ଲେଡି ସିଂଘମ ରାନୀ ପଣ୍ଡା Momos ଷ୍ଟଲ ଦୋକାନୀକୁ ଦେଲେ ୧ ଲକ୍ଷ ଟଙ୍କାର ଚେକ, ପୁରା ଖବର ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

0

ଜଣେ ସାଧାରଣ ମଣିଷ ଠାରୁ କଳାକାରଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। କଳାକାର ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ ଜାଗ୍ରତ ହୋଇ ରହି ଥାଆନ୍ତି। କଳା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି, କିନ୍ତୁ ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା ସେମାନେ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। କିନ୍ତୁ ଏଭଳି କଳାକାର ମାନେ ଅଛନ୍ତି ଯେ, ସବୁବେଳେ ସମାଜ ସେବା କରିବା ସହିତ ଗରିବ ଲୋକ ମାନଙ୍କୁ ମଧ୍ୟ ସାହାଯ୍ୟ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା, ତାଙ୍କ ନାଁ ରେ ଜଣେ ବ୍ୟକ୍ତି ତିଆରି କରିଥିବା ମୋମୋ ଷ୍ଟଲକୁ ବୁଲି ଆସି କିଛି ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଆ ଯାତ୍ରା ଜଗତର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଯାତ୍ରା ଜଗତର ଆଗ ଧାଡ଼ିର ଲୋକ ପ୍ରିୟ ଅଭନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଯାତ୍ରାରେ ଅଭିନୟ କରିଛନ୍ତି। ଏଥି ସହିତ ଫିଲ୍ମ ଓ ଅନେକ ଗୁଡିଏ କମେଡିରେ ମଧ୍ୟ ଅଭିନୟ କରିଛନ୍ତି। ସେ କାମେଡିଆନ ପପୁ ପମ ପମଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି। ସେ ତାଙ୍କ ଅଭିନୟ ମାଧ୍ୟମରେ ସାରା ଓଡ଼ିଶାରେ ଘରେ ଘରେ ଆଜି ପରିଚିତ ହୋଇ ପାରିଛନ୍ତି।

ସେ ଯାତ୍ରାରେ ବହୁତ ସୁନ୍ଦର ଭାବରେ ଅଭିନୟ କରି ଥାଆନ୍ତି। ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରି ଥାଆନ୍ତି। ସେ ଲୋକ ପ୍ରିୟ ଭଲ ଅଭିନେତ୍ରୀ ଭାବରେ ଆଗକୁ ପାଦ ଥାପିଛନ୍ତି। ତାଙ୍କ ଅଭିନୟ ଯାଦୁରେ ଲୋକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି। ସେ ସୁନ୍ଦର ଅଭିନୟ କରିବା ଦ୍ୱାରା ଅନେକ ଗୁଡିଏ ପ୍ରଶଂସା ମଧ୍ୟ ତାଙ୍କୁ ମିଳିଛି।

ତେବେ ବର୍ତ୍ତମାନ ଜଣେ ବ୍ୟକ୍ତି ତାଙ୍କ ନାଁ ରେ ଏକ ମୋମୋ ଷ୍ଟଲ ଖୋଲିଛନ୍ତି। ଯାହାର ନାଁ ରାନୀ ପଣ୍ଡା ମୋମୋ ଷ୍ଟଲ ରହିଛି। ସେଠାକୁ ସେ ବୁଲି ଆସି ବହୁତ ଖୁସି ଅଛନ୍ତି ଓ ଏଥି ସହିତ କେକ କାଟି ମଜା ମସ୍ତି କରିଛନ୍ତି ଓ ସେଠାରେ ତାଙ୍କୁ ଅନେକ ଉପହାର ଓ ସଂମ୍ମାନୀତ କରା ଯାଇଛି। ମଧ୍ୟ ତାଙ୍କୁ ଦିଆ ଯାଇଛି। ଏଥି ସହିତ ସେ ନିଜକୁ ବହୁତ ଗର୍ବ ଅନୁଭବ କରୁଛନ୍ତି। ସେଠାକୁ ସେ ଆସି ସେହି ବ୍ୟକ୍ତିଙ୍କୁ ୧ ଲକ୍ଷ୍ୟ ଟଙ୍କାର ଚେକ ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ମଧ୍ୟ ବହୁ ଖୁସି ଅଛନ୍ତି। ତାଙ୍କୁ ଦେଖିବା ପାଇଁ ବହୁତ ଭିଡ ଲାଗି ରହିଥିଲା ଓ ତାଙ୍କୁ ବହୁତ ପ୍ରଶଂସା କରା ଯାଇଥିଲା।