Kumudeni Tripathy – ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ ?

0

ବାସ୍ତବିକ୍ କ୍ଷେତ୍ରରେ ମାଆ ହେବା ବା ମାତୃତ୍ୱ ଲାଭ କରିବା ଏକ ସୁନ୍ଦର ଏବଂ ନିଆରା ଅନୁଭବ ଅଟେ ଜଣେ ମହିଳା ପାଇଁ। ମାତୃତ୍ୱ ଲାଭ ପାଇଁ ସମସ୍ତ ମହିଳା ପ୍ରାୟତଃ ଚାହିଁଥାନ୍ତି। କାରଣ ଏହା ସେମାନଙ୍କ ନାରିତ୍ଵ କୁ ପୂର୍ଣ୍ଣ କରିଥାଏ। ବିବାହ ପରେ ଜଣେ ନାରୀ ଏଥିପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଏ। କାହିଁକି ନା ବିବାହ ପରେ ଜଣେ ମାଆ ତାର ସନ୍ତାନ କୁ ଜନ୍ମ ଦେଇ ନାରୀ ଜୀବନର ପୂର୍ଣ୍ଣତା ଆଣିବାକୁ ଚେଷ୍ଟା କରେ ଏବଂ ନିଜକୁ ସାର୍ଥକ କରିଥାଏ।ଆଉ ଯେତେବେଳେ ମାଆ ପିଲା ଜନ୍ମ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଏ ସେତେବେଳେ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ସେ ତାର ସନ୍ତାନ କୁ ଜନ୍ମ ଦେଇ ଥାଏ।


ମାଆ ପାଇଁ ତାର ସନ୍ତାନ ସବୁବେଳେ ମୂଲ୍ୟବାନ ଏବଂ ରତ୍ନ ହୋଇଥାଏ। ନିଜ ସନ୍ତାନର ବୃଦ୍ଧି, ଲାଳନ ପାଳନ ପାଇଁ ସେ ଦୁନିଆର ସମସ୍ତ କଷ୍ଟକୁ ବି ସହି ଯାଇ ଥାଏ। ତା ଆଗରେ କୌଣସି ପିଲା ସୁନ୍ଦର୍, ଅସୁନ୍ଦର ନଥାଏ।କିନ୍ତୁ ଆପଣ ମାନେ ପ୍ରାୟତଃ ଆଜିର ସମୟରେ କିଛି କ୍ଷେତ୍ରରେ ଦେଖିବାକୁ ପାଉଥିବେ ଯେ ଆମ ସମାଜରେ ଗୋଟିଏ ଗୋରା ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି

ସେହିପରି ଏକ କଳା ରଙ୍ଗର ଲୋକକୁ ସେହି ପରିମାଣରେ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଆଜିକାଲି ମାଆ ମାନେ କିପରି ପିଲାକୁ ଗୋରା କରି ଜନ୍ମ ଦେବେ ସେଥିପ୍ରତି ଅଧିକ ଧ୍ୟାନ ମଧ୍ୟ ଦେଉଛନ୍ତି।ତେବେ ଆସନ୍ତୁ ଜାଣିବା ପିଲାର ରଙ୍ଗ କଳା କିମ୍ବା ଗୋରା କାହିଁକି ହୋଇଥାଏ?

କଳା ହେବାର କାରଣ-

୧) ମେଲାଲିନ କାରଣରୁ – ମଣିଷ ଶରୀରରେ ଏହି ମେଲାଲିନ କାରଣରୁ ପିଲାର ରଙ୍ଗ କଳା ବା ଗୋରା ହୋଇଥାଏ।ଏହା ଏକ ହୋର୍ମୋନ ଅଟେ।ଏହା ଅଧିକ କ୍ଷରଣ ହେଲେ ମଣିଷ କଳା ହୋଇଥାଏ ଓ ଯାହାଙ୍କ ଶରୀରରେ ଏହାର କ୍ଷରଣ କମ୍ ହୋଇଥାଏ ତାର ରଙ୍ଗ ଗୋରା ହୋଇଥାଏ।

୨) ଜେନେଟିକ ପ୍ରଭାବ- ଜିନ୍ ଗତ କାରଣରୁ ମଧ୍ୟ ବାପା ମାଆ ଙ୍କ ଅନୁସାରେ ପିଲା ମାନଙ୍କ ଶରୀରରେ ଏହାର ପ୍ରଭାବ ପଡିଥାଏ ଏବଂ ପିଲା କଳା ବା ଗୋରା ହୋଇଥାଏ।

କିପରି ହେବ ଗୋରା ପିଲା-

-ଗର୍ଭବତୀ ସମୟରେ ମହିଳା ମାନେ ଅଁଳା କୋଳି ,କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ବାରା ପିଲାର ରଙ୍ଗ ଗୋରା ହୋଇଥାଏ।
– ହଳଦିଆ ରଙ୍ଗ ର ଫଳ ଏବଂ ନିୟମିତ କେଶର ଯୁକ୍ତ କ୍ଷୀର ପିଇବା ଦ୍ବାରା ପିଲାର ରଙ୍ଗ ସଫା ହୁଏ।
– ଗର୍ଭବତୀ ସମୟରେ ଭିଟାମିନ A ,ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ ସେବନ କରିବା ଦ୍ଵାରା।
– ଏହାଛଡା ସବୁଜ ପନିପରିବା ଗୁଡ଼ିକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ମଧ୍ୟ ପିଲାର ରଙ୍ଗ ଗୋରା ହୋଇଥାଏ।