କାଳିଆକୁ ହରାଇ ଜଗା ପାଇଲା ସୁଭଦ୍ରା ; କୁନି ଭଉଣୀକୁ କୋଳରେ ଧରି ପୁଣି ହସିଉଠିଲା ଜଗା…ଦେଖନ୍ତୁ ଭିଡ଼ିଓ

ମନୁଷ୍ୟ ଜୀଵନରେ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। କେତେବେଳେ ସୁଖ ଆସିଥାଏ ତୋ ଆଉ କେତେବେଳେ ଦୁଃଖ ଆସିଥାଏ। ଏଭଳି ସୁଖ ଦୁଃଖ ମନୁଷ୍ୟ ଜୀବନରେ ଲାଗିରହିଥାଏ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ବିଧିର ବିଧାନ ଯେଉଁଟା ତାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ଭାଗ୍ୟକୁ କେହିବି ପରିବର୍ତ୍ତନ କରିପାରିବେ ନାହିଁ। ଅନେକ ଏଭଳି ଘୋଟଣା ରହିଛି, ଯାହା ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ଛାପ ହୋଇ ରହିବ। ଆଜିକାଲିର ସୋସିଆଲ ମିଡିଆରେ ଏଭଳି କିଛି ଖବର ବେଳେ ଶୁଣିବା ବା ଦେଖିବା ପାଇଁ ମିଲିଥାଏ, ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଥାଏ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି, ଯାହା ସବୁଠି ଖୁସିର ଲହରୀ ଖେଳି ଯାଇଛି। ଯୋଡ଼ା ମୁଣ୍ଡ ହୋଇ ଜନ୍ମ ହୋଇଥିବା ଜଗାଙ୍କର ଏକ ଛୋଟ ଭଉଣୀ ଧରିଥିବାର ଦେଖିବା ପାଇଁ ମିଳିଛି, ଯାହା ଆପଣ ମାନେ ଦେଖିଲେ ଖୁସି ହୋଇଯିବେ। ତେବେ ବନ୍ଧୁଗଣ ଆଜି ଆମେ ପୂରା ଖବର ବିଷୟରେ ଜଣାଇବୁ, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ;

କନ୍ଧମାଳ ଜିଲ୍ଲା ନିଲୁପଡାର ଯୋଡ଼ା ମୁଣ୍ଡ ଜଗା କାଳିଆ ଘଟଣା ସାରା ଦୁନିଆ ଜାଣିଛି। ହେଲେ ଜଗା ଅଛି କିନ୍ତୁ ଭାଇ କାଳିଆ ନାହିଁ। ଆପଣ ମାନେ ସମସ୍ତେ ଜାଣିଛନ୍ତି, ଜଗା କାଳିଆ ଯୋଡ଼ା ମୁଣ୍ଡ ଅପରେସନ କରି ଅଲଗା କରିବା ପାଇଁ ସରକାର ତାଙ୍କୁ ପୂର୍ଣ ସାହାଯ୍ୟ କରିଥିଲେ। ଦିଲ୍ଲୀ ଏମ୍ସରେ ଦୁଇ ଭାଇ ଚିକିତ୍ସା ହେଉଥିଲେ, ଅପରେସନ କରି ସେମାନଙ୍କ ମୁଣ୍ଡ ମଧ୍ୟ ଅତି ସଫଳତା ସହକାରେ ଅଲଗା କରାଯାଇଥିଲା। ଏହାପରେ କଟକ ବଡ଼ ମେଡ଼ିକାଲରେ ସେ ଚିକିତ୍ସା ହେଉଥିଲେ। ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହେଉଥିଲେ। ଲୋକଙ୍କ ଆଶା ମଧ୍ୟ ସେ ଖୁବ ଶୀଘ୍ର ଭଲ ହୋଇଯିବେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା କାଳିଆ ଅସୁସ୍ଥ ହୋଇ ମରିଗଲା।

ଏହା ପରେ ଜଗା ଭାଇକୁ ହରାଇ ଅନେକ ଦୁଃଖ ପ୍ରକାଶ କରିଥିଲେ। ସବୁବେଳେ ଭାଇ ବଳିଆକୁ ସେ ମଧ୍ୟ ଖୋଜୁଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଗା କୋଳରେ ଧରିଛି ୬ ଦିନର କୁନି ଭଉଣୀକୁ ଆଉ ଖୁସିରେ ଜିଭ କାମୁଡି ଦେଇଥିବାର ନଜର ଆସିଛି। ତାଙ୍କ ପରିବାର ସମସ୍ତ ଲୋକ ମଧ୍ୟ ଅତ୍ୟନ୍ତ ଖୁସି ଥିବାର ଦେଖିବା ପାଇଁ ଯାହା ସେମାନଙ୍କ ମୁହଁରେ ହିଁ ସ୍ପଷ୍ଟ ବାରି ହୋଇ ପଡୁଛି। ଏକଥା ମଧ୍ୟ କୁହା ଯାଇପାରେ ଯେ ସେ କାଳିଆକୁ ଏବେ କମ ଖୋଜିବ, କାରଣ ତାଙ୍କ ସହିତ ଖେଳିବା ପାଇଁ ତାଙ୍କର କୁନି ଭଉଣୀ ଆସିଯାଇଛି। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଶ୍ରିବାଦ କରନ୍ତୁ, ଯେମିତି ଜଗା ଏବଂ ତାଙ୍କ ପରିବାର ସଦସ୍ୟ ଖୁସିରେ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment