ତେବେ ବନ୍ଧୁଗଣ ଆମେ ଜାଣିଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ଭିଟାମିନ ଓ ଖାଦ୍ୟ ସାର ର ଅଭାବ ଦେଖାଯାଇଥାଏ | ଆଉ ଯଦି ସେହି ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ ତାହେଲେ ଆମକୁ ବହୁତ ଅସୁବିଧା ହୋଇଥାଏ ଓ ସେହି ଭିଟାମିନ ର ଅଭାବ କାରଣରୁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ମଧ୍ୟ ଦେଖା ଯାଇଥାଏ ବୋଲି କୁହାଯାଇଥାଏ | ଆଉ ତାହେଲେ ଆସନ୍ତୁ ଆଜି ଆମେ ଜାଣିବା କେଉଁ ସବୁ ଭିଟାମିନ ଅଭାବ ହେଲେ ଆମର ଦେହ ରେ କେଉଁ ପ୍ରକାରର ଭିଟାମିନ ର ଅଭାବ ଦେଖା ଗଲେ ଆମର ରୋଗ ର ଲକ୍ଷଣ କଣ ରହିଥାଏ ଆସନ୍ତୁ ଜାଣିବା |
1-ତେବେ କୁହାଯାଉଛି କି ଯଦି ଆପଣ ଙ୍କୁ ରାତିରେ ଠିକ ଭାବରେ ନିଦ ହେଉନାହିଁ ଓ ତାହା ସହିତ ଆପଣଙ୍କର ମାଂସ ପେଶି ରେ ଯନ୍ତ୍ରଣା ଦେଖା ଯାଉଛି ତାହେଲେ ଆପଣ ମାନେ ଜାଣିବେ କି ଆପଣଙ୍କ ଶରୀରରେ ପୋଟାସିୟମ ର ଅଭାବ ରହିଛି | ତାହେଲେ ଏହି ଭଳି ସମସ୍ୟା ମାନ ଥିଲେକଦଳୀ, ପଇଡ଼, ବିଟ ଓ ତରଭୁଜ କୁ ସେବନ କରି ପାରିବେ |
2-ଯଦି ଆପଣଙ୍କୁ ବାରମ୍ବାର ମିଠା ଖାଇବା ପାଇଁ ଇଚ୍ଛା ହେଉଛି ତାହେଲେ ଆପଣ ମାନେ ଜାଣିବେ କି ଆପଣଙ୍କ ଶରୀରରେ ଗ୍ଲୁକୋଜ ର ଅଭାବ ଦେଖା ଯାଉଛି | ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଆପଣ ମାନେ ମହୁ ଓ ଫଳ କୁ ମଧ୍ୟ ବ୍ୟବହାର କରି ପାରିବେ ବୋଲି କୁହାଯାଉଛି |
3-ଯଦି ଆପଣଙ୍କର ଚର୍ମ ଶୁଖି ଯାଉଛି ତାହେଲେ ଆପଣ ମାନଙ୍କ ଶରୀରରେ ଭିଟାମିନ E ର ପରିମାଣ କମି ଯାଉଛି, ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ମାନେ ପାଳଙ୍ଗ ସାଙ୍ଗ ଓ ବାଦାମ କୁ ଖାଇ ପାରିବେ |
4-ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ଖାଇବା ପାଇଁ ଇଚ୍ଛା ହୋଉଛି ତାହେଲେ ଆପଣ ମାନେ ଜାଣିବେ କି ଆପଣଙ୍କ ଶରୀରରେ ଆଇରନ ର ଅଭାବ ଦେଖା ଯାଉଛି | ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ଆପଣ ମାନେ କିସ ମିସ, ମୁଗ ଓ ବୁଟ କୁ ଖାଇ ପାରିବେ |
5-ଆପଣଙ୍କ ର ଯଦି ଦାନ୍ତ ରୁ ରକ୍ତ ବାହାରୁଛି ତାହେଲେ ଆପଣଙ୍କ ଶରୀରରେ ଭିଟାମିନ c ର ଅଭାବ ହୋଇଛି ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଖଟା ଫଳ ଯଥା ଲେମ୍ବୁ, କମଳା ଇତ୍ୟାଦି ଖାଇ ପାରିବେ |
6-ଯଦି ଆପଣଙ୍କର ମାଂସ ପେଶି ଟାଣି ହେଉଛି ତାହେଲେ ଆପଣଙ୍କ ଶରୀରରେ କ୍ୟାଲସିୟମ ଓ ପୋଟାସିୟମ ର ଅଭାବ ଦେଖା ଯାଉଛି ଏଥିରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାରର ପନିପରିବା ଖାଇବାର ଆବଶ୍ୟକତା ରହିଛି |
7-ଆଇରନ, ଜିଙ୍କ ଓ ଭିଟାମିନ B12, ର ଅଭାବ ଯୋଗୁ ଓଠ ଫାଟିଥାଏ | ତେଣୁ ସେଥିରୁ ମୁକ୍ତି ପାଇବା ପାଇଁ ସିମଲା ଲଙ୍କା, ବନ୍ଧାକୋବି ଓ ବାଦାମ ଓ ଅନ୍ୟାନ୍ୟ ଜିନିଷ ର ସେବନ କରିବା ଆବଶ୍ୟକ |
8-ଯଦି ଆପଣଙ୍କ ର ତ୍ୱଚା ଫାଟି ଯାଇଥାଏ ତାହେଲେ ଅଣ୍ଡା ସିଝା, ବନ୍ଧା କବି, କଦଳୀ ଇତ୍ୟାଦି ଖାଇବା ଆବଶ୍ୟକ |
9-ଏହା ଛଡା ମାଗ୍ନେସିୟମ ର ଅଭାବ ଯୋଗୁ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖା ଯାଇଥାଏ ତେଣୁ ସେଥିରୁ ମୁକ୍ତି ପାଇଁ ଗୋଟିଏ ଲେଖାଏ କଦଳୀ ପ୍ରତେକ ଦିନ ଖାଆନ୍ତୁ |
ତେବେ ଏହା ଥିଲା ଆମ ଶରୀରରେ ଭିଟାମିନ ଜନିତ ସମସ୍ୟା ରୁ ମୁକ୍ତି ପାଇବା ର କିଛି ଉପାୟ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।