ଦେଖନ୍ତୁ ଭିଡ଼ିଓ : ଲକଡାଉନ କୁ ନମାନି ବାହାରେ ବୁଲି ଧରା ପଡ଼ିବା ପରେ ମହିଳା କଲେ ହାଇ ପ୍ରୋଫାଇଲ୍ ଡ୍ରାମା…

0

ଏବେ କରନା ର ଦ୍ଵିତୀୟ ଲହରକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି ତଥାପି କିଛି ଲୋକେ ଏହାକୁ ଖାତିର କରୁ ନାହାନ୍ତି। କରନା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବଢୁ ଛନ୍ତି ସେହିଭଳି ଭାବରେ କରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ ଲୋକଙ୍କ ସାବଧାନତା ଏବଂ ସଚେତନତା ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ।କରନା ମହାମାରୀ ସମୟରେ ବିଭିନ୍ନ ସମୟରେ ଆପଣ ଦେଖିବାକୁ ପାଉଥିବେ କିପରି କରନା କଟକଣା କୁ ନମାନି ବେଳେବେଳେ ଅମାନିଆ ମାନେ ସୁରକ୍ଷା ଦାୟିତ୍ୱ ରେ ଥିବା ପୋଲିସ୍ କର୍ମଚାରୀ ମାନଙ୍କୁ ଖରାପ୍ ବ୍ୟବହାର ପ୍ରଦର୍ଶନ କରୁଛନ୍ତି।

ତେବେ କଣ କହିବ ଆଜିର ଲୋକଙ୍କୁ। ନିଜର ହିତାହିତ ଜ୍ଞାନ ଭୁଲି ଆଜିର ମଣିଷ ବେଳେବେଳେ ଏମିତି କିଛି କାମ କରୁଛି ଯାହା ସଭ୍ୟ ଶିକ୍ଷିତ ସମାଜରେ ଏକ ଅସାମାଜିକ ବାର୍ତ୍ତା ପ୍ରଦାନ କରୁଚି। ଯାହାକୁ ଭାଷାରେ ବୟାନ କରିବା ସମ୍ଭବପର ନୁହଁ। କିଛି ଏମିତି କାର୍ଯ୍ୟ ରହିଛି ଯାହାକୁ ସହଜରେ ବିଶ୍ୱାସ କରିବା କିମ୍ବା ମାନିନେବା ଏଥିପାଇଁ ସମ୍ଭବ ନୁହଁ କାରଣ ଏହା ସେହିଭଳି ବିଷୟବସ୍ତୁ ଉପରେ ଆଧାରିତ ହୋଇଥାଏ। ଏଭଳି ଏନେକ କିଛି କାର୍ଯ୍ୟ କଲାପ ବିଷୟରେ ଆମେ ଆପଣଙ୍କୁ ପ୍ରାୟତଃ ଅବଗତ କରାଇ ଆସୁଛୁ। ଆଉ ଆପଣ ମଧ୍ୟ ଏସବୁ ଘଟଣା କୁ ଦେଖି ନିଜକୁ ସୁଧାରିବା ପାଇଁ ଚେଷ୍ଟା କରୁଥିବେ।

ଆଉ ଯଦି ଆପଣ ଏହାକୁ ଖାତିର ନକରି ତାକୁ ହେୟଜ୍ଞାନ କରିବେ ତେବେ ତାହା ବିଡମ୍ବନା ର ବିଷୟ। ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯିବା ପରେ ସେ କଣ କରେ ନିଜେ ଜାଣି ପାରି ନଥାଏ। ଯେଉଁଭଳି ଭାବରେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଉ ଥିବେ ଜଣେ ମହିଳା କିପରି ଭାବରେ ଆଇନ୍ ଉଲ୍ଲଂଘନ କରି ଧରା ପଡ଼ିବା ପରେ ପୋଲିସ୍ କର୍ମଚାରୀ ଙ୍କ ସହିତ ତହସିଲଦାର ଙ୍କୁ ମଧ୍ୟ ଗାଳି ଗୁଲଜ କରୁଛନ୍ତି ଏବଂ ଖରାପ୍ ବ୍ୟବହାର ଦେଖାଉଛନ୍ତି।ଏହି ଘଟଣାଟି ହେଉଛି ଇଟାରସି ର। ଏଠାରେ ମହିଳା ଜଣଙ୍କ ଲକଡାଉନ୍ ସମୟରେ ବାହାରେ ନିଜ ସ୍କର୍ପିଓ ରେ ବୁଲୁଥିବା ବେଳେ ପୋଲିସ୍ ତାଙ୍କୁ ଅଟକାଇ ଥିଲା।

ଏହାପରେ ମହିଳା ଜଣଙ୍କ ପୋଲିସ୍ କର୍ମଚାରୀ ମାନଙ୍କ ଉପରେ ତେଜି ଉଠିଥିଲେ ଏବଂ ରାଗିଯାଇ ଯାହା ଇଚ୍ଛା କହି ଯାଇଥିଲେ। ତାଙ୍କୁ ବାହାରେ ବୁଲିବା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ମୁଁ ମାସେ ହେଲାଣି ଘରେ ରହିଥିଲି ତେଣୁ ଏବେ ଟିକେ ତାଜା ପବନ ଖାଇବା ପାଇଁ ବାହାରକୁ ଆସିଥିଲି। ତେବେ ତାଙ୍କ ସହ ଥିବା ଯୁବକ ଜଣଙ୍କ ତାଙ୍କୁ ବୁଝାଇ ସେଠାରୁ ତାଙ୍କୁ ନେଇ ଯିବାକୁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ଜଣଙ୍କ ସେମିତି କହି ଚାଲିଥିଲେ। ପ୍ରାୟତଃ ୧୫ ମିନିଟ୍ ଧରି ସେଠାରେ ମହିଳା ଜଣଙ୍କ ଏହିଭଳି କାଣ୍ଡ କରିଥିବାର ନଜର ଆସିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।