ବଲାଙ୍ଗିର ସହର କନ୍ଧପାଲି ପଡାରେ ଘର ନା ତାର ଚୁମନ୍ ରାଓ। ବୟସ ମାତ୍ର ୧୩ ବର୍ଷ। ଯେଉଁ ବୟସରେ ଚୁମନ୍ ଖେଳକୁଦ କରିବା କଥା ବାପା ମାଙ୍କ ପାଖରେ ଅଳି ଅଝଟ କରିବା କଥା ସେଇ ବୟସରେ ଚୁମନ୍ ଉଠାଉଛି ପରିବାରର ବୋଝ। ହଁ ଆଜ୍ଞା ଚୁମନ୍ ବଡ଼ି ଭୋରରୁ ସାଇକେଲ ଧରି ବାହାରି ଯାଏ ଚୁମନ୍।ଆଉ ବଲାଙ୍ଗିର ସହର ଭିତରେ ଅନେକ ଲୋକଙ୍କୁ ପେପର ବାଣ୍ଟି ଥାଏ ଚୁମନ୍।
ସକାଳୁ ସକାଳୁ ପାଖାପାଖି ଶହେଟି ଘରେ ପେପର ବାଣ୍ଟି ଥାଏ ଏହି ୧୩ ବର୍ଷର ପିଲା। ବଡ଼ି ଭୋର ୫ ଟାରୁ ଆସି ପେପର ବାଣ୍ଟି ସାରିବା ପରେ ଘରକୁ ଯାଏ। ଆଉ ତାପରେ ସାଇକେଲ ଧରି ସ୍କୁଲ୍ କୁ ବାହାରି ଯାଏ ଚୁମନ। ବଲାଙ୍ଗିର ସରକାରୀ ଟାଉନ ଉଚ୍ଚ ବାଳକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଚୁମନ୍।୧୦ ଟାରୁ ୪ ଟା ସ୍କୁଲରେ ମନ ଦେଇ ପାଠ ପଢନ୍ତି ଚୁମନ୍ ଟ୍ୟୁସନ ଯାଇ ପାରୁ ନଥିବାରୁ ପାଠ ପଢ଼ାରେ ଯାହା ସନ୍ଧେହ ରୁହେ ସ୍କୁଲ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ବୁଝି ନିଏ। ନିୟମିତ ହୋମୋର୍କ୍ ବି କରେ। ଚୁମନ୍ ଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କ କହିବା ଅନୁଯାୟୀ ସେ ଜଣେ ମେଧାବୀ ଛାତ୍ର। କେବଳ ମେଧାବୀ ତା ନୁହେଁ ଶୃଙ୍ଖଳା ଓ ବ୍ୟବହାରରେ ମଧ୍ୟ ନଂ ୱାନ।ତେବେ ସ୍କୁଲ୍ ସାରିବା ପରେ ଚୁମନ୍ ଆଉ ଏକ ଦୋକାନକୁ ଯାଇ ଦୁଇ ଘଣ୍ଟା କାମ କରିଥାଏ।
ତେବେ ଏତେ ଛୋଟ ବୟସରୁ ଚୁମନ୍ କଣ ପାଇଁ ଏତେ ସଂଘର୍ଷ କରୁଛନ୍ତି ତାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଦୁଇ ବର୍ଷ ପୁର୍ବରୁ ସବୁକିଛି ଠିକ୍ ଠାକ୍ ଥିଲା। ଚୁମନଙ୍କ ବାପା ଜଣେ ଠିକାଦାର ଥିଲେ। ଆଉ ଦୁଇ ବର୍ଷ ତଳେ ବାପା ହଠାତ୍ ଚାଲିଗଲେ ଆରପାରିକୁ। ଆଉ ମା ପରିବାରର ପ୍ରତିପୋଷଣ କରୁ କରୁ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଗଲେ। ଏବେ ବି ଜାରି ରହିଛି ଚିକିତ୍ସା।ଚୁମନ୍ ଙ୍କର ୭ ବର୍ଷର ଛୋଟ୍ ଭାଇଟିଏ। ଦୁଇ ଭାଇ ଆଉ ମାକୁ ନେଇ ପରିବାର।
ଆଉ ପୁରା ପରିବାରର ବୋଝ ଚୁମନ୍ ଙ୍କ ଉପରେ। ତେଣୁ ଏତେ କମ୍ ବୟସରେ ପରିବାରର ଭରଣ ପୋଷଣ ପାଇଁ ଘରୁ ଗୋଡ଼ କାଢିଛି ଚୁମନ୍। ଆଉ ଗାଁ ଗାଁ ବୁଲି ପେପର୍ ବିକ୍ରି କରୁଛନ୍ତି ଏହି ୧୩ ବର୍ଷୀୟ ବାଳକ ଚୁମନ୍। ନିଜ ପାଠ ପଢା ସହିତ ପରିବାରର ବୋଝ ଉଠାଉଛନ୍ତି ଚୁମନ୍ କିନ୍ତୁ ହାର ମାନି ନାହାଁନ୍ତି ଚୁମନ୍। ତେବେ ସରକାରଙ୍କ ତରଫରୁ କିଛି ସାହାଯ୍ୟ ଆଶା କରିଛନ୍ତି ଚୁମନ୍ ଆଉ ସରକାର୍ ତରଫରୁ କିଛି ସାହାଯ୍ୟ ମିଳିଲେ ନିଜ ସ୍ଵପ୍ନକୁ ସାକାର କରିବାରେ ସକ୍ଷମ ହୋଇ ପାରିବେ ଏହି ପେପର୍ ବୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।