Kumudeni Tripathy – ଗର୍ଭବତୀ ହୋଇପାରୁନଥିଲେ ଜାଣନ୍ତୁ କେଉଁ କେଉଁ ଉପାୟ କରିବା ଦ୍ୱାରା ଆପଣ ଗର୍ଭବତୀ ହୋଇପାରିବେ

0

ଏହି ଦୁନିଆରେ ସବୁଠାରୁ ବଡ ହେଉଛି ଆମ ମାଆ l ମାଆଙ୍କର ଭୂମିକା ଏହି ଦୁନିଆରେ ବହୁତ ଗୁରୁତ୍ୱପୂର୍ଣ ଅଟେ l ସବୁ ଝିଅ ମାନଙ୍କର ଜୀବନ ସାର୍ଥକ ହୋଇ ଥାଏ ଜଣେ ମାଆ ହେଲେ l ଏହା ଏକ ପ୍ରକାରର ସୌଭାଗ୍ୟ ଅର୍ଜନ କରିବା ସହ ସମାନ l ବିବାହ ପରେ ସବୁ ଝିଅଙ୍କର ମାଆ ହେବା ପାଇଁ ବହୁତ ଇଚ୍ଛା ହୋଇଥାଏ l

ମହିଳା ମାନେ ବିବାହ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରି ଥାନ୍ତି l ଆଉ ମଧ୍ୟ କେତେକ ମହିଳା ଅଛନ୍ତି ସେମାନେ ବିବାହର କିଛି ଦିନ ପରେ ମାଆ ହେବାକୁ ଇଚ୍ଛା କରନ୍ତି l କିନ୍ତୁ ଆମର ଏମିତି କିଛି ସମସ୍ୟା ରହିଛି l ଯେଉଁଥି ପାଇଁ ଅନେକ ମହିଳା ଗର୍ଭବତୀ ହୋଇ ପାରନ୍ତି ନାହିଁ l ଆମେ ଆଜି ଜାଣିବା ଯେ ମହିଳାମାନେ କାହିଁକି କୌଣସି କାରଣ ପାଇଁ ଗର୍ଭବତୀ ହୋଇ ପାରୁ ନାହାନ୍ତି l ଆସନ୍ତୁ ଜାଣିବା କଣ ସବୁ କଲେ ଆପଣ ଗର୍ଭବତୀ ହୋଇ ପାରିବେ l

ଗର୍ଭବତୀ ନହେବାର କାରଣ –

1- ଆପଣ ଯଦି ବହୁତ ଚେଷ୍ଟା କଲେ ମଧ୍ୟ ମାଆ ହୋଇ ପାରୁ ନହନ୍ତୁ ତେବେ ପ୍ରଥମେ ଆପଣଙ୍କର ଥାଇରଏଡ ପରୀକ୍ଷା କରନ୍ତୁ l ଏହି ସମସ୍ୟା ଥିଲେ ଆପଣ ମାଆ ହୋଇ ପାରିବେନାହିଁ l

2- ସ୍ୱାମୀ ଓ ସ୍ତ୍ରୀ ଡାଏବେଟିଇସ ଟେଷ୍ଟ କରିବା ଦରକାର l ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣକର କାହାର ଡାଏବେଟିଇସ ଥାଏ ତାହେଲେ ମାଆ ହୋଇ ପାରିବେ ନାହିଁ l

3- ମହିଳା ମାନଙ୍କର ଓଭାରୀ ଜନିତ କୌଣସି ସମସ୍ୟା ରହି ଥାଏ ତାହେଲେ ଆପଣ ଗର୍ଭବତୀ ହୋଇ ପାରିବେ ନାହିଁ l କାରଣ ଏହି ରୋଗ ଦ୍ୱାରା ମହିଳା ମାନଙ୍କର ଗର୍ଭାଶୟ ବହୁତ ଛୋଟ ହୋଇଯାଏ l

4- ଗର୍ଭବତୀ ହୋଇ ପାରୁନଥିଲେ l ପୁରୁଷମାନେ ସେମାନଙ୍କ ସ୍ପର୍ମ ଟେଷ୍ଟ କରନ୍ତୁ l ଯେଉଁ ପୁରୁଷମାନେ ଅନିଦ୍ରା ରହି ଥାନ୍ତି ଏବଂ ଅଧିକ ତାପମାତ୍ରା ରହୁଥିବା ସ୍ଥାନରେ ରୁହନ୍ତି ତେବେ ସେମାନଙ୍କ ସ୍ପର୍ମ ଦୁର୍ବଳ ହୋଇଯାଇଥାଏ l ଫଳରେ ଗର୍ଭବତୀ ହୋଇ ପାରନ୍ତିନାହିଁ l

5- ଉଭୟଙ୍କ ଓଜନ ଯଦି କମ ରହିଥାଏ, ତେବେ ସେମାନେ ନିଜର ପ୍ରଜନନ କ୍ଷମତା ହରାଇ ବସି ଥାନ୍ତି l ତେଣୁ ନିଜର ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ l

6- ଠିକ ସମୟରେ ସହବାସ ନକଲେ ମଧ୍ୟ ଗର୍ଭବତୀ ହୋଇ ନଥାନ୍ତି l ଭୁଲ ସମୟରେ ଶାରୀରିକ ସମ୍ପର୍କ ରଖିଲେ ମାଆ ହୋଇ ପାରନ୍ତି ନାହିଁ l

7- ମହିଳାମାନେ ଋତୁଶ୍ରାବ ହୋଇ ସାରିବାର ଏଗାର ଦିନ ପରେ ଲଗାତାର ପାଞ୍ଚ ଦିନ ସହାବାସ କଲେ ଆପଣ ଗର୍ଭବତୀ ହୋଇପାରିବେ l

8- ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ବହୁତ ଭଲ ହେବ l କାରଣ ଏହା ଶରୀରର ପ୍ରଜନନ କ୍ଷମତା ହ୍ରାସ ହୋଇଥାଏ l ଯଦି ଆପଣ ଗର୍ଭବତୀ ହେବାକୁ ଚାଁହୁଛନ୍ତି ତେବେ ତିନିମାସ ପୂର୍ବରୁ ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।