ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି। ଏମିତି ଏକ ଘଟଣା ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ରୁ । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ;
ରାଗ ଏମିତି ହେଲା ଯେ ଯେ ନିରୀହ କୁକୁର କୁ ହତ୍ୟା କଲେ। ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ର ରେ ହାଣି ଚାଲିଲେ । ଯାହା ଦେଖି ହେବ ନାହିଁ କି ଦେଖାଇ ହେବ ନାହିଁ । ବେଳେ ବେଳେ ଏମିତି ନିର୍ଦ୍ଦୟ ହେଇ ଯାଉଛି ଏହି ମଣିଷ । ଏମିତି ଏକ ଲଜ୍ୟା ଜନକ ଭିଡ଼ିଓ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ର ପ୍ରହରାଜ ପୁର ଗ୍ରାମରୁ। ସେହି ଗ୍ରାମର ବାବୁଲା ସିଂହ ନାମକ ଜଣେ ବ୍ୟକ୍ତି ଘଟାଇ ଅଛନ୍ତି ଏମିତି ଏକ ଲୋମ ତାଙ୍କୁର କାର୍ଯ୍ୟ । ଅଭିଯୋଗ ହେଉଚି କୁକୁର ଟି କାଳେ ବାବୁଲା ଙ୍କ କୁକୁର ଓ କୁକୁଡ଼ା କୁ କାମୁଡି ଦେଉଥିଲା ।
ଆଉ ରାଗ ରଖି ସେ କୁକୁର କୁ ମରିବା ପାଇଁ ଯୋଜନା କଲେ । ଏକ ଗଳି ରେ କୁକୁର ସୋଇଥିବା ବେଳେ ଲୁଚି ଲୁଚି ଆସି ତା ପିଠି କୁ ହାଣି ଦେଇଥିଲେ । ରକ୍ତ ରେ ଲାଲ ହୋଇ ଯାଇଥିଲା ସ୍ଥାନ ଟି ଆଉ କୁକୁର ଟି ସେଇଠି ମରି ଯାଇଥିଲା । କଥା ଟି ହୁଏତ ସେଇଠି ଦବି ଯାଇ ଥାଆନ୍ତା କିନ୍ତୁ ଏହି ଘଟଣା ର ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲିଲା ଆଉ ବୁଦ୍ଧିଜୀବୀ ମହଲରେ ଏହି ଘଟଣା କୁ ତୀବ୍ର ନିନ୍ଦ୍ୱା କରାଯାଇ ଅଛି ।
ଲୋକ ମାନଙ୍କୁ ବେଶ୍ ଦୁଃଖ ଦେଲା ଏହି ଘଟଣା ଯେଉଁଥିପାଇଁ ପଟ୍ଟାମୁଣ୍ଡାଇ ର ୧୧ ନମ୍ୱର୍ ର ୱାର୍ଡ ବାସିନ୍ଦା ପପୁ ବାବୁଲା ଙ୍କ ନାମ ରେ ପଟ୍ଟାମୁଣ୍ଡାଇ ଥାନା ରେ ଅଭିଯୋଗ କଲେ। ଅଭିଯୋଗ କୁ ଆଧାର କରି ପଟ୍ଟାମୁଣ୍ଡାଇ ପୋଲିସ ବାବୁଲା ଙ୍କୁ ଗିରଫ କରିଥିଲା । ଆଜିର ଏହି ସମାଜ ରେ ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଏହି ନିରୀହ ପଶୁ କୁ ହତ୍ୟା କରିବା ପାଇଁ ପଛଉ ନାହାଁନ୍ତି । ଆଉ ନିରୀହ ପଶୁ ମାନଂକ ର ଜୀବନ ନେଉ ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।