କୁମ୍ଭ ରାଶି ( Kumbha Rashi ) ବାର୍ଷିକ ରାଶିଫଳ 2023 ଉଭୟ ପୁରୁଷ ଏବଂ ମହିଳା ନିଶ୍ଚୟ ଦେଖନ୍ତୁ

ବର୍ଷ ୨୦୨୨ ଶେଷ ହୋଇ ଆସିବା ପାଇଁ ଯାଉଛି ବର୍ଷ ୨୦୨୩। ତେବେ ନୂତନ ବର୍ଷ ନେଇ ଆସୁଛି କିଛି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ୍ ସାରା ଖୁସିର ସମୟ। ତେବେ ଆପଣ ମାନେ ଜାଣିଥିବେ କି ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ।ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ପାଇଁ ୨୦୨୩ ମସିହା କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା।

କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ରାଶି ଚଳନରେ ଶନିଦେବ ୧୭ ଜାନୁଆରୀରେ କୁମ୍ଭରାଶିରେ ପ୍ରବେଶ କରିବେ। ୨୧ ଏପ୍ରିଲ ରେ ଦେବଗୁରୁ ବୃହସ୍ପତି ମେଷରାଶିରେ ଗୋଚର କରିବେ,29ଅକ୍ଟୋମ୍ବର କୁ ରହୁଦେବ ମୀନାରାଶିରେ ରହିବେ।ଯାହାକି ଆପଣଙ୍କ ରାଶିର ଦ୍ୱିତୀୟ ଭାବ ଧନ ଭାବରେ ଗୋଚର ହେବ,କେତୁଦେବ ଆପଣଙ୍କ କନ୍ୟାରାଶିରେ ଗୋଚର କରିବେ।

ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜୀବନରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ:-

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବର୍ଷ ଟି ମଧ୍ୟମ ଧରଣର ରହିବ। ସୁଖ ଦୁଃଖ ସମାନ ଭାବେ ରହିବ।ଭଗବାନ ଶନି ଦେବଙ୍କ କୃପାରୁ ସବୁ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ମଧ୍ୟ ବଡ ପରିବର୍ତ୍ତନ ଆସିବା ପାଇଁ ଯାଉଛି। ସବୁ କାର୍ଯ୍ୟରେ ଆପଣ ସଫଳତା ପାଇବେ ଏମାନଙ୍କ ଭାଗ୍ୟରେ ଖୁବ୍ ଶୀଘ୍ର ଧନର ବର୍ଷା ହେବ।ଏମାନଙ୍କ ଜୀବନରେ ବହୁତ୍ କିଛି ପରିବର୍ତ୍ତନ ଦେଖିବା ପାଇଁ ମିଳିବ।ଏହି ସବୁ ରାଶିମାନଙ୍କ ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯିବ। ଜୀବନରେ ଖୁସି ଲାଗି ରହିବ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ସେତେଟା ଠିକ୍ ରହି ନପାରେ।

କୌଣସି କାରଣରୁ ଆପଣ ଭାଙ୍ଗି ପଡ଼ି ପାରନ୍ତି। କିନ୍ତୁ ଚିନ୍ତା କରିବାର କିଛି ନାହିଁ ଆପଣଙ୍କୁ ଏହା ଅଧିକ ଶକ୍ତ କରି ଦେଇ ପାରେ।ପରିବାରରେ ସମସ୍ତେ ହସ ଖୁସିରେ ସମୟ ଅତିବାହିତ କରିବେ।ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ।ଯେଉଁ କାମ ହାତକୁ ନେଇଛନ୍ତି ତାକୁ ସମ୍ପୂର୍ଣ୍ଣ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଶିକ୍ଷାର୍ଥୀ ମାନଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ରହିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଏହା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।

ପ୍ରତିକାର:-ଏହି ବର୍ଷରେ ଆପଣଙ୍କର ଆସୁଥିବା କେତେକ ସମସ୍ୟା ଦୂର ହେବାପାଇଁ ଆପଣ ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ଶନିଦେବାଙ୍କ ବୀଜମନ୍ତ୍ର “ଓଁ ପ୍ରାଙ୍ଗ ପ୍ରିଙ୍ଗ ପ୍ରଂ ଶଃ ଶନିଶ୍ଚରାୟ ନମଃ “ ୧୦୮ ଥର ଜପ କରନ୍ତୁ ଏବଂ ପ୍ରତିଦିନ ସକାଳ ଶିବ ପାଞ୍ଚକ୍ଷର ୧୦୭ ଥର ଜପ କରିବା ସହିତ ହନୁମାନ ଚାଳିଶାପାଠ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment