ବନ୍ଧୁଗଣ ହିନ୍ଦି ଧାରାବାହିକ ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ବେଶ୍ ପରିଚିତ ଏବଂ ଲୋକପ୍ରିୟ ମଧ୍ଯ। ନିଜର ଦମଦାର ଅଭିନୟ ସାଙ୍ଗକୁ ତାଙ୍କର ଟାଲେଣ୍ଟ ପାଇଁ ସେ ଅଭିନୟ ଜଗତରେ ଏକ ବିଶେଷ ନାମ କରି ପାରିଛନ୍ତି। ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାର ଦେଖିବାକୁ ମିଳୁ ଛନ୍ତି।ତାଙ୍କର ଅନେକ ଫଟୋ, ଭିଡିଓ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି। ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।
ତେବେ ଏହି ଅଭିନେତ୍ରୀ ଜଣଙ୍କ ହିନ୍ଦି ଧାରାବାହିକ ସାଥ ନିଭାନା ସାଥିୟା ରେ ଗୋପୀ ବୋହୂ ଚରିତ୍ରରେ ତାଙ୍କର ଆକର୍ଷଣୀୟ ଅଭିନୟ କରି ସମସ୍ତଂକ ହୃଦୟକୁ ଛୁଇଁ ପାରିଛନ୍ତି। ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ପୋଜ ରେ ଫଟୋ ଦେଇ ତାଙ୍କ ପ୍ରସଂଶକ ଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଅନେକ ଭିଡିଓ ମଧ୍ଯ ସେ ପୋଷ୍ଟ କରିଥାନ୍ତି। ତେବେ ତାଙ୍କର ଏହି ସବୁ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କ ଦ୍ଵାରା ବେଶ୍ ଗ୍ରହଣୀୟ ହୋଇଛି। ଏହାକୁ ତାଙ୍କର ପ୍ରଶଂସକ ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ଏବଂ କିଛି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ସେହିଭଳି ଏବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଏକ ଫଟୋ ପୋଷ୍ଟ କରିବାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି।
ତେବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କ ଜନ୍ମ ଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଏବଂ ଭିଡିଓ କୁ ପୋଷ୍ଟ କରିଥିଲେ।ଏହି ଫଟୋ ମାନଙ୍କରେ ଦେବୋଲିନା ହଳଦିଆ ରଙ୍ଗର ବିକିନି ରେ ବହୁତ୍ ବୋଲ୍ଡ ଅନ୍ଦାଜ ରେ ନଜର ଆସିଛନ୍ତି।କେବଳ ଏତିକି ନୁହେଁ ଏହାଛଡ଼ା ସେ ଆଉ ଏକ ଭିନ୍ନ ଅନ୍ଦାଜ ରେ ବି ସାମ୍ନାକୁ ଆସିଛନ୍ତି ଯେଉଁଥିରେ ସେ ବିକନି ସାଙ୍ଗକୁ ଛୋଟ ଛୋଟ ଡ୍ରେସ୍ ରେ ଡାନ୍ସ କରୁଥିବା ନଜର ଆସିଛନ୍ତି।ଏହି ବିକନୀ ପିନ୍ଧି ଦେବୋଲିନା ତାଙ୍କ ପ୍ରସଂଶକ ମାନଙ୍କୁ ବେଲି ଡାନ୍ସ ଦେଖାଉଛନ୍ତି।ଏହି ଡାନ୍ସ ରେ ଏପରି ଗେଟ୍ ଅପ୍ ରେ ସେ ବହୁତ୍ ବୋଲ୍ଡ ଏବଂ ଆକର୍ଷଣୀୟ ଲାଗୁ ଛନ୍ତି।
View this post on Instagram
କିନ୍ତୁ ଏହିଭଳି ରୂପରେ ତାଙ୍କୁ ଦେଖି ତାଙ୍କର ପ୍ରସଂଶକ ମାନେ ତାଙ୍କର ପ୍ରଶଂସା ଏବଂ ସୁନ୍ଦରତା କୁ ତାରିଫ କରିବା ବଦଳରେ ତାଙ୍କୁ ଅଧିକ ମାତ୍ରାରେ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି। ଜଣେ ୟୁଜର ଏହାକୁ ଦେଖି ତାଙ୍କର ପ୍ରତିକ୍ରିୟା ରେ ଲେଖିଛନ୍ତି ଯେ ଏମିତି କର ନାହିଁ, ରହିବାକୁ ଦିଅ ସେମିତି ଏବଂ ଆଉ ଜଣେ ୟୁଜର ଲେଖିଛନ୍ତି କ୍ୟା ସେ କ୍ୟା ହୋଗୟା ହେଁ। ଆଉ ଅନ୍ୟଜଣେ ୟୁଜର ଲେଖିଛନ୍ତି ଆରେ ଗୋପୀ ବୋହୂ ଏସବୁ କଣ ଦେଖାଉଛନ୍ତି, କଣ କରିବାକୁ ଚାହୁଁଛନ୍ତି ବୋଲି କହି ତାଙ୍କୁ ଟ୍ରୋଲ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।