Love କରୁଥିଲେ ସାବଧାନ ! ପ୍ରେମରେ ଅନ୍ଧ ଗାର୍ଲଫ୍ରେଣ୍ଡ୍,ବୟଫ୍ରେଣ୍ଡ କୁ ୯୭ ଲକ୍ଷ ଟଙ୍କା ଦେଇ ବନ୍ଧା ହେଲେ ଗାର୍ଲଫ୍ରେଣ୍ଡ୍… ଦେଖନ୍ତୁ ଭାଇରାଲ Video

ବର୍ତ୍ତମାନର ଆଧୁନିକ ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ପୂର୍ଵ ଭଳି ବର୍ତ୍ତମାନ ସମୟରେ ପ୍ରକୃତ ଭଲ ପାଇବା କେଉଁ ଆଡେ ବି ଦେଖିବା ପାଇଁ ମିଳୁନାହିଁ। ସବୁ ସ୍ଥାନରେ ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ପୁଅ ଝିଅ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି। ଯିଏ ପ୍ରକୃତରେ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି।

ଯେତେବେଳେ ଗୋଟିଏ ପୁଅ କିମ୍ବା ଝିଅ ଭଲ ପାଇବାରେ ବିଶ୍ୱାସ ନ ହେଉଛି। ତେବେ ଆଜିକାଲିର ଯୁବକ ଯୁବତୀ ମାନେ ଏହି ଭଲ ପାଇବାକୁ ନେଇ ଅନେକ ପ୍ରକାର ଭୂଲ କାମ କରିବା ପାଇଁ ପଛାଉ ନାହାନ୍ତି। ତେବେ ବର୍ତ୍ତମାନ ସମୟରେ ଜଣେ ଯୁବତୀ ଏଭଳି କିଛି କାମ କରିଛନ୍ତି ଯାହାକୁ ଦେଖିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ନିଜର ବୟଫ୍ରେଣ୍ଡ ଆକାଉଣ୍ଟକୁ 97 ଲକ୍ଷ ଟଙ୍କା ପଠେଇ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ଏଭଳି ଏକ ଘଟଣା ଭୁବନେଶ୍ୱର ରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ରେ ଦେଖିବା ପାଇଁ ମିଳିଛି। ଜଣେ ଯୁବତୀ ସେହି କଲେଜ ର ଆକାଉଣ୍ଟାଣ୍ଟ ଭାବରେ କାମ କରୁଥିଲେ।

ତେବେ ସେ ଜଣେ ପୁଅକୁ ଭଲ ପାଉଥିଲେ। ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ନିଜ ପ୍ରେମିକ ଆକାଉଣ୍ଟକୁ ୧ ବର୍ଷ ଭିତରେ ୯୬ ଲକ୍ଷ ଟଙ୍କା ଫୋନ ପେ ଜରିଆରେ ପଠାଇ ଥିଲେ। ତେବେ ସେ ବିଭିନ୍ନ ପ୍ରକାର ମିଛ କଥା କହି ଏଭଳି କିଛି କରୁଥିଲେ। ତାଙ୍କର କହିବା କଥା ଥିଲା ଯେ ତାଙ୍କର ମାଆଙ୍କ ଦେହ ଖରାପ ଏହା କହି ଲକ୍ଷ ଲକ୍ଷ ଟଙ୍କା ବୟ ଫ୍ରେଣ୍ଡ ଆକାଉଣ୍ଟକୁ ଟଙ୍କା ପଠାଉ ଥିଲେ। ଏହାପରେ ଘଟଣା ଜାଣିବା ପରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି। ତେବେ ଗିରଫ ହେବା ପରେ ପୋଲିସ ସାମ୍ନାରେ ସବୁ ସତ କଥା କହିଛନ୍ତି।

ସେ ବହୁତ ଭଲ ପାଉଥିଲେ ଗୋଟିଏ ପୁଅକୁ ତେବେ ତାଙ୍କ ପ୍ରେମ ଏତେ ଅନ୍ଧ କରିଦେଇଥିଲା ଯେ ତା ଛଡ଼ା ତାକୁ କେହି ବି ଦେଖା ଯାଉନଥିଲା। ଯାହାର ଫଳ ସ୍ୱରୂପ ମହିଳା ଜଣକ 97 ଲକ୍ଷ ଟଙ୍କା ପଠାଇ ଥିଲେ। ତେବେ ଏପଟେ ତାଙ୍କ ବୟ ଫ୍ରେଣ୍ଡର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେଣୁ ଆପଣ ମାନେ ମଧ୍ୟ ଯଦି କାହାକୁ ଭଲ ପାଉଛନ୍ତି। ତେବେ ଏଭଳି କିଛି ଭୂଲ କାମ କରନ୍ତୁ ନାହିଁ। ଯାହାର ଫଳସ୍ୱରୂପ ପରେ ଆପଣଙ୍କୁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ। ଯାହାବି ଏଭଳି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment