ଦେଖନ୍ତୁ Viral ଭିଡ଼ିଓ : ଲକଡାଉନ୍ ନମାନି ବାହାରେ ବୁଲୁଥିବା ଅମାନିଆ ଙ୍କୁ ପୋଲିସ୍ ସାବାଡ୍ କରିବା ପାଇଁ ନେଲା ଏମିତି ପଦକ୍ଷେପ, ଯାହାକୁ ଦେଖିଲେ ଆପଣ ବି ହେବେ ତାଯୁବ…

0

ବନ୍ଧୁଗଣ ଆପଣ ଦେଖୁଛନ୍ତି ସମଗ୍ର ଦେଶ ଏବେ କରୋନା ସହ କିପରି ଲଢ଼େଇ କରୁଛନ୍ତି। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି।ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି। କରନା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବଢୁ ଛନ୍ତି ସେହିଭଳି ଭାବରେ କରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅବଶ୍ୟ କରନା ରେ ଆକ୍ରାନ୍ତ ମାନେ ବହୁତ୍ ସଂଖ୍ୟାରେ ପ୍ରତିଦିନ ସୁସ୍ଥ ମଧ୍ୟ ହେଉଛନ୍ତି। ତେବେ ସାରା ଦେଶରେ କରନା ସଂକ୍ରମଣ ଦୈନିକ ତାର ରେକର୍ଡ ପାର କରିବାରେ ଲାଗିଛି।

ଯାହା ସରକାର ଏବଂ ଦେଶବାସୀ ଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ଏକ ଭୟାବହତା ଦେଖା ଦେଇଛି ସାଧାରଣରେ ନିଶ୍ଚିତ ଭାବରେ।ଯେହେତୁ ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି ତେଣୁ ଏହା ବହୁତ୍ ଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଛି। କାରଣ ଏହା ଭାଇରସ ର ଏକ ନୂଆ ରୂପ।ଆଉ ଏହି ନୂତନ ଷ୍ଟ୍ରେନ ର ଭାଇରସ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇ ଥିବା ବେଳେ ଆମେ କୋଭିଡ ନିୟମ ମାନିଲେ ହିଁ କରୋନା ସଂକ୍ରମଣ ରୋକି ପାରିବା। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ ସରକାର୍ ନିର୍ଦେଶ ଦେଇଛନ୍ତି।

ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇ ଥିବା ବେଳେ ଆମେ କୋଭିଡ ନିୟମ ମାନିଲେ ହିଁ କରୋନା ସଂକ୍ରମଣ ରୋକି ପାରିବା ବୋଲି ସରକାର୍ କହିଛନ୍ତି। ଏଥିପାଇଁ ମାସ୍କ ପିନ୍ଧିବା ପାଇଁ ଆମେ ସଂକଳ୍ପ ନେବା ଦରକାର।ଏହି ସମୟରେ ମାସ୍କ ଚେକିଂ ସାରା ଦେଶରେ ଜୋରଦାର ହୋଇଛି ଏବଂ ଜୋରିମାନା ଆଦାୟ ମଧ୍ୟ କରା ଯାଉଛି।ଆଉ ଏହି ଚେକିଂ ବେଳେ ବିଭିନ୍ନ ରାଜ୍ୟର ଲକ୍ ଡାଉନ୍ ସ୍ଥିତି ସମୟରେ ମଧ୍ୟ ମାସ୍କ ନ ପିନ୍ଧି ଧରା ପଡ଼ିବା ପରେ କିଛି ଲୋକଙ୍କ ସହିତ ପୋଲିସ୍ କର୍ମଚାରୀଙ୍କ କାର୍ଯ୍ୟାନୁଷ୍ଠାନ ପୂର୍ବକ କାର୍ଯ୍ୟ କଲାପର କିଛି ଭିଡିଓ ଏବେ ସାମ୍ନାକୁ ଆସିଛି।

ଏଠାରେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ମାସ୍କ ନ ପିନ୍ଧି ଧରା ପଡ଼ିବା ପରେ ଯୁବକ ମାନଙ୍କୁ ଆମ୍ବୁଲାନ୍ସ ଭିତରେ ଭର୍ତ୍ତି କରା ଯାଉଚି ଯେଉଁ ଆମ୍ବୁଲାନ୍ସ ଭିତରେ କରନା ଆକ୍ରାନ୍ତ ରହିଛନ୍ତି ବୋଲି ଦେଖିବାକୁ ମିଳୁଛି। ଦଣ୍ଡ ପୂର୍ବକ ପୋଲିସ୍ ଅମାନିଆ ମାନଙ୍କୁ ଡରାଇବା ପାଇଁ ଏହିଭଳି ଉପାୟ ଅବଲମ୍ବନ କରିଛି। ଏଭଳି ଚିତ୍ର ଯୋଧପୁର ରୁ ଆସିଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କରୁ ମଧ୍ୟ ଏହିଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।