ଦେଖନ୍ତୁ Shocking ଭିଡ଼ିଓ : ଜଣାପଡିଲା ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାରିବାର ସତ … କେମିତି କରାଯାଇଥିଲା ଗୁଳି… CCTV ରେ ରେକର୍ଡ ହୋଇଗଲା…

ରକ୍ଷକ ସାଜିଲା ଭକ୍ଷକ।ଓଡ଼ିଶା ଇତିହାସରେ କଳଙ୍କ, ଚାଞ୍ଚଲ୍ୟ । ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଫାୟାରିଂ।ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି ଚଳାଇଛନ୍ତି ଜଣେ ପୋଲିସ୍ ASI।ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେହି ସମୟରେ ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ସ୍ପଷ୍ଟ ଶୁଭୁଛି ଗୁଳି ଫୁଟିବାର ଶବ୍ଦ।ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ । ଝାରସୁଗୁଡ଼ାରୁ ବ୍ରଜରାଜନଗରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗାନ୍ଧି ଛକରେ ଗାଡ଼ିରୁ ଓହ୍ଲାଇବା ବେଳକୁ ଜିନ୍ଦାବାଦ୍ ପଡୁଥିଲା, ବେକରେ ଫୁଲମାଳ ବି ପଡିଲା । ଠିକ୍ ସେତିକି ବେଳେ ଅତର୍କିତ ଭାବେ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି କିଏ ଜଣେ ଗୁଳି ଚଳାଇଲା ।

ହଠାତ୍ କେହି କିଛି ବୁଝି ପାରିନଥିଲେ । କିନ୍ତୁ ମନ୍ତ୍ରୀ ନିଜେ ଛାତିକୁ ଚାପି ଧରି କହିଥିଲେ କିଏ ଗୋଟେ ମତେ ମାରିଦେଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଏହାପରେ ମନ୍ତ୍ରୀଙ୍କୁ ସ୍ୱାଗତ ବେଳର ଗୋଟିଏ ପରେ ଗୋଟିଏ ଭିଡିଓ ବି ପଦାକୁ ଆସିଲା । ସେଥିମଧ୍ୟରୁ ଏକ ଭିଡିଓ, ଯେଉଁଥିରେ ସ୍ପଷ୍ଟ ଦିଶୁଥିଲା ଖାକି ବର୍ଦ୍ଦି ପିନ୍ଧା ଜଣେ ପୋଲିସ ହିଁ ମନ୍ତ୍ରୀଙ୍କ ଗାଡ଼ି ପାଖକୁ ଯାଇଛନ୍ତି । ଆଉ ସେ ହିଁ ଏଏସ୍‌ଆଇ ଗୋପାଳ ଦାସ । ଅତି ସନ୍ତର୍ପଣରେ ନିଜ ସର୍ଭିସ୍ ରିଭଲଭର ବାହାର କରି ମାତ୍ର ୪ରୁ ୫ଫୁଟ୍ ଦୂରରୁ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ।

ଗୁଳିକାଣ୍ଡ ପରେ ହଇଚଇ ସୃଷ୍ଟି ହୋଇଥିଲା, ଗୋପାଳ ମନ୍ତ୍ରୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ତାଙ୍କୁ ଉପସ୍ଥିତ ଲୋକେ କାବୁ କରିନେବା ପରେ ଆଉ ଦି ରାଉଣ୍ଡ ବି ସେ କୁଆଡ଼େ ଫାଙ୍କାରେ ଫୁଟାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ଅଧିକ ଅଘଟଣ ଆଶଙ୍କାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ତୁରନ୍ତ ପୋଲିସ୍ ନିଜ କବ୍‌ଜାକୁ ନେଇଥିଲା ।
ତେବେ ଖାକି ବର୍ଦ୍ଦିରେ ଥାଇ ହିଁ ମନ୍ତ୍ରୀଙ୍କ ଉପରକୁ ଏଏସ୍‌ଆଇ ଗୋପାଳ ଦାସ ଗୁଳି ଚଳାଇଥିବା କଥା ସ୍ପଷ୍ଟ କରିଛନ୍ତି ବ୍ରଜରାଜନଗର SDPO। ତେବେ କାହିଁକି ଜଣେ ଏଏସ୍‌ଆଇ ହୋଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

ତେବେ ଗୁରୁତର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ନିଆ ଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାର ଲିଫ୍ଟିଂ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଣା ଯାଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଗ୍ରୀନ କରିଡ଼ର କରାଯାଇ ଆମ୍ବୁଲାନ୍ସରେ ନବ ଦାସଙ୍କୁ ଅଣାଯାଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ଜାଣିବାକୁ ଆଗୁଆ ହସ୍ପିଟାଲରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଗୁଳିକାଣ୍ଡ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ହସ୍ପିଟାଲ ଭିତରେ ନବଙ୍କ ପୁଅଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment