ମାଆ ଆଉ କାହା ହାତ ଧରି ପଳାଇଲା ବାପା ଝୁରି ଝୁରି ଆରପାରିକୁ ଚାଲିଗଲେ, ଏବେ ବେସାହାରା ଜୀବନ ଜିଉଁଛନ୍ତି ଦୁଇ ଭାଇ ଭଉଣୀ… ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ… ଦେଖନ୍ତୁ ଭିଡ଼ିଓ

0

ଆଜିର ସମୟରେ ଏମିତି କିଛି ପରିବାର ରହିଛନ୍ତି , ଯେଉଁ ମାନେ ଅତି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ସେମାନଙ୍କୁ ତାଙ୍କ ପରିବାର ଚଳିବା ପାଇଁ ମଧ୍ୟ ବହୁତ କଷ୍ଟ କରିବା ପାଇଁ ପଡୁଛି । ସେହି କରୁଣ ଦୃ଼୍ଶ୍ୟ ଗୁଡିକୁ ଦେଖିଲେ ଆପଣ ମାନଙ୍କ ଆଖିରୁ ଲୁହ ଆସିଯିବ , କାହିଁକି ସେମାନେ ଏତେ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ପରିସ୍ଥିତି କେତେବେଳେ କେଉଁ ମାନଙ୍କୁ କିପରି ମୋଡରେ ପହଞ୍ଚାଇ ଥାଏ ତାହା କହିବା ବହୁତ ମୁସକିଲ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ବେସାହାରା ହୋଇ ଜୀବନ ବିତାଉଥିବା ଭାଇ ଭଉଣୀଙ୍କ ବିଷୟରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ଘଟଣାଟି କଣ ଅଟେ ।

କଂସାଏ ପଖଳକୁ ଖାଉଛନ୍ତି ଦୁଇ ଭାଇ ଭଉଣୀ , ପାଖରେ ତାଟିଆ ଟିଏ ମଧ୍ୟ ଅଛି କିନ୍ତୁ ସେଥିରେ ନାହିଁ ଭଜା କିମ୍ୱା ତରକାରୀ । ଆପଣ ମାନେ ଭିଡିଓ ରେ ଦେଖିପାରୁଥିବେ କିପରି କଂସାଏ ପଖାଳକୁ କେବଳ ଲୁଣ ଲଙ୍କା ଲଗାଇ ଖାଉଛନ୍ତି ଏହି ଦୁଇ ଭଉଣୀ । ସତରେ ଭଗବାନ ଏତେ ନିର୍ଦ୍ଦୟ ହୋଇପାରନ୍ତି , ଭଗବାନ କାହିଁକି ସେମାନଙ୍କୁ ଏମିତି ଦୁର୍ବିହ ଜୀବନ ଦେଇଛନ୍ତି ପ୍ରଥମେ ମା ପିଲାମାନଙ୍କୁ ଛାଡି ଅନ୍ୟ କାହା ହାତ ଧରି କୁଆଡେଁ ଚାଲିଗଲା । ବାପାଙ୍କ ସାହାରାରେ ଚଳୁଥିଲେ ଭାଇ ଭଉଣୀ , ମା ଅନ୍ୟ କାହାର ହାତ ଧରି ଚାଲିଯାଇଥିବା କଥା ଭାବି ଭାବି ଚିନ୍ତାକରି କରି ବାପାଙ୍କର ମୃତ୍ୟୁ ହୋଇଗଲା ।

ଏବେ ଅସହାୟ ହୋଇପଡିଛନ୍ତି ଦୁଇ ଭାଇ ଭଉଣୀ , କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଖସିପୁରା ବ୍ଲକର ଆଦିବାସୀ ଅଦୃଶିତ ଗାଁ ଲୁହାମାଳିଆ । ଅଭାବି ସଂସାର ଭିତରେ ଗାଁର ସାଗରମୁଣ୍ଡା ସେହି ଗାଁର ରାଧାକୁ ପରମ୍ପରା ସହ ବିବାହ କରିଥିଲେ । ରାଧାକୁ ଆପଣାର କରି ନିଜର ଛୋଟିଆ ସଂସାରକୁ ଅତିବାହିତ କରିଦେବେ ବୋଲି ଭାବିଥିଲେ ସାଗର । ବିବାହ ର କିଛି ବର୍ଷ ପରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ହେଲା । କିନ୍ତୁ ହଠାତ୍ ହସଖୁସୀର ସଂସାରରେ କାହାର ନଜର ଲାଗିଗଲା , ଦୁଇ ନିରିହ ଶିଶୁ ଓ ସ୍ୱାମୀକୁ ପର କରି ରାଧା ଆଉ କାହାର ହାତ ଧରି ପରପୁରୁଷ ସହ କେଉଁଆଡେ ପଳାଇଗଲା ।

ବହୁତ ଖୋଜା ଖୋଜି ପରେ ପତି ରାଧାକୁ ନପାଇ ସାଗର ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆଖିବୁଜି ଦେଲେ । ସାହିପଡିଶାଙ୍କ ସହଯୋଗରେ ସାଗରଙ୍କ ଅନ୍ତିମ ସତ୍କାର କରାଯାଇଥିଲେ ସୁଦ୍ଦା ବାପା ମାଙ୍କୁ ହରାଇ ଦୁଇ ଶିଶୁ ଏବେ ଅନାଥ ବେସାହାରା ହୋଇ ଭଙ୍ଗା ଛପର ଘରେ ପଡି ରହିଛନ୍ତି । ବାପା ମାଙ୍କ କଥା ଭାବି ଭାବି ଆଖିରୁ ଲୁହ ସୁଖୁନି , ଦଣ଼୍ଡେ ଖାଇ ଗଣ୍ଡେ ଜିଇବାକୁ ସମ୍ୱଳ ନାହିଁ ସେମାନଙ୍କ ପାଖରେ । ପଢାବୟସରେ ଦୁଇ କୋମଳ ଶିଶୁ କେମିତି ରହିବେ ସମସ୍ତଙ୍କୁ ଏବେ ଚିନ୍ତା ଘାରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।