M’ ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ, ଏମିତି ହୋଇଥାନ୍ତି ‘M’ ନାମର ଲୋକ – Vastu Shastra

ପ୍ରତ୍ୟେକ ବ୍ୟକ୍ତିର ତାଙ୍କ ନାମର ପ୍ରଥମ ଅକ୍ଷର ର ବହୁତ୍ ହିଁ ମହତ୍ତ୍ଵ ରହିଥାଏ। ନାମର ପ୍ରଥମ ଅକ୍ଷର ରୁ ହିଁ ବ୍ୟକ୍ତିର ବ୍ୟକ୍ତିତ୍ଵ ବାବଦରେ ବହୁତ୍ କିଛି ଜାଣି ହୋଇଥାଏ।ସେଥିପାଇଁ ପିତା ମାତା ଭାବି ଚିନ୍ତି ନିଜ ସନ୍ତାନ ର ନାମ କରଣ କରିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ସେହି ଲୋକଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର M ଅକ୍ଷର ରୁ ଆରମ୍ଭ ହୋଇଥାଏ। ଯଦି ଆପଣଙ୍କ ଘରେ କେହି ବ୍ୟକ୍ତି ରହିଛନ୍ତି ଆଉ ସେମାନଙ୍କ ନାମ ର ପ୍ରଥମ ଅକ୍ଷର M ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଆପଣ ଏହି ଲେଖା ଟି ସମ୍ପୂର୍ଣ୍ଣ ଭାବେ ପଢନ୍ତୁ।

ଯଦି କୌଣସି ପୁଅର କିମ୍ବା ଝିଅ ନାମର ପ୍ରଥମ ଅକ୍ଷର M ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଏହି ଅକ୍ଷର ଥିବା ବ୍ୟକ୍ତି ମାନେ ଜ୍ଞାନ ବାନ ହୋଇଥାନ୍ତି ଏବଂ ଏମାନେ ଜ୍ଞାନ ବାଣ୍ଟିବା ରେ ମାହିର ହୋଇଥାନ୍ତି। ଏମାନଙ୍କୁ ଅନେକ ନିଜର ଆଦର୍ଶ ମାନି ପରାମର୍ଶ ଗ୍ରହଣ କରନ୍ତି। ଏମାନେ ଏମାଙ୍କ ଜ୍ଞାନ ପାଇଁ ବେଶ୍ ପ୍ରଶଂସା ମଧ୍ୟ ସାଉଁଟି ଥାନ୍ତି।

ଏମାନେ ଅଧିକ ଭାବୁକ ଏବଂ ସଙ୍କୋଚ କରାଇଥାନ୍ତି। ସବୁବେଳେ ଗଭୀର ଚିନ୍ତା ରେ ଏମାନେ ମଗ୍ନ ରହିଥାନ୍ତି। ଅଧିକ ଭାବିବା ପାଇଁ ଏମାନେ ପସନ୍ଦ କରିଥାନ୍ତି। ଏପରି ବ୍ୟକ୍ତି ଖୁବ୍ ଛୋଟ ଛୋଟ କଥା କୁ ମଧ୍ୟ ଖୁବ୍ ଗଭୀରତା ର ସହିତ ନେଇ ଯାଆନ୍ତି। ଏମାନେ ବହୁତ୍ ଜିଦଖୋର ସ୍ୱଭାବର ହୋଇଥାନ୍ତି। ଏମାନଙ୍କୁ ବୁଝାଇବା ଏତେଟା ସହଜ ସାଧ୍ୟ ହୋଇ ନଥାଏ। ଏମାନେ କିଛି କଥା କୁ ଥରେ ଧରି ନେଲେ ଆଉ ଛାଡନ୍ତି ନାହିଁ। ସେହି ସ୍ଥିତି ରେ ଏମାନଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟ ସାଧ୍ୟ ହୋଇଥାଏ।

M ଅକ୍ଷର ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଭାଗ୍ୟଦେବୀ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି। ସେଥିପାଇଁ ଧନ ଏବଂ ସମ୍ମାନ ଏମାନଙ୍କୁ ମିଳିଥାଏ। ଏମାନେ ରାଜନୀତି ଙ୍କୁ ନେଇ ବେଶ୍ ଆଗ୍ରହୀ ରହିଥାନ୍ତି। ଏମାନେ ଖୁବ୍ ଉପକାରୀ ମଧ୍ୟ। କମ୍ ପରିଶ୍ରମ ରେ ବି ଏମାନେ ବହୁତ କିଛି ପାଇ ଥାନ୍ତି। ଏହି ବ୍ୟକ୍ତି ମାନେ ଅଧିକ ଭାବୁକ ହୋଇ ଥିବାରୁ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଆନ୍ତି ଆଉ ଏମାନେ ଥରେ ଯାହାକୁ ହୃଦୟର ସହିତ ଭଲ ପାଇଥାନ୍ତି ତାକୁ କେବେ ବି ଧୋକା ଦିଅନ୍ତି ନାହିଁ।

ଏମାନଙ୍କ ସହିତ ଶତ୍ରୁତା କରିବା ଆଦୌ ଠିକ୍ ହୋଇ ନଥାଏ। କାରଣ ଏମାନେ ଖୁବ୍ ପ୍ରଭାବ ଶାଳୀ ହୋଇଥାନ୍ତି। ଯେ କୌଣସି କାର୍ଯ୍ୟ ହେଉ କି ଯେ କୌଣସି କ୍ଷେତ୍ର ହେଉ ଏମାନେ ସବୁ ବେଳେ ସଫଳତା ହାସଲ କରି ଥାନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment