ଦେଖନ୍ତୁ Shocking ଭିଡ଼ିଓ : କୁକୁରକୁ ମରିବା ଯାଏଁ ପିଟି ଚାଲିଲେ ତିନି ଜଣ, ତେଣୁ ଏଠି ପଶୁ କିଏ ?

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ ଓ ମାଡ଼ପିଟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମଣିଷ ପଶୁ ଜନ୍ତୁଙ୍କ ପ୍ରତି ମଧ୍ୟ ଖୁବ ଜୋରରେ ଅତ୍ୟାଚାର କରି ଆସୁଛନ୍ତି। ପଶୁ ମାନଙ୍କ ପ୍ରତି ମଧ୍ୟ ସେମାନେ ହିଂସ୍ର ପାଲଟି ଯାଉଛନ୍ତି।

ତେବେ ବନ୍ଧୁଗଣ ଆମେ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣାଟି ହେଉଛି,ଗୋଟେ ନିରୀହ କୁକୁରକୁ ପିଟି ମାରି ଦେଇଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କେରଳରେ ଏକ ଘଟଣା ଦେଖିବା ପାଇଁ ମିଳିଛି, ଘଟଣାଟି ହେଉଛି କିଛି ଛୋଟ ପିଲା ମଜା ଦେଖିବା ପାଇଁ ପ୍ରଥମେ କୁକୁରଟି କୁ ଡଙ୍ଗାରେ ବାନ୍ଧି ଦେଲେ ଓ ପରେ ସେହି ନିରୀହ କୁକୁରଟି କୁ ଖୁବ ଜୋରରେ ବାଡ଼ିରେ ପିଟି ଚାଲିଲେ ଏବଂ ସେ ଯେ ପର୍ଯ୍ୟନ୍ତ ମରି ନାହିଁ ତାକୁ ସେମିତି ପିଟି ଚାଲିଲେ। ଏବଂ କୁକୁରକୁ ମାରି ସେମାନେ ସମୁଦ୍ରକୁ ଫିଙ୍ଗି ଦେଲେ। ସେମାନେ ଏତେ ନୃଶଂସ ଥିଲେ ଯେ, ସେ ପୁରା ଦୃଶ୍ୟର ଭିଡିଓ ବନାଇଲେ ଏବଂ ସେହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କଲେ। ଭିଡିଓଟି ଖୁବ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଲା। ଏହି ଭିଡିଓକୁ ଯିଏ ଦେଖିଲା ଏଭଳି କାର୍ଯ୍ୟକୁ ନାପସନ୍ଦ କଲା।ସମାଲୋଚନା ଓ ଟ୍ରଲରେ ଭରି ଗଲା ସୋସିଆଲ ମିଡ଼ିଆ ଏହି ଭିଡିଓଟି କୁ ଦେଖି ସାରିବା ପରେ ଲୋକ ମାନେ ସେହି ନିରୀହ ପ୍ରାଣୀ ପାଇଁ ନ୍ୟାୟ ଦାବି କଲେ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିଉଟରରେ ଏହି ଭିଡିଓକୁ ଅରୁଣ ନାମକ ଜଣେ ସେୟାର କରିଛନ୍ତି। ଏବଂ ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ଏହି କୁକୁର ହେଉଛି ନୃନ ନାମକ ଗୋଟେ ପୋଷା କୁକୁର। କିନ୍ତୁ ଦୁଃଖର ବିଷୟ ଏହିକି ଯେ ଏହି ମାମଲାକୁ ନେଇ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ କେହି ଗିରଫ ହୋଇ ନାହାନ୍ତି। ଏହା ପରେ ପେଟା ବା ପ୍ରାଣୀ ସୁରକ୍ଷା ସଂସ୍ଥାକୁ ଖବର ଦିଆ ଯାଇଥିଲା ଏବଂ ସେମାନେ ଏହି ଖବର ପାଇବ ପରେ ଏହି ମାମଲାରେ ଏଫେୟାର ରୁଜୁ କରିଛନ୍ତି।

ପୋଲିସ ଏହି ଘଟଣାକୁ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସମସ୍ତେ ହାପ ପ୍ୟାଣ୍ଟ ପିନ୍ଧା ପିଲା ଅଟନ୍ତି। ସେମାନେ ହୁଏତ ଖେଳରେ ଖେଳରେ ଏଭଳି ଏକ ଘଟଣାକୁ ହାଲକା ଭାବେ ନେଇ କାଣ୍ଡ କରି ବସିଛନ୍ତି। ଏହି ଘଟଣାରୁ ବଡ ଲୋକ ମାନେ ଛୋଟ ପିଲା ମାନଙ୍କୁ ପ୍ରାଣୀଙ୍କ ପ୍ରତି କିଭଳି ବ୍ୟବହାର କରିବା ଏବଂ ସେମାନଙ୍କୁ ପ୍ରତି ନିର୍ଦୟ ନ ହେବାକୁ ନିଶ୍ଚୟ ଶିଖାଇବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।