ଦେଖନ୍ତୁ Viral ଭିଡ଼ିଓ – ଲେଡି ପୋଲିସ ଆଉ ଜଣେ ଲେଡିସ କୁ କିପରି ବାଡାଉଛନ୍ତି, ଆଉ ତାପରେ..ଦେଖନ୍ତୁ ଭିଡିଓ

0

କୋଭିଡ-୧୯ ମହାମାରି ପୃଥିବୀର ସମଗ୍ର ଦେଶରେ ଏହାର ପ୍ରଭାବ ପଡିଛି। ପ୍ରଥମେ ଚୀନରୁ ଆରମ୍ଭ ହୋଇ ଧିରେ ଧିରେ ଏହି ଭାଇରସ ସମଗ୍ର ବିଶ୍ୱ ରେ କାୟା ବିସ୍ତାର କଲା । ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶର ସରକାର ନିଜ ନିଜ ଦେଶରେ କୋରନା ଭାଇରସ ଗାଇଡ଼ ଲାଇନ ପ୍ରସ୍ତୁତ କଲେ। କୋରନା ଭାଇରସ ର ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଏବଂ ସଟ ଡାଉନ କରାଗଲା। ଲୋକମାନେ ଘର ଭିତରେ ବନ୍ଦୀ ଭଳିଆ ରହିଲେ। ଯଦି କାହାର କୌଣସି ଅତି ଦରକାର ପଡ଼ିଲା, ସେହିଭଳି ପରିସ୍ଥିତି ରେ ସରକାରୀ ଅଧିକାରୀଙ୍କ ପରାମର୍ଶ ନେଇ ଲୋକମାନେ ବାହାରକୁ ବାହାରୁ ଥିଲେ। ଲୋକ ମାନେ ନିଜର ରୋଜଗାର ହରାଇ ଖାଇବା ପାଇଁ ପାଇଲେ ନାହିଁ। ଦୀର୍ଘ ଦିନ ପରେ ଭାଇରସ କମିବା ଫଳରେ ଲୋକମାନେ ନିଜର କର୍ମ କ୍ଷେତ୍ର କୁ ବାହାରି ପଡିଲେ।

ବର୍ତ୍ତମାନ ପୁଣି କୋରନା ଭାଇରସ ର ସଂକ୍ରମ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି, ଗତବର୍ଷ ଏହି ସମୟରେ ଯେପରି ସଂକ୍ରମଣ ହାର ବେଶି ଥିଲା । ବର୍ତ୍ତମାନ ଏହାର ପୁନରାବୃତ୍ତି ହୋଇଛି। ସମଗ୍ର ଦେଶରେ କୋରନାର ଭାଇରସ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଆମ ଭରତ ରେ ମଧ୍ୟ ଅନେକ ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ହାର ବଢୁଛି, ପ୍ରତ୍ୟେକ ଦିନ ଶହ ଶହ ଲୋକ ମରୁଛନ୍ତି, କେନ୍ଦ୍ର ସରକାର ଗାଇଡ଼ ଲାଇନ ଅନୁସାରେ ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀ ସେମାନେ ତାଙ୍କ ରାଜ୍ୟର କୋରନା ସଂକ୍ରମଣ ର ହାର କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ।

ଭାରତର ଅଧିକାଂଶ ରାଜ୍ୟରେ କୋରନା ସଂକ୍ରମଣ କୁ ଦୃଷ୍ଟିରେ ରଖି, ଲକଡାଉନ ଏବଂ ସଟଡାଉନ କରାଯାଇଛି। ପୋଲିସ ମାନଙ୍କୁ ଦାୟିତ୍ବ ଦିଆଯାଇଛି, ଯେଉଁ ମାନେ ବିନା କାରଣରେ ବାହାରକୁ ଯାଉଛନ୍ତି କିମ୍ବା ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଉପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସବୁ ରାଜ୍ୟ ଅପେକ୍ଷା ଆସାମ ରେ ପୋଲିସ କଡା କଡ଼ି ନିୟମ ପାଳନ କରିଛନ୍ତି।

ଆସାମ ରେ ବର୍ତମାନ ଲକଡାଉନ ର ୧୫ ଦିନରେ ପହଞ୍ଚିଛି, ଆସାମ ପୋଲିସ ମାନେ ଅମାନିଆ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୯ ଜଣ ଙ୍କୁ ଆରେଷ୍ଟ କରିସାରିଛନ୍ତି, ଯେଉଁ ମାନେ ବିନା କାରଣରେ ବାହାରେ ଗାଡିରେ ବୁଲୁଛନ୍ତି, ବର୍ତ୍ତମାନ ସୁଦ୍ଧା ୪୫୦ ମଟର ସାଇକେଲ ଏବଂ ୨୦ ଟି ଚାରି ଚକିଆ ସିଚ କରି ସାରିଲେଣି, ତେବେ ଆସାମ ସରକାର ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି। ଆସାମ ପୋଲିସ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ ଏବଂ କହିଥିଲେ, ଆସାମ ସରକାର ବହୁତ ବୁଝିସୁଝି ଲକଡାଉନ ଘୋଷଣା କରିଛନ୍ତି, ତେଣୁ ଆପଣ ମାନେ ବିନା କାରଣରେ ଘରୁ ବାହାରକୁ ବାହାରନ୍ତୁ ନାହିଁ, ଏବଂ ଲକଡାଉନ ସରିବା ପର୍ଯ୍ୟନ୍ତ ଘରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।