ଶେଷ ଥର ପାଇଁ ମୃତ୍ୟୁ ଶଯ୍ୟା ରେ ଥାଏ ମଧ୍ୟ ଏଭଳି ଭିଡିଓ କରି ଓଡ଼ିଶା ବାସୀଙ୍କୁ ଏହି ବାର୍ତ୍ତା ଦେଇଥିଲେ ତପୁ ମିଶ୍ର…ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣ ଜାଣିଛନ୍ତି ଓଲିଉଡ ର ସମସ୍ତଙ୍କ ଲୋକପ୍ରିୟ ପ୍ରିୟର ଗାୟିକା ତପୁ ମିଶ୍ରଙ୍କ ନିକଟରେ ପରଲୋକ ଘଟିଛି। ଯାହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଏକ ଦୁଃଖଦ ଖବର। କରନା ରେ ଆକ୍ରାନ୍ତ ହୋଇ ଗତ ମେ ମାସ ୧୯ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ତପୁ ମିଶ୍ର। ଆଉ ଭର୍ତ୍ତି ହେବାର କିଛି ଦିନ ପରେ ଟିକେ ସୁସ୍ଥ ହେବା ଖବର ଆସିଥିଲେ ମଧ୍ୟ ପୁଣି ଥରେ ସେ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାକୁ ଆସି ଯାଇଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା ଏବଂ ସେଠାରେ ସେ ଚିକିତ୍ସିତ ହେଉଥିଲେ। ଆଉ ତାଙ୍କର ନିକଟରେ ପରଲୋକ ଘଟିଛି।

ତେବେ ତାଙ୍କର ମୃତ୍ୟୁ ଓଲିଉଡ ଇଣ୍ଡଷ୍ଟ୍ରି ରେ ସୃଷ୍ଟି କରିଛି ଏକ ଅପୂରଣୀୟ କ୍ଷତି। ବାସ୍ତବରେ ଏହା ଠାରୁ ଆଉ ବଡ଼ ଦୁଃଖଦ ଘଟଣା ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ କଣ ହୋଇପାରେ ବର୍ତ୍ତମାନ ସମୟରେ। ଏକାଧିକ ହିଟ୍ ଗୀତ ଗାଇ ଲୋକଙ୍କ ମନକୁ କିଣିବା ସହିତ ଲୋକଙ୍କ ହୃଦୟରେ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ଭଲପାଇବା ତିଆରି କରିବାରେ ସକ୍ଷମ କରାଇ ପାରିଥିଲେ ଏହି ବିଶିଷ୍ଟ କଣ୍ଠଶିଳ୍ପୀ ଜଣଙ୍କ।କିନ୍ତୁ ଦୁଃଖର ବିଷୟ ଯେ ଏବେ ଆଉ ତାଙ୍କ ସ୍ୱର ଲୋକଙ୍କ ନିକଟରେ ପହଁଚି ପାରିବ ନାହିଁ।
କାରଣ ଆମ ସମସ୍ତଙ୍କୁ ଛାଡ଼ି ଏହି ପ୍ରମୁଖ ଗାୟିକା ଜଣଙ୍କ ଆର ପାରିକୁ ଚାଲି ଯାଇଛନ୍ତି। ପାଖାପାଖି ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ଗୀତ।

ଯେଉଁ ସବୁ ଗୀତ ସବୁବେଳେ ସ୍ମରଣୀୟ ହୋଇ ରହିବ। ଯାହା ଲୋକଙ୍କ ମନକୁ ଏତେ ମାତ୍ରାରେ ଛୁଇଁଛି ଯେ ଲୋକେ ଏହାକୁ ଅନେକେ ଥର ଶୁଣିବାକୁ ଭଲ ପାଆନ୍ତି।ତାଙ୍କର ଗାୟିକି ବାସ୍ତବରେ ବେଶ୍ ଚିତ୍ତାକର୍ଷକ ଏବଂ ମନଛୁଆଁ ଅଟେ। ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ରେ ସେ ତାଙ୍କର ଏକ ଭିନ୍ନ ଗାୟିକି ଦେଖାଇ ପାରିଥିଲେ। ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ତାଙ୍କର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ତେବେ କରନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଏହି କଣ୍ଠଶିଳ୍ପୀ ଜଣଙ୍କ ମୃତ୍ୟୁ ପୁର୍ବରୁ ଓଡ଼ିଶା ବାସୀ ଙ୍କୁ ଦେଇଥିବା ଗୁରୁତ୍ବପୂର୍ଣ୍ଣ ସୂଚନାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ଯେଉଁ ଭିଡିଓରେ କରନା ମହାମାରୀ ସମୟରେ ଲୋକଙ୍କୁ ସଚେତନ ରହିବାକୁ କହିଛନ୍ତି ତପୁ। ଏହାଛଡ଼ା କରନା ଯୋଧା ମାନଙ୍କୁ ସହଯୋଗ ଏବଂ ସମ୍ମାନ ଜଣାଇବା ପାଇଁ ମଧ୍ୟ କହିଛନ୍ତି। ଦରକାର୍ ନ ପଡ଼ିଲେ ବାହାରକୁ ବାହାରିବା ନାହିଁ। ଯେତିକି ଘରେ ରହିବା ସେତିକି ସୁସ୍ଥ ରହିବା। ମୁଁ ବି ଘରେ ଅଛି, ସୁସ୍ଥ ଅଛି। ଆଉ ଯଦି ବାହାରକୁ ଯାଉଛନ୍ତି ତେବେ ମାସ୍କା ଓ ସାନିଟାଇଯାର ନିଶ୍ଚୟ ବ୍ୟବହାର କରନ୍ତୁ ବୋଲି ସେ ଏହି ଭିଡିଓରେ କହିଛନ୍ତି। ଯାହାକୁ ଦେଖିଲେ ଯେତିକି ଦୁଃଖ ଲାଗୁଛି ସେତିକି ମନେ ପଡ଼ୁଛନ୍ତି ପ୍ରିୟର ତପୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment