ଦେଖନ୍ତୁ Shocking ଭିଡ଼ିଓ : ଲକଡାଉନରେ ସ୍କୁଟି ଧରି ବୁଲୁଥିବାରୁ ପୋଲିସ ଅଟକାଇବାରୁ ରାସ୍ତା ଉପରେ ଯୁବତୀଙ୍କ ହାଇଡ୍ରାମା…

0

ବନ୍ଧୁଗଣ କରନା ମହାମାରୀ ସମୟରେ ବିଭିନ୍ନ ସମୟରେ ଆପଣ ଦେଖିବାକୁ ପାଉଥିବେ କିପରି କରନା କଟକଣା କୁ ନମାନି ବେଳେବେଳେ ଅମାନିଆ ମାନେ ସୁରକ୍ଷା ଦାୟିତ୍ୱ ରେ ଥିବା ପୋଲିସ୍ କର୍ମଚାରୀ ମାନଙ୍କୁ ଖରାପ୍ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଯଦିଓ ଏବେ କରନା ର ଦ୍ଵିତୀୟ ଲହରକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି ତଥାପି କିଛି ଲୋକେ ଏହାକୁ ଖାତିର କରୁ ନାହାନ୍ତି। କରନା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବଢୁ ଛନ୍ତି ସେହିଭଳି ଭାବରେ କରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ ଲୋକଙ୍କ ସାବଧାନତା ଏବଂ ସଚେତନତା ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ।

ଯଦିଓ କରନା ରେ ଆକ୍ରାନ୍ତ ମାନେ ବହୁତ୍ ସଂଖ୍ୟାରେ ପ୍ରତିଦିନ ସୁସ୍ଥ ହେଉଛନ୍ତି ତଥାପି ସାରା ଦେଶରେ କରନା ସଂକ୍ରମଣ ଦୈନିକ ତାର ରେକର୍ଡ ପାର କରିବାରେ ଲାଗିଛି,ଯାହା ସରକାର ଏବଂ ଦେଶବାସୀ ଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ଏକ ଭୟାବହତା ଦେଖା ଦେଇଛି ସାଧାରଣରେ ନିଶ୍ଚିତ ଭାବରେ।ଯେହେତୁ ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି ତେଣୁ ଏହା ବହୁତ୍ ଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଛି କାରଣ ଏହା ଭାଇରସ ର ଏକ ନୂଆ ରୂପ।ଆଉ ଏହି ନୂତନ ଷ୍ଟ୍ରେନ ର ଭାଇରସ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି।

ତେବେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇ ଥିବା ବେଳେ ଆମେ କୋଭିଡ ନିୟମ ମାନିଲେ ହିଁ କରୋନା ସଂକ୍ରମଣ ରୋକି ପାରିବା। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ ସରକାର୍ ନିର୍ଦେଶ ଦେଇଛନ୍ତି। ଏହା ସହିତ ସଡକ ପରିବହନ ନିୟମ କୁ ମଧ୍ୟ ମାନିବାକୁ ପଡ଼ିବ। ରାସ୍ତାରେ ହେଲମେଟ ନପିନ୍ଧୀ ଗାଡ଼ି ଚଳାଇବା ଦ୍ବାରା ପୋଲିସ୍ ପକ୍ଷରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। କିନ୍ତୁ କିଛି ଲୋକ ଏହାକୁ ମଧ୍ୟ ନମାନି ଅସୁରକ୍ଷିତ ଭାବେ ଗାଡ଼ି ଚାଳନା କରି ପରେ ଧରା ପଡ଼ିବା ପରେ ପୋଲିସ୍ ସହ ଯୁକ୍ତି ତର୍କ ମଧ୍ୟ କରୁଛନ୍ତି। ଏହିଭଳି ଏକ ଘଟଣା ଏବେ ବିହାର ରେ ଦେଖିବାକୁ ମିଳିଛି।

ଏଠାରେ ଜଣେ ଯୁବତୀ ରାତ୍ରି ସମୟରେ ବିନା ହେଲମେଟ ରେ ଗାଡ଼ି ଚଳାଇ ଯାଉଥିବା ସମୟରେ ପୋଲିସ୍ ତାଙ୍କୁ ଅଟକାଇଛି।ଏହାପରେ ପୋଲିସ୍ ତାଙ୍କୁ ଜୋରିମାନା ଦେବାକୁ କହୁଛି। ତାଙ୍କଠାରୁ ଜୋରିମାନା ନେବାକୁ କହିବା ପରେ ଯୁବତୀ ଜଣଙ୍କ ପୋଲିସ୍ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିଛନ୍ତି।ସେ ଲୋକଙ୍କ ସେବାରେ, ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଲକଡାଉନ୍ ରେ ଯାଉଥିବା କଥା କହୁଛନ୍ତି। ହେଲମେଟ ନପିନ୍ଧିଲେ କିଛି ଅସୁବିଧା ନାହିଁ ଏବଂ ସେ ପିନ୍ଧିବେନି ବୋଲି ମଧ୍ୟ କହୁଛନ୍ତି। ଲୋକଙ୍କ ସେବା କରିବା ପାଇଁ ନିୟମ ଉଲ୍ଲଂଘନ କରିବା କେତେଦୂର ଠିକ୍ ପୋଲିସ୍ ତାଙ୍କୁ ପ୍ରଶ୍ନ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।