ଦେଖନ୍ତୁ Shocking ଭିଡ଼ିଓ : ମା’ କୋଳକୁ ଫେରିଲା ଅପହୃତ ଶିଶୁକନ୍ୟା, ଜନ୍ମର ଚବିଶ ଘଣ୍ଟା ଭିତରେ ଅପହରଣ ହେଲା, ଚବିଶ ଘଣ୍ଟା ପରେ ମିଳିଲା, ପୁରା ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ…

0

ସମାଜରେ ମନୁଷ୍ୟ ମାନେ ସମୟ ସୁବିଧା ଦେଖି ଚୋରି କରୁଛନ୍ତି। ବେଳେ ବେଳେ ସେମାନେ ଛୋଟ ଛୋଟ ଛୁଆ ମାନଙ୍କୁ ମଧ୍ୟ ଚୋରି କରି ନେଇ ଯାଇ ଥାଆନ୍ତି। ସମାଜରେ ମନୁଷ୍ୟ ମାନେ ସବୁବେଳେ ସୁଯୋଗ ର ଅପେକ୍ଷାରେ ରହି ଥାଆନ୍ତି, ଯେତେବେଳେ ଯେଉଁ ସୁଯୋଗ ମିଳେ ତାକୁ ହାସଲ କରି ବସନ୍ତି। କିନ୍ତୁ ଯେତେବେଳେ ସେମାନେ ଚୋରି କରି ରଖି ପାରନ୍ତି ନାହିଁ, ସେତେବେଳେ ଛାଡି ଚାଲି ଯାଇ ଥାଆନ୍ତି। ତେବେ ନିକଟରେ ଏଭଳି ଘଟଣା ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ, ଚୋରି ହୋଇଥିବା ନବଜାତ ଶିଶୁ ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ସୁବର୍ଣ୍ଣ ପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଜ ଦାୟକ ଘଟଣା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଗତ ଦୁଇ ଦିନ ତଳେ ବିରମହାରାଜ ପୁରର ଶଣ୍ଢା ଗାଁ ର ଗଜେନ୍ଦ୍ର ନାମକ ଜଣେ ଯୁବକ ତାଙ୍କ ପତ୍ନୀ ସନ୍ତୋସିନୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ସୁବର୍ଣ୍ଣ ପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହା ପରେ ମହିଳା ଜଣଙ୍କ ଏକ କନ୍ୟା ଶିଶୁକୁ ଜନ୍ମ ଦେଇଥିଲେ।

ମହିଳା ଜଣଙ୍କ ଶୌଚ ହେବା ପାଇଁ ଯିବା ସମୟରେ, ସେ ତାଙ୍କ ନବଜାତ ଶିଶୁ କନ୍ୟାଙ୍କୁ ତାଙ୍କ ଶାଶୁଙ୍କୁ ଧରାଇ ଦେଇ ଯାଇ ଥିଲେ। ଏହାର କିଛି ସମୟ ପରେ ଜଣେ ମହିଳା ଜଣଙ୍କ ଆସି ନବଜାତ ଶିଶୁକୁ ପୋଲିଓ ଦେବା କଥା କହି ତାଙ୍କ ଠାରୁ ନେଇ ପଳାଇ ଯାଇଥିଲେ। କିଛି ସମୟ ପରେ ପିଲାଟି ନ ଆସିବାରୁ ପରିବାର ଲୋକମାନେ ବ୍ୟସ୍ତ ବିବ୍ରତ ହୋଇ ଖୋଜିବାକୁ ଲାଗି ପଡିଥିଲେ କିନ୍ତୁ ପିଲାଟିକୁ ପାଇ ନଥିଲେ। ଏହି ଘଟଣାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫୁରୁ ଥାନାରେ ଏତଲା ଦିଆ ଯାଇଥିଲା।

ପୋଲିସ ଏହାକୁ ଦୁଇ ଦିନ ଧରି ଜୋର ସୋର ଭାବରେ ତନାଘନା ଚଲାଇ ଥିଲା। କିନ୍ତୁ ନବଜାତ ଶିଶୁ ଚୋରି ହେବାର ୨୪ ଘଣ୍ଟା ମଧ୍ୟରେ ପ୍ରତାପ ପୁର ଶରଧା ବାଲି ରାସ୍ତା କଡ଼ ଜଙ୍ଗଲରୁ ଶିଶୁଟିକୁ ପୋଲିସ ଉଦ୍ଧାର କରିଛନ୍ତି। ପୋଲିସ ଉଦ୍ଧାର କରି ମୁଖ୍ୟ ହସ୍ପିଟାଲକୁ ଆଣିଛନ୍ତି। ଆଶ୍ଚର୍ଯ୍ୟର କଥା ଯେ, ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛି। ଚୋରି କରି ଧରା ପଡ଼ି ଯିବା ଭୟରେ ଜଙ୍ଗଲ ଭିତରେ ଛାଡି ପଳାଇ ଯାଇଛି ବୋଲି ଅନୁମାନ କରା ଯାଉଛି। ଶିଶୁ ଚୋରି କରିବାରେ କୌଣସି ସମ୍ପର୍କୀୟଙ୍କ ହାତ ରହିଛି ବୋଲି ପୋଲିସ ସନ୍ଦେହ କରିଛନ୍ତି। ସେଥିପାଇଁ ହସ୍ପିଟାଲରେ ଲାଗି ଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ସହିତ ପଚରା ଉଚରା ମଧ୍ୟ କରୁଛନ୍ତି। ନବଜାତ ଶିଶୁକୁ କିଏ ନେଇଥିଲା ଓ କାହିଁକି ନେଇଥିଲା ତାହା ପୋଲିସ ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।