ହଁ ଦର୍ଶକବନ୍ଧୁ ଆମେ ଜାଣିଛୁ ଆମ ମାନଙ୍କ ଜୀବନରେ ଛୋଟ ହେଉ କି ବଡ ସବୁବେଳେ କିଛି ନା କିଛି ଅସୁବିଧା ଲାଗିକରୀ ରହିଥାଏ, ତେବେ ଆମ ମାନଙ୍କ ଜୀବନରେ ସୁଖ ଓ ଦୁଃଖ ସହିତ ଯୋଡି ହେଇକି ମଧ୍ୟ ଆମ ମାନଙ୍କର ରାଶି ରହିଛି , ଆଉ ରାଶି ଜଣିତ ରିଷ୍ଟ ଯୋଗୁ ମଧ୍ୟ ଆମେ ଦୁଃଖ ଦୁର୍ଦଶାର ଶିକାର ହେଇଥାଉ |ତେବେ ମୁଁ ଆଜି ଆପଣ ମାନଙ୍କୁ କୁମ୍ଭ ରାଶି ବିଷୟରେ କିଛି ଏପରି ଜଣେଇବି ଯାହାକୁ ମାନି ଚଳିଲେ ଆପଣ ଆଉ କିଛି ବି ଅସୁବିଧାରେ ପଡିବେ ନାହିଁ, ଆଉ ରାଶି ଜଣିତ ସମସ୍ତ ସମସ୍ୟା ଆପଣଙ୍କର ଦୂର ହେଇଯିବ , ତେବେ ଚାଲନ୍ତୁ ଜାଣିବା କଣ ରେ ଉପାୟ |
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କିଛି ଉପାୟ :-
1-ଆପଣ ସର୍ବଦା ମନେ ରଖିବେ କି ସ୍ନାନ ସାରିଲା ପରେ ପ୍ରତେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବେ, ସୂର୍ଯ୍ୟ ଦେବଙ୍କୁ ପାଣି ଅର୍ପଣ କରିଲା ବେଳେ ମନେ ରଖିବେ ଯେମିତି ତମ୍ବା ପାତ୍ରରେ ଅର୍ପଣ କରିବେ ଓ ସେଥିରେ କିଛି ନାଲି ମନ୍ଦାର ଫୁଲ ସେଥିରେ ମିଶାଇ ଦେବେ, ଆଉ ମଧ୍ୟ ପାଣି ଅର୍ପଣ କରିଲା ବେଳେ ହାତରେ ରୁପାର ମୁଦି, ରୁପାର ଚେନ ବା ରୂପରେ ବ୍ରେସଲେଟ ମଧ୍ୟ ଆପଣ ପିନ୍ଧି ପାରିବେ, ଯାହା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ |
2-ଯଦି ଆପଣଙ୍କ ଘରର ଦ୍ୱାର ମୁହଁ ଦକ୍ଷିଣ ଦିଗକୁ ଅଛି ତାହେଲେ ଏହା ଆପଣଙ୍କ ପାଇଁ କ୍ଷତି ର କାରଣ ହେଇଥାଏ, ଦ୍ୱାରର ମୁହଁ କେବେବି ଦକ୍ଷିଣକୁ ଏହି ରାଶିର ବ୍ୟକ୍ତି ମାନେ କରନ୍ତୁ ନାହିଁ, ଆଉ ଯଦି ନୂଆ ଘର କରୁଛନ୍ତି ତାହେଲେ ପଇସା ଯଦି ଅଛି ତ କରନ୍ତୁ ନହେଲେ ଅସୁବିଧା ଭୋଗ କରିପାରନ୍ତି |
3-କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଶନିଙ୍କ ଆରାଧନା କରିବା ନିହାତି ଆବଶ୍ୟକ, କାରଣ ଆପଣ ଜାଣିରଖିବା ଉଚିତ କି କୁମ୍ଭ ରାଶିର କାରକ ଗ୍ରହ ହେଇଛି ଶନି, ତେଣୁ ଆପଣ ମାନେ ଶିବଙ୍କୁ ପୂଜା କରିବା ସଙ୍ଗେ ସଙ୍ଗେ ଶନିଙ୍କୁ ମଧ୍ୟ ସନ୍ତୁଷ୍ଟ କରାନ୍ତୁ, ତାହା ବ୍ୟତୀତ ଏହି ରାଶିର ବ୍ୟକ୍ତି ମାନେ ମଦ ମାଂସ ଭଳି କୋୖଣସି ଜିନିଷ ଖାଆନ୍ତୁ ନାହିଁ |
4-କୁମ୍ଭାରାଶିର ବ୍ୟକ୍ତି ମାନେ କୋୖଣସି ବି ଗୋଟିଏ ସୁନା ଜିନିଷକୁ ଧାରଣ କରନ୍ତୁ ଯାହା ଯୋଗୁ ଆପଣଙ୍କର ସୁନା ଜଣିତ କୋୖଣସି ବି ସମସ୍ୟା ଦେଖା ଯିବ ନାହିଁ |
5-ଏହି ରାଶିର ବ୍ୟକ୍ତି ମାନେ କେବେବି ମିଛ କୁହନ୍ତୁ ନାହିଁ, ଓ ପ୍ରତେକ ଶନିବାର ଶନିଦେବଙ୍କ ମନ୍ଦିରରେ ଯାଇ ଦର୍ଶନ କରନ୍ତୁ , ତାହା ସହିତ ମଙ୍ଗଳ ବାର ଦିନ ହନୁମାନଙ୍କୁ ଓ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ଶିବଙ୍କୁ ଦର୍ଶନ କରନ୍ତୁ, ଆଉ ଯଦି ମନ୍ଦିର ନ ଯାଇ ପାରିବେ ତ ଘରେ ରହିକି ମଧ୍ୟ ଆରାଧନା କରିପାରିବେ |
6-କୁମ୍ଭ ରାଶିର ବ୍ୟକ୍ତି ମାନେ ସବୁବେଳେ ଧର୍ମ କାର୍ଯ୍ୟରେ ଲିପ୍ତ ରୁହନ୍ତୁ, ତାହା ଛଡା ମନ୍ଦିରରେ ଭକ୍ତ ସେବା କରନ୍ତୁ |
7- ଏହି ରାଶିର ବ୍ୟକ୍ତି ମାନେ ସ୍ତ୍ରୀ ଙ୍କୁ ଭଲ ପାଆନ୍ତୁ, ଓ କେବେବି କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ |

8- ଶନିବାର ଦିନ କଳା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ
ଏହି ସବୁ ନିୟମ ଯଦି ଆପଣ ମାନି ଚାଲିବେ ତାହେଲେ ଆପଣ ମାନେ ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।