କୂଅ ରେ ବୁଡି ଯାଉଥିଲେ 70 ବର୍ଷୀୟ ମହିଳା, ତାଙ୍କୁ ବଞ୍ଚାଇବାକୁ ଯାଇ ପୁଲିସ କନେଷ୍ଟବଲ ଜଣଙ୍କ ବିନା ଦଉଡି ରେ କୂଅ କୁ ଢେଉଁ ପଡିଲେ ଆଉ ତା ପରେ ଦେଖନ୍ତୁ….

0

ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆ ରେ ମଣିଷର ନିଜ ବ୍ୟତୀତ ଅନ୍ୟ ପାଇଁ ଟିକିଏ ସମୟ ନାହିଁ।ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି। ମଣିଷ ନିଜର ମଣିଷ ପଣିଆ ଭୁଲି ଯାଉଥିବା ସମୟ ରେ, ଅନେକ ସମୟରେ ଆମ ସାମ୍ନା କୁ ଏମିତି କିଛି ଘଟଣା ମାନ ଆସିଥାଏ, ଯାହା ଦର୍ଶାଇ ଥାଏ କି ଆଜିବି କିଛି ମଣିଷଙ୍କ ଭିତରେ ମଣିଷପଣିଆ ଜୀବିତ ଅଛି।ଦୁନିଆରେ ଅନେକ ଭଲ ଲୋକ ମଧ୍ୟ ରହିଛନ୍ତି।

ସେହିଭଳି ଏକ ଘଟଣା ନିକଟରେ ଘଟିଛି। ଯାହାକୁ ଦେଖିଲେ ଆପଣବି ଏହାକୁ ସାବାଶି ଦେବାକୁ ଚାହିଁବେ କାରଣ ଘଟଣାଟି ପ୍ରମାଣ କରୁଛି ଯେ ଅନ୍ୟର ଜୀବନକୁ ରକ୍ଷା କରିବା ପାଇଁ କିପରି ଭାବରେ ମଣିଷ ତାର ମାନବିକତା କୁ ପ୍ରଦର୍ଶନ କରି ଥାଏ।

ତେବେ ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଏବେ ସୋସିଆଲ ମିଡ଼ିଆର ଚର୍ଚ୍ଚିତ ଖବର। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ଗୁଡୁର ଗ୍ରାମରେ । ଗୁଡ଼ୁର ଗ୍ରାମ ର ଜଣେ ୭୦ ବର୍ଷୀୟା କୂଅ ଭିତରକୁ ଭୁଲ୍ ରେ ଡେଇଁ ପଡ଼ିଥିଲେ । ଓ ଏହି ବୃଦ୍ଧ ମହିଳା ଜଣଙ୍କୁ ରକ୍ଷା କରିବା ପାଇଁ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳ କିଛି ନବିଚରି କାଳ ବିଳମ୍ବ ନକରି କୂଅ କୁ ଡେଇଁ ପଡ଼ିଥିଲେ ତାଙ୍କୁ ଉଦ୍ଧାର କରିବା ପାଇଁ ।

ତେବେ ସୂଚନା ଯୋଗ୍ୟ ଯେ ବୁଧବାର ଦିନ ପ୍ରାୟ ରାତି ୨ ଟା ରେ ସାବିତ୍ରୀ ନାମକ ଜଣେ ୭୦ ବର୍ଷୀୟ ମହିଳା କୂଅ କୁ ଡେଇଁ ପଡ଼ିଥିଲେ । ଏହି ସମୟ ରେ ସେହି ଅଞ୍ଚଳ ରେ ଶିବକୁମାର ଓ ଶ୍ୟାମ ନାମକ ଦୁଇ ଜଣ ପୋଲିସ୍ କନେଷ୍ଟବଳ ଦିୟୁଟି ରେ ଥିଲେ । ହଠାତ୍ କିଛି ଲୋକ ୧୦୦ ନମ୍ୱର୍ ସାହୋଜୋଗ ରେ ତାଙ୍କୁ ଏହି ବିଷୟ ରେ ସୂଚନା ଦେଇଥିଲେ।ଏହା ପରେ ଶିବକୁମାର ଓ ଶ୍ୟାମ ଦୁଇ ଜଣ ଘଟଣା ସ୍ଥଳ ରେ ପହଞ୍ଚି ଥିଲେ ।

ତେବେ ରାତି ଅନେକ ଓ ଅନ୍ଧାର ହୋଇ ଥିବାରୁ ମହିଳା ଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ କୌଣସି ପ୍ରକାର ଉପାୟ ନଥିଲା । କାଳ ବିଳମ୍ବ କଲେ କାଳେ ମହିଳା ଜଣଙ୍କ ର କିଛି ହୋଇଯିବ ଭାବି ଶିବ କୁମାର ସିଧା ସଳଖ ଭାବେ କୂଅ କୁ ଡେଇଁ ପଡ଼ିଥିଲେ।

କୂଅ ଭିତରେ ଶିବ କୁମାର ପ୍ରାୟ ୧୦-୧୫ ମିନିଟ୍ ମହିଳା ଜଣଙ୍କୁ ଆୟତ କରିଥିଲେ ଓ ଏହାପରେ ଏକ ରସି ସାହାର୍ଯ୍ୟ ଦୁଇ ଜଣ କୂଅ ଭିତରୁ ବାହାରକୁ ଆସିଥିଲେ । ତେବେ ମହିଳା ଜଣଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ପଠାଇ ଦିଆ ଯାଇଥିଲା ଓ ସେଠାରେ ସେ ଭଲ ଥିବାର ସୂଚନା ମଧ୍ୟ ରହିଛି । ତେବେ ନିଜ ଜୀବନ କୁ ବିପଦ ରେ ପକାଇ ଶିବ କୁମାର ନିଜର ମଣିଷ ପଣିଆ ସହିତ କାର୍ଯ୍ୟ ନିର୍ବାହ କରିଛନ୍ତି।

ଏହି ଖବର ଟି ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଶିବ କୁମାର ଙ୍କ ପାଖକୁ ପ୍ରଶଂସା ର ସୁଅ ଛୁଟି ଥିଲା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।