ବନ୍ଧୁଗଣ ଆଗକୁ ଆସୁଥିବା ନୂଆ ବର୍ଷଟି କେମିତି କାଟିବ ତାହା ସମସ୍ତଙ୍କ ମନରେ ରହିଛି, ସମସ୍ତେ ଚାହାଁନ୍ତି କି ନୂଆବର୍ଷଟି ସମସ୍ତଙ୍କ ଭଲରେ ଅତି ବାହିତ ହେଉ |କିନ୍ତୁ ଆମ ଜୀବନରେ ବେଳେ ବେଳେ ଭଲ କାମ ଗ୍ରହ ମାନଙ୍କ ଚଳନ କାରଣରୁ ଖରାପ ହୋଇଯାଏ |ଗ୍ରହ ଓ ନକ୍ଷତ୍ର ମାନଙ୍କ ଚଳନ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ, ମୁଁ ଆଜି ଆପଣଙ୍କୁ କୁମ୍ଭରାଶିର ବ୍ୟକ୍ତିଙ୍କ ନୂଆ ବର୍ଷଟି କିପରି କାଟିବ ସେ ବିଷୟରେ ଜଣେଇବି |ଗ୍ରହ ଓ ନକ୍ଷତ୍ର ମାନଙ୍କ ଚଳନ କୁମ୍ଭ ରାଶି ଉପରେ କିପ୍ରକାର ପ୍ରଭାବ ପକାଇଛି ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ରାଶିର ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଏହି କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଏହି ବର୍ଷଟି ଅତ୍ୟନ୍ତ ଶୁଭ ଅଟେ, ଆପଣଂକ ଏହି ବର୍ଷ ଭଲରେ କାଟିବ |ମଙ୍ଗଳ ଗ୍ରହ ଆପଣଙ୍କ ଜାତକର ଦଶମ ଭାଗରେ ଅବସ୍ଥାନ କରିବେ ଯାହା ଫଳରେ ଆପଣ ଧନ ସମ୍ପତି ଓ ପ୍ରତିଷ୍ଠା ଲାଭ କରିବେ |ଚାକିରୀ କ୍ଷେତ୍ରରେ ଆପଣଙ୍କ ଦରମା ବୃଦ୍ଧି ହେବା ସହିତ ଶିକ୍ଷା ଓ ପ୍ରତିଯୋଗୀରେ ସଫଳତା ହାସଲ କରିବେ |କାର୍ଯ୍ୟ କ୍ଷେତ୍ରରେ ଆପଣ ଯେକୌଣସି କାର୍ଯ୍ୟ କରି ବହୁତ ଲାଭ ବାନ ହେବେ କିନ୍ତୁ ଆପଣ ଏହି ସମୟରେ ଜଣେ ଭଲ ମଣିଷର ପରାମର୍ଶ ନିଅନ୍ତୁ |
ଆର୍ଥିକ ଯୋଗରେ ବୃହସ୍ପତିଙ୍କ ଉପସ୍ଥିତ କାରଣରୁ ଆପଣ ବହୁତ ଟଙ୍କା ଆୟ କରିବେ ମାତ୍ର ଆପଣଙ୍କ ଏହି ସମୟରେ ଖର୍ଚ୍ଚ ମଧ୍ୟ୍ୟ ବଢିବ ଏଥିପାଇଁ ଆପଣ ଉପଯୁକ୍ତ ଆର୍ଥିକ ଯୋଜନା ପ୍ରସ୍ତୁତ କରି ଚଳନ୍ତୁ |ଏହି ସମୟରେ ଆପଣଙ୍କର ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ,ପ୍ରେମ ଜୀବନ ଓ ବୈବାହିକ ଜୀବନ ଦୃଷ୍ଟିରୁ ମାସଟି ଆପଣଙ୍କର ମଧ୍ୟମ ଧରଣ ରହିବ |ପ୍ରେମ ଜୀବନରେ ଆପଣଙ୍କୁ କିଛି ସଂଘର୍ଷ କରିବା ପାଇଁ ପଡିବ ମାତ୍ର ଧୀରେ ଧୀରେ ଏହି ପରିସ୍ଥିତି ଠିକ ହୋଇଯିବ |କିଛି ଭୁଲ ବୁଝାବଣାକୁ ନେଇ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ତେଣୁ ଆପଣ ସେଥିପ୍ରତି ସାବଧାନ ରୁହନ୍ତୁ |ବୈବାହିକ ଜୀବନ ସୁଖ ମୟ ହେବ ଏବଂ ଆପଣ ଖୁସିରେ ଜୀବନ ଅତି ବାହିତ କରିବେ |
ପାରିବାରିକ ଜୀବନ ସୁଖମୟ ହେବ, ପାରିବାରିକ ଶାନ୍ତି ବଜାୟ ରହିବ |ମାତା ପିତାଙ୍କ ମାର୍ଗ ଦର୍ଶନ ତଥା ସହଯୋଗ ପ୍ରାପ୍ତି କରିବେ,ଗ୍ରହଙ୍କ ଅନୁକୂଳ ସ୍ଥିତି କାରଣରୁ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ |ବୈଜେଷ୍ଟଙ୍କ ଆଶୀର୍ବାଦରୁ ଆପଣ ଉତ୍ତର ନିର୍ଣ୍ଣୟ ନେବାରେ ସକ୍ଷମ ହେବେ ଏହା ସହିତ ଆପଣ ଗୃହରେ କୌଣସି ମଙ୍ଗଳିକ କାର୍ଯ୍ୟ କରିପାରନ୍ତି |ଏହି ସମୟରେ ଆପଣ ପରିବାର ଲୋକଙ୍କ ସହିତ ଦୂର ଯାତ୍ରାରେ ଯାଇପାରନ୍ତି,ଆପଣ ଶରୀରକ ଓ ମାନସିକ କ୍ଷେତ୍ରରେ ସୁସ୍ଥ ରହିବେ କିନ୍ତୁ କେତେକ ସମୟରେ ଆପଣଙ୍କର ଋତୁ କାଳୀନ ଦେହ ଖରାପ ହୋଇପାରେ ତେଣୁ ଆପଣ ସେଥିପ୍ରତି ସଜାଗ ରହିବେ |ଆପଣଙ୍କ ରିଷ୍ଟ ଖଣ୍ଡନ ପାଇଁ ଆପଣ ଶନିଦେବଙ୍କ ମହା ମନ୍ତ୍ର ଜପ କରିବା ସହିତ ଶନିଦେବଙ୍କ ଦର୍ଶନ କରନ୍ତୁ |ଏମିତି କରିବା ଦ୍ଵାରା ଆପଣ ଶୁଭ ଫଳ ପ୍ରାପ୍ତ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।