Breaking news – ଲକଡାଉନ ସମୟରେ ପୁଣି ୯୦୦୦ ଟଙ୍କା ଶସ୍ତା ହେଲା ସୁନା ! ଜାଣନ୍ତୁ ଆଜିର ନୂଆ ଦର….

0

ବନ୍ଧୁଗଣ ଆପଣ ଏବେ ସୁନା ଅଳଙ୍କାର କିଣିବାକୁ ଚାହୁଁଛନ୍ତି କି, କିମ୍ବା ଏଥିପାଇଁ କିଛି ଯୋଜନା ରହିଛି କି? ଯଦି ହଁ ତେବେ ଆପଣଂକ ପାଇଁ ରହିଛି ଖୁସିର ଖବର। ଆପଣଙ୍କ ପାଇଁ ଏବେ ରହିଛି ସୁନା ଗହଣା କିଣିବା ର ସୁବର୍ଣ୍ଣ ସୁଯୋଗ। ଏବେ ବର୍ଷା ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ବିବାହ ପାଇଁ ମଧ୍ୟ ଦିନ ଆସୁଛି। ଆଉ ଏହି ସମୟରେ ସୁନା ମଧ୍ୟ ତାର ଚମକ ହରାଇବା ସଦୃଶ ଦରରେ ଅନେକ ପରିବର୍ତ୍ତନ ଆସିଛି। ଏବେ ସୁନା ଦରରେ ଅନେକ ହ୍ରାସ ଘଟିଛି। ଆପଣଙ୍କୁ କହି ରଖୁଛୁ ଯେ ଗତ ୧୦ ଦିନରେ ୬ ଥର ପାଇଁ ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

ଆଉ ଏହି ସମୟରେ ଦେଶରେ ସୁନା ଦର ହ୍ରାସ ପାଇବା କାରଣରୁ ବଜାରରେ ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି।ଏବେ ବିବାହ ଋତୁ ଚାଲିଥିବା ବେଳେ ଅନେକ ରାଜ୍ୟରେ କଟକଣା କୋହଳ ହେବା ସହ ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଲୋକେ ଏହି ସମୟରେ ବଜାର ଖୋଲିବା ମାତ୍ରେ ସୁନା ଗହଣା କିଣିବା ପାଇଁ ବଜାର ଆସୁଛନ୍ତି। ଦାମ୍ କମ୍ ଥିବାରୁ ଏବେ ସୁନା କିଣି ରଖି ଦେବାକୁ ସେମାନେ ଉଚିତ ବୋଲି ମନେ କରୁଛନ୍ତି। ତେବେ ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୧୭୮୦ ଡଲାର ରହିଥିବା ବେଳେ ରୁପା ଦର କେଜି ପିଛା ୨୫.୯୬ ଡଲାରରେ ଟ୍ରେଡ୍ କରୁଛି ଅନ୍ତରାଷ୍ଟ୍ରୀୟ ବଜାରରେ।

ତେବେ ଏହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି।ତେବେ ଗତ ସପ୍ତାହରେ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୧୪୦୦ ଟଙ୍କା ହ୍ରାସ ପାଇଥିବା ଦେଖିବା ପାଇଁ ମିଳିଥିଲା। ଏହାପରେ ପୁଣି ଦାମ୍ କିଛି ମାତ୍ରାରେ ବଢିଥିଲା। କିନ୍ତୁ ଏହା ପୁଣି ହ୍ରାସ ପାଇବାକୁ ଲାଗିଥିଲା ଏବଂ ଏବେ ପୁଣି ଏଥିରେ ହ୍ରାସ ଘଟିଛି।ରାଜଧାନୀ ଦିଲ୍ଲୀ ଗହଣା ବଜାରରେ ଗୁରୁବାର ସୁନା ଦର ୧୦ ଗ୍ରାମ୍ ପିଛା ୪୬୩୭୬ ଟଙ୍କା ରହିଥିଲା ଏବଂ ପରେ ଏହା ୪୬୨୮୩ ଟଙ୍କାକୁ ଖସି ଆସିଥିଲା କାରବାର ଆରମ୍ଭ ହେବା ପରେ। ରୁପା ମଧ୍ୟ ଗୁରୁବାର କେଜି ପିଛା ୬୬୬୯୦ ଟଙ୍କା କାରବାର ଆରମ୍ଭ ବେଳେ ରହିଥିଲା ଏବଂ ୬୬୭୮୯ ଟଙ୍କାରେ ବନ୍ଦ ହୋଇଥିଲା।

ଆଉ ଏବେ ସେହି କ୍ରମରେ ସୁନା ଦର ଠାରୁ ୯୦୦୦ ଟଙ୍କା ଶସ୍ତା ହୋଇ ସାରିଲାଣି । ଆପଣ ଜାଣିଛନ୍ତି ଗତବର୍ଷ କରୋନା ମହାମାରୀ ବେଳେ ସୁନା ୧୦ ଗ୍ରାମ୍ ପିଛା ୫୫୦୦୦ ଟପିଥିଲା। ଏବେ ଏଥିରେ ଏଭଳି ଭାବରେ ହ୍ରାସ ପାଇବା ପରେ ଏହାକୁ ନେଇ ଗ୍ରାହକ ଙ୍କ ମନରେ ଏକ ଖୁସି ଏବଂ ସୁନା କିଣିବା ପ୍ରତି ଆଗ୍ରହ ସୃଷ୍ଟି ହୋଇଛି।୯୦୦୦ ଟଙ୍କା ହ୍ରାସ ପାଇବା ସମସ୍ତଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।