ଏଲଆଇସିର ନୂଆ ପଲିସି ମାତ୍ର 200 ଟଙ୍କାରେ ପାଇବେ ସାରା ଜୀବନ ବୀମା ! ହେଲେ କେମିତି ପାଇପାରିବେ ସେ ବିଷୟରେ ଜାଣନ୍ତୁ ସଂମ୍ପୂର୍ଣ୍ଣ ବିବରଣୀ……

ଏଲଆଇସିର ନୂଆ ପଲିସି ମାତ୍ର 200 ଟଙ୍କାରେ ପାଇବେ ସାରା ଜୀବନ ବୀମା । ଆମେ ସମସ୍ତେ ବର୍ତ୍ତମାନ ସମୟରେ ନିଜର ଲାଇଫ ଇନସୁରାନ୍ସ କରୁଛନ୍ତି । ତେବେ ନିଜର ଭବିଷ୍ୟତର ଫ୍ୟାମିଲିକୁ ସୁରକ୍ଷିତ କରିବା ପାଇଁ ଲାଇଫ ଇନସୁରାନ୍ସ କରିବା ବର୍ତ୍ତମାନ ନିତାନ୍ତ ଜରୁରୀ ହୋଇଗଲାଣି । କାରଣ ଦରକାର ଥିବା ସମୟରେ ଏହି ଟଙ୍କା ହିଁ ଆପଣଙ୍କୁ ସାହାର୍ଯ୍ୟ କରେ । ଏହାରି ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ଆମ ଆଦମି ବୀମା ଯୋଜନା ନାମରେ ଏକ ସାମାଜିକ ସୁରକ୍ଷୀ ପଲିସି ଆରମ୍ଭ କରିଥିବା ଜଣାପଡିଛି ।

ଏହି ଯୋଜନା ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ଆରମ୍ଭ କରାଯାଇଛି । ଆପଣ ମାନେ ଯଦି ଏହି ବୀମାରେ ନିଜକୁ ଅନ୍ତର୍ଭୁକ୍ତ କରିବେ ତେବେ କରିପାରିବେ କିନ୍ତୁ ଆବେଦନ କରୁଥିବା ବ୍ୟକ୍ତି ଜଣକ ପରିବାରର ମୁଖ୍ୟ ହୋଇଥିବେ ନଚେତ ପରିବାରର ରୋଜଗାରିଆ ସଦସ୍ୟ ହୋଇଥିବେ ।

ଏହା ସହ ସହରରେ ରହୁଥିବା ଲୋକ ଯେଉଁ ମାନଙ୍କୁ ସହରୀ ଅଞ୍ଚଳର ପରିଚସ ମିଳିନାହିଁ ଅର୍ଥାତ ସେମାନେ ଗ୍ରାମୀଣ ଭୂମିହୀନ ହୋଇଥିବେ ସେହିମାନେ ଏହାର ଲାଭ ଉଠାଇପାରିବେ ବୋଲି ଜଣାପଡିଛି ।

ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବେ ବୀମା ଯୋଜନା ଅନୁସାରେ ବାର୍ଷିକ 30000 ଟଙ୍କାର କଭର ପାଇଁ ପ୍ରତି ବ୍ୟକ୍ତି ପ୍ରିମିୟମ 200 ଟଙ୍କା ଦେବାକୁ ପଡିବ । ଏଥିରୁ 50 ପ୍ରତିଶତ ସୋସିଆଲ ସିକ୍ୟୁରିଟି ବୋର୍ଡରୁ ସବସିଡି ମିଳିବ । ପରେ କିଛି ଦୁର୍ଘଟଣାରେ ମୃତ୍ୟୁ ହେଲେ 75 ହଜାର ବୀମା କଭର ମିଳିବ । ଆର୍ଥିକ ସ୍ଥାୟୀ ବିକଳାଙ୍ଗ ମାମଲାରେ 37500 ଟଙ୍କାର ବୀମା କଭର ଏବଂ ସଂପୂର୍ଣ୍ଣ ରୂପେ ବିକଳାଙ୍ଗ ମାମଲାରେ 75000 ଟଙ୍କାର କଭର ମିଳିବ ବୋଲି ଜଣାପଡିଛି ।

କେବଳ ଏତିକି ନୁହେଁ ବରଂ ଏହି ବୀମା ଯୋଦନା ନବମରୁ ଦ୍ୱାଦଶ ଯାଏ ପଢୁଥିବା ପିଲା ମାନଙ୍କୁ 100 ଟଙ୍କା ପ୍ରତି ମାସରେ ସ୍କଲରସିପ ପ୍ରଦାନ କରାଯିବ । ତେବେ ଏହି ସ୍କିମ ପାଇଁ ଆବେଦକାରୀକୁ ରାସନ କାର୍ଡ , ଜନ୍ମ ପ୍ରମାଣ ପତ୍ର , ଭୋଟର ଆଇଡି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର , ଆଧାର କାର୍ଡ ଆଦି ଦରକାର ପଡିବ ।

ବର୍ତ୍ତମାନ ସମୟରେ ଏଲଆଇସି ଉପରେ ଅନେକ ଲୋକମାନେ ଫୋକସ କରୁଛନ୍ତି , ଜୀବନ ବୀମା କରିବାକୁ ଅନେକ ଗୁରୁତ୍ୱ ମଧ୍ୟ ଦେଉଛନ୍ତି । ତେବେ ଯଦି ଆପଣ ମାନେ ଏଲଆଇସି କରିବାକୁ ଇଚ୍ଛା ରଖୁଛନ୍ତି ତେବେ ନିକଟସ୍ଥ ଅଫିସ ସହିତ ଯୋଗାଯୋଗ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment