ଆଜି ଆମେ ଜାଣିବା ସେହି ମାନଙ୍କ ବିଷୟରେ ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର L ଅକ୍ଷର ରୁ ଆରମ୍ଭ ହୋଇଥାଏ। ନାମର ପ୍ରଥମ ଅକ୍ଷର ସହିତ ରାଶି ମାନଙ୍କ ସହିତ ଜଡ଼ି ହୋଇ ରହିଥାଏ। ଓ ସେହି ରାଶି ସହ ଜଡ଼ିତ ଥିବା ବ୍ୟକ୍ତିର ବ୍ୟକ୍ତିତ୍ଵ ସ୍ଵଭାବ ଭବିଷ୍ୟତ ସହିତ କିଛି ଖାସ୍ କଥା ଜଣାଇ ଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ସେହି ଲୋକଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର L ଅକ୍ଷର ରୁ ଆରମ୍ଭ ହୋଇଥାଏ। ଯଦି ଆପଣଙ୍କ ଘରେ କେହି ବ୍ୟକ୍ତି ରହିଛନ୍ତି ଆଉ ସେମାନଙ୍କ ନାମ ର ପ୍ରଥମ ଅକ୍ଷର L ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଆପଣ ଏହି ଲେଖା ଟି ସମ୍ପୂର୍ଣ୍ଣ ଭାବେ ପଢନ୍ତୁ।
ଯଦି କୌଣସି ପୁଅର କିମ୍ବା ଝିଅ ନାମର ପ୍ରଥମ ଅକ୍ଷର L ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଏମାନେ ସ୍ୱଭାବରେ ଖୁବ୍ ସରଳ ହୋଇଥାନ୍ତି। ପ୍ରତ୍ୟେକ କଥାକୁ ଏମାନେ ହୃଦୟର ସହିତ ଚିନ୍ତା କରିଥାନ୍ତି।ଏମାନେ ତାଙ୍କ ଆତ୍ମୀୟ ପ୍ରିୟଜନ ଙ୍କୁ ଖୁବ୍ ଭଲ ପାଇଥାନ୍ତି।ଏହି ଅକ୍ଷର ଥିବା ବ୍ୟକ୍ତି କେବେବି ଅନ୍ୟର ଦୁଃଖ ଦେଖି ପରାନ୍ତି ନାହିଁ। ଏମାନେ ଏମାନଙ୍କ ଜୀବନରେ ପରର ଉପକାର କରି ଖୁବ୍ ଖୁସି ପାଇଥାନ୍ତି। ସ୍ୱଭାବରେ ଖୁବ୍ ସରଳ ଏବଂ ସମସ୍ତଙ୍କୁ ଭଲ ପାଇବା ପରି ଗୁଣ ରହୁଥିବା ରୁ ଏମାନେ ସମସ୍ତଙ୍କ ର ପ୍ରିୟ ହୋଇଥାନ୍ତି। ଏମାନଙ୍କ ପାଖରେ ସମସ୍ତଙ୍କୁ ନିଜର କରିବାର କ୍ଷମତା ରହିଥାଏ।
ଏହି ଅକ୍ଷର ର ପୁଅ ଝିଅ ମାନେ ଅଳ୍ପ ରେ ହିଁ ସନ୍ତୁଷ୍ଟ ହୋଇ ଥାନ୍ତି। ଲୋଭ ଏମାନଙ୍କୁ କେବେ ବି ବଶ କରି ପାରେ ନାହିଁ। ଏମାନେ ପରିବାର ଓ ସମାଜରେ ମୁଖ୍ୟ ଭୂମିକା ରେ ରହିଥାନ୍ତି। ଏମାନଙ୍କୁ ପ୍ରାୟ ସମସ୍ତେ ସମ୍ମାନ କରନ୍ତି। ଏମାନେ ଯେଉଁଟି ରୁହନ୍ତୁ ନା କାହିଁକି ସେଇଠି ହସ ଖୁସି ଆରମ୍ଭ ହୋଇ ଯାଇଥାଏ।
ପ୍ରାୟତଃ ଏମାନେ ବଡ ହେବାର ଇଚ୍ଛା ରଖନ୍ତି ନାହିଁ। କିନ୍ତୁ ଏମାନେ ଯାହା ବି କରିଥାନ୍ତି ସେଥିରେ ସଫଳତା ପାଇ ଥାନ୍ତି। ଏମାନେ ରଚନାତ୍ମକ ହୋଇଥାନ୍ତି। ସାହିତ୍ୟ କ୍ଷେତ୍ରରେ ଏମାଙ୍କ ଜ୍ଞାନ ଭଲ ରହିଥାଏ। ମାତା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ବିଶେଷ ଭାବେ ରହିଥାଏ। ସବୁ କାର୍ଯ୍ୟକୁ ଏମାନେ ମନ ଲଗାଇ କରିଥାନ୍ତି। କିଛି ବି କାର୍ଯ୍ୟ ହେଉ ନା କାହିଁକି ଏମାନେ କାର୍ଯ୍ୟ ଶେଷ ନ କରିବା ଯାଏ ପଛକୁ ହଟନ୍ତି ନାହିଁ। ଏପରି ବ୍ୟକ୍ତି ପ୍ରାୟତଃ ସ୍ଵାଭିମାନୀ ହୋଇଥାନ୍ତି। ଏମାନେ ଶ୍ରେଷ୍ଠ ବିଚାରକ ଏବଂ ନ୍ୟାୟପ୍ରିୟ ହୋଇଥାନ୍ତି।
ଏମାନଙ୍କ ଲକ୍ଷ କେବଳ ଉନ୍ନତୀ କରିବା ଏବଂ ଆଗକୁ ବଢିବା ହୋଇଥାଏଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।