ଲଭ-ସେକ୍ସ-ଧକା ! ପ୍ରେମ ବିବାହ ପରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା…ଦେଖନ୍ତୁ Viral ଭିଡ଼ିଓ

ଆଜିକାଲିର ଯୁବକ ଯୁବତୀ ମାନେ ସବୁବେଳେ ପ୍ରେମ ପଛରେ ଦୌଡ଼ି ଛନ୍ତି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ, କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ। ତାପରେ ମଧ୍ୟ ଉଭୟଙ୍କ ବିବାହ ପାଇଁ ସେମାନେ ନିଷ୍ପତ୍ତି ନିଅନ୍ତି, ଏଥିରେ ଅନେକ ବାଧା ବିଘ୍ନ ଆସି ଥାଏ, ଏସବୁ ମଧ୍ୟରୁ ଜାତିଆଣଭାବ ଅନେକ ସମୟରେ ଦେଖିବା ପାଇଁ ମିଳିଥାଏ । ତେବେ ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି , ଯାହା ଜାଣିଲା ପରେ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ, ତେବେ ଆଜି ଆମେ ଯେଉଁ ଘଟଣା ଟି ବିଷୟରେ କହିବା ପାଇଁ ଯାଉଛୁ, ଜଣେ ଯୁବତୀ ନିଜ ସ୍ୱାମୀକୁ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବସିଛି, ଛୋଟ ଜାତି ଶ୍ୱଶୁର ଘର ଲୋକେ ଘରେ ପୂରେଇ ଦେଉନାହାନ୍ତି। ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ;

ଏଭଳି ଏକ ଘଟଣା ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପଞ୍ଚୁପାଲି ଗ୍ରାମରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରଞ୍ଜିତା ବର ନାମକ ଜଣେ ଯୁବତୀ, ପଞ୍ଚୁପାଲି ଗ୍ରାମର ସୁଶାନ୍ତ ଗିରିଙ୍କ ପୁଅ ସରତ ଗିରି ଉଭୟ ଭଲପାଇ ବିବାହ କରିଥିଲେ। ଏହା ପରେ ଯୁବତୀ ନୀଚ ଜାତିର ହୋଇଥିବାରୁ ତାଙ୍କ ଘୋର ଲୋକ ତାଙ୍କୁ ଗ୍ରହଣ କରିନଥିଲେ। ସେମାନେ ବାଲେଶ୍ବରରେ ଘରଭଡା ନେଇ ରହୁଥିଲେ ଏବଂ ପରେ ତାଙ୍କ ବାପ ଘରେ ମଧ୍ୟ କିଛି ଦିନ ରହିଥିଲେ। ତେବେ ବାହାଘରକୁ ୮ ମାସ ବିତି ଯାଇଥିଲ, ମଧ୍ୟ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ।

ଏହାପରେ ତାଙ୍କ ସ୍ୱାମୀ ଘରୁ ପଇସା ନେଇ ଆସିଥିଲେ, କିନ୍ତୁ ଏହାପରେ ସେ ଫେରିନଥିଲେ, ତେବେ ବିଳମ୍ବ ଦେଖି ମହିଳା ଜଣକ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ଶ୍ୱଶୁର, ଶାଶୁ ଏବଂ ତାଙ୍କ ଜାଆ ତାଙ୍କୁ ନୀଚ ଜାତିର କହି ତାଙ୍କୁ ଘରେ ପୁରେଇ ଦେଇନଥିଲେ। ମହିଳା ଜଣକ ତାଙ୍କ ସ୍ୱାମୀକୁ ଛାଡ଼ନ୍ତୁ, ସେ ଚାଲି ଯିବେ ବୋଲି କହିଥିଲେ। କିନ୍ତୁ ତାଙ୍କ ସ୍ୱାମୀକୁ କୁଆଡେ ଲୁଚେଇ ଦେଇଛନ୍ତି। ମହିଳା ତାଙ୍କ ଘର ଆଗରେ ସେମିତି ବସି ରହିଛନ୍ତି, ଯେତେବେଳ ଯାଏ ତାଙ୍କ ସ୍ୱାମୀଙ୍କୁ ପାଇ ନାହାନ୍ତି, ଅଖିଆ ଅପିଆ ସେହିପରି ବସିରହିବେ। ତେବେ ଆମର ପ୍ରଶାସନ ନିକଟରେ ଏତିକି ପ୍ରାର୍ଥନା ଯେ ଘଟଣାର ତଦନ୍ତ କରି ମହିଳା ଜଣଙ୍କୁ ନ୍ୟାୟ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment