ଚି ରହିଛି ଯାହା ଏବେ ଏଠାରେ ଦେଖିବାକୁ ମିଳିଛି। ଏହିଠାରେ ଜଣେ ୮୫ ବର୍ଷୀୟ ବୃଦ୍ଧା ଙ୍କର ସମାଜ ପ୍ରତି ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ତାଙ୍କର ପାଇବା ଇଚ୍ଛା ଠାରୁ ଅଧିକ ଇଚ୍ଛା ଦେବା ଯାହା ଏହି ମହିଳା ଙ୍କ କାମରୁ ଜଣା ପଡୁଛି। ଏହି ମହିଳା ଜଣଙ୍କ ହେଲେ ସମ୍ବଲପୁର ସହର ର ଡାକ୍ତର ନାରାୟଣୀ ପଣ୍ଡା। ହେଲେ ତାଙ୍କର ସମାଜ ପ୍ରତି ଭଲ ପାଇବା ବଢି ଚାଲିଛି। କୁହା ଯାଉଛି ଯେ ଚାକିରୀ ସମୟରେ ଅନେକ ଲୋକଙ୍କର ସେବା କରିବା ମନୋଭାବ ରଖିଥିଲେ ଆଉ ଚାକିରରୁ ଅବସର ପରେ ମଧ୍ୟ ସେହିପରି ଚିନ୍ତଧାରା ରଖିଛନ୍ତି।

ସେହି ଡାକ୍ତରୀ ଜଣଙ୍କର ସେତିକି ସେବା ନୁହେଁ ସେ ବିଭିନ୍ନ ସାମାଜିକ, ଶିକ୍ଷାନୁଷ୍ଠାନ ମାନଙ୍କ, ଏବଂ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ କମିଟି, ନୋଟରୀ କ୍ଲବ ଭାବରେ ପ୍ରତ୍ୟେକ୍ଷ କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚାରେ। ଆଉ ସେ ନିଜର ଜୀବନରେ ଅର୍ଜିତ ସ୍ଥାବର ଓ ଅସ୍ତାବର ସମ୍ପତ୍ତି କୁ ଜନ କଲ୍ୟାଣ କାମ ରେ ଲଗାଇ ଆସିଛନ୍ତି। ଆଉ ମଧ୍ୟ ଶୁଣା ଯାଉଛି ଯେ ଗତ ବର୍ଷ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷାରେ ବିନିଯୋଗ କରିବା ପାଇଁ ପ୍ରାୟତଃ 30 ଲକ୍ଷ ଟଙ୍କା ଦାନ କରିଥିଲେ। ଆଉ ମଧ୍ୟ ସେ କହୁଛନ୍ତି ଯେ ” ମୋ ମା କହୁଥିଲେ ଏ ହାତ ଦେବ ସେ ହାତ ଜାଣିବ ନାହିଁ ତେଣୁ ଏତେ ସବୁ ଆଡଭରଟାଇଜ କର ନାହିଁ ” ଏମିତି କହି ବୁଝାଉଛନ୍ତି। ପୁଣି କହୁଛନ୍ତି ଯେ ମୋତେ ଦେବା ପାଇଁ ଭଲ ଲାଗେ ଏମିତି ଆଗକୁ ଦେବି ମଧ୍ୟ। ସେ ଆଗକୁ କହୁଛନ୍ତି ନିଜର ବାସସ୍ଥଳୀ କୁ ଗୋଟିଏ ଶିକ୍ଷାନୁଷ୍ଠାନ ପାଇଁ ଦେବେ ଦାନ।

ସେହି ମହିଳା ଜଣଙ୍କ ନିଜର କଷ୍ଟ ଉପାର୍ଜିତ ସମସ୍ତ ସମ୍ପତି ସବୁ ଦାନ କରିବି ଏବଂ ଅସହାୟ ଲୋକଙ୍କ ମୁହଁରେ ହସ ଦେଖିବା ପାଇଁ ନିରନ୍ତର ସେବାର ଉଦ୍ୟମ ଜାରି ରଖିବି। ଏହି ସମୟରେ ତାଙ୍କର ଏହି ଭଳି ଦାନ ପାଇଁ ଗଙ୍ଗା ଧର ମେହେର ବିଶ୍ୱ ବିଦ୍ୟାଳୟର ଡେପୁଟି ରେଜିଷ୍ଟର ମଧ୍ୟ ଏବେ ପ୍ରଶଂସା କରିଛନ୍ତି ଆଉ ମଧ୍ୟ କହୁଛନ୍ତି ସେ ଜୀବନ ଶୈଳୀ ମଧ୍ୟରେ ଅନେକ କିଛି ଦାନ କରିଛନ୍ତି।

ଆଉ ଗୋଟିଏ ଖବର ଶୁଣିବାକୁ ମିଳୁଛି ଯେ ସେହି ମହିଳା ପାଠ ପଢିବା ସମୟରେ ନିଜର ବାପାଙ୍କ ପାଖରେ ଆବଶ୍ୟକ ଟଙ୍କା ଦେବା ପାଇଁ ସକ୍ଷମ ନ ଥିବାରୁ ଉଚ୍ଚ ଶିକ୍ଷିତ ଶିକ୍ଷା କରିବା ପାଇଁ ସେ ଗଙ୍ଗାଧର ବିଶ୍ୱ ବିଦ୍ୟାଳୟରୁ ୨୫ ଟଙ୍କା ଷ୍ଟାଇପେଣ୍ଡ ଆକାରରେ ଦିଆ ଯାଉଥିଲା। ଆଉ ସେ ଏବେ ସେଥିପାଇଁ ଡାକ୍ତରୀ ପଢି ନିଜକୁ ଡାକ୍ତର ବନେଇଛନ୍ତି। ସେହି ଶିକ୍ଷାନୁଷ୍ଠାନ ପାଇଁ ଏମିତି କିଛି କରିବାକୁ ମିଳୁ ଥିବାରୁ ନିଜକୁ ବହୁତ ଖୁସି ମନେ କରୁଛନ୍ତି। ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ପର ଠାରୁ ସେ ସମାଜ ସହିତ ନିଜର ସବୁ ସମୟକୁ ଅତିବାହିତ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।