ଦେଖନ୍ତୁ Viral ଭିଡିଓ – Live ସୋ ଚାଲୁଥିଲା ସମୟରେ ସିଙ୍ଗର ଜଣଙ୍କ ଏମିତି ହରକତ ସାମ୍ନା କରିଲେ ଦେଖିଲେ ଆପଣ ବିଶ୍ଵାସ କରି ପାରିବେ ନାହିଁ

0

ନାରୀ ମାନଙ୍କୁ ସମ୍ମାନ ଦିଆଯିବା ଦରକାର ଏହି ଶବ୍ଦର ବ୍ୟବାହର କେବଳ କଥାରେ କହିଥାନ୍ତି କିନ୍ତୁ କାମରେ ନୁହେଁ । ସେଥିପାଇଁ ନାରୀ ମାନେ ବୋଧ ହୁଏ ଭାରତରେ ଚୁପ ହୋଇଯାଆନ୍ତି ଏବଂ ଅନେକ ଅପରାଧ ମଧ୍ୟ ଆମ ସମାଜରେ ଦେଖାଯାଏ । ନାରୀମାନେ ଚୁପ ରହିବାର କାରଣ ଏହା କି ସେମାନେ ଡରି ଯାଆନ୍ତି ଏବଂ କାହାକୁ କହିବାକୁ ଭୟ କରନ୍ତି ବା ଲୋକଲଜ୍ଜାକୁ ମଧ୍ୟ ଭୟ କରନ୍ତି । କିନ୍ତୁ ଆମ ଦେଶ ବାହାରେ ନିଜ ପାଇଁ ନିଜେ ଛିଡା ହୁଅନ୍ତି ନାରୀ ମାନେ ,ସେମିତି ଏକ ଘଟଣା ଦେଖିବାକୁ ମିଳୁଛି ୟୁଗାଣ୍ଡାରେ , ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ୟୁଗାଣ୍ଡାର ଜଣେ ଲେଡି ପପ୍ ସିଙ୍ଗର ଯାହାଙ୍କର ନା ହେଲା ଭେରୋନିକା ଲୁଗଗାୟା , ସେ ଜଣେ ପପ୍ ସିଙ୍ଗର । ଯେତେବେଳେ ସେ ଲାଇଫ ସୋରେ ଗୀତ ଗାଉଥିଲେ , ସେତେବେଳେ ଜଣେ ଯୁବକ ତାଙ୍କର ଗୁପ୍ତାଙ୍ଗକୁ ଛୁଇଁବା ପାଇଁ ଚେଷ୍ଟା କରିଥିଲା । ସେତେବେଳେ ଯାହା ଘଟିଲା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଦେଶ ବାହାରେ ନାରୀ ମାନଙ୍କୁ ଯଦି କିଏ ଅସମ୍ମାନ କରେ ତା ବିରୁଦ୍ଧରେ ନାରୀ ମାନେ ନିଜେ ହିଁ ସ୍ୱର ଉତ୍ତଳନ କରନ୍ତି ବା ନିଜେ ହିଁ ଲଢେଇ କରିଥାନ୍ତି ।

ଯେମିତି ଏହି ଭିଡିଓରେ ସେହି ଯେଉଁ ଯୁବକ ଜଣକ ତାଙ୍କର ଗୁପ୍ତାଙ୍ଗ କୁ ଛୁଇଁବାକୁ ଚେଷ୍ଟା କଲେ ତାଙ୍କ ମୁହଁକୁ ଗୋଟିଏ ନୁହଁ ଦୁଇଟା ନୁହଁ ଆଜ୍ଞା ବହୁତ ଗୁଡାଏ ଲାତ ମାରିଛନ୍ତି ସେହି ମହିଳା ସିଙ୍ଗର । ତେବେ ତାଙ୍କର ଏହି ସ୍ପିରିଡ ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । ବହୁିତ ଲୋକ ତାଙ୍କର ଏହି ସ୍ପିରିଡକୁ ସେଲ୍ୟୁଟ କରୁଛନ୍ତି ଏବଂ କହୁଛନ୍ତି କି ଆପଣ ଯେଉଁ ଏଭଳି କାମ କରିଛନ୍ତି , ତାହା ଆପଣଙ୍କ ଠାରୁ ଅନ୍ୟମାନେ ମଧ୍ୟ ଶିଖିବା ଦରକାର । ଏହି କାମଟିକୁ ସମସ୍ତେ ଆପଣଙ୍କ ଠାରୁ ଶିଖିବେ ତେବେ ବୋଧ ହୁଏ ଆମ ସମାଜରୁ ଅପରାଧ ଧୀରେ ଧୀରେ କମିବାରେ ଲାଗିବ ।

ମହିଳା ଜଣକର ଏପରି ସ୍ପିରିଡ ଦେଖି ଅନ୍ୟ ମହିଳାମାନେ ମଧ୍ୟ ବହୁତ ଧନ୍ୟବାଦ ଜ୍ଞାପନ କରିଛନ୍ତି କାରଣ ସେ ସେଠାରେ ଏକୁଟିଆ ଥାଇ ମଧ୍ୟ ହାର ମାନି ନଥିଲେ ଏବଂ ତାଙ୍କର ସାହସିକତା ପ୍ରଦର୍ଶନ କରିଥଲେ । ଅନ୍ୟ ମହିଳାମାନେ ମଧ୍ୟ ତାଙ୍କ ଠାରୁ କିଛି ଶିଖିବା ଆବଶ୍ୟକ କାରଣ ନିଜର ଏହି ସ୍ପିରିଡ ସାହାର୍ଯ୍ୟରେ ହିଁ ସବୁଠାରେ ନିଜକୁ ସପରକ୍ଷିତ ମନେ କରି ପାରିବେ । ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିପାରିବେ । ତେଣୁ ନାରୀ ମାନେ ନିଜକୁ ଦୁର୍ବଳ ଭାବିବା ଉଚିତ ନୁହଁ ବା ନିର୍ଯାତନା ବା ଅତ୍ୟାଚାର ସହି ଚୁପ ରହିବା ମଧ୍ୟ ଉଚିତ ନୁହେଁ । ସାହାସିକତାର ପ୍ରଦର୍ଶନ କରି ନିଜକୁ ସୁରକ୍ଷା ପ୍ରଦାନ କରିବା ଉଚିତ୍ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।