jitu das amrutabani – ଆପଣଙ୍କ ଗୃହକୁ ମା ଲକ୍ଷ୍ମୀଙ୍କ ଆସିବାର ଶୁଭ ସଙ୍କେତ ଜାଣନ୍ତୁ …

ବନ୍ଧୁଗଣ ପ୍ରାୟ ସମସ୍ତଙ୍କ ଘରେ ଝିଟିପିଟି ନିଶ୍ଚିତ ଥିବ, ହେଲେ ଏହି ଝିଟିପିଟି ଆମ ଜୀବନରେ ଅନେକ କିଛି ପରିବର୍ତନ ଆଣିଥାଏ |ଝିଟିପିଟିକୁ ସାମାନ୍ୟ ଭାବି ହେୟ ଜ୍ଞାନ ମନେ କରିବା ଉଚିତ ନୁହଁ, ଏହି ଝିଟିପିଟି ଏକ ସାଧାରଣ ଜୀବ ହୋଇଥାଏ ସତ ହେଲେ ପ୍ରତ୍ୟେକ ଜୀବଜନ୍ତୁ ଓ ମଣିଷ ମଧ୍ୟ୍ୟରେ ପ୍ରକୃତିର ଏକ ଅଲଗା ସମ୍ୱନ୍ଧ ରହିଥାଏ |ଝିଟିପିଟି ଆମକୁ ଅନେକ ସମୟରେ ଅନେକ ସଂକେତ ଦର୍ଶାଇ ଥାଏ, ଏହାର ସଙ୍କେତର ଆମ ଜୀବନରେ ଅନେକ କିଛି ପରିବର୍ତନ ହୋଇଥାଏ |ମୁଁ ଆଜି ଆପଣକୁ ଝିଟିପିଟି ଦେଇଥିବା କିଛି ସଂକେତ ବିଷୟରେ କହିବି ଯାହା ଆପଣଙ୍କ ଜୀବନର ଅନେକ ପରିବର୍ତନ ଆଣିଥାଏ, ତେବେ ଆସନ୍ତୁ ଜାଣିବା ଏହି ସଂକେତ ଗୁଡିକ ବିଷୟରେ |

ଦୀପାବଳି ଦିନ ଯଦି ଆପଣ ଝିଟିପିଟି ଦେଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଅଟେ |ଯଦି ଏହିଦିନ ଝିଟିପିଟି ଆପଣଙ୍କ ଉପରେ ଖସିପଡ଼େ ତେବେ ଆପଣଙ୍କର ଏହି ବର୍ଷଟି ଅତି ଭଲରେ କଟିବ, ଏହି ବର୍ଷ ଆପଣ କେବେ ଅଭାବ ଅନୁଭବ କରିବେ ନାହିଁ |ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟି ଏକ ପୂଜନୀୟ ପ୍ରାଣୀ ବୋଲି ମାନ୍ୟତା ରହିଅଛି, ଏହାର ପୂଜାର୍ଚନା ଯୋଗୁଁ ଧନ ସମ୍ୱନ୍ଧୀୟ ସମସ୍ୟା ମାନ ଦୂର ହୋଇଯାଏ |ଆପଣ ସନ୍ଧ୍ୟାରେ ଠାକୁର ପୂଜା କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି ତେବେ ତୁରନ୍ତ ଠାକୁର ଘରୁ ସିନ୍ଦୁର ଓ ଅରୁଆ ଚାଉଳ ଆଣି ତା ଉପରେ ପକାଇ ଆପଣଙ୍କର ଯେକୌଣସି ଇଚ୍ଛା ପୂରଣ କରିବାର ପାଇଁ ପାର୍ଥନା କରନ୍ତୁ |ଦେଖିବେ ଏହିପରି କରିବା ଦ୍ଵାରା ଆପଣଙ୍କ ମନର ଇଚ୍ଛା ନିଶ୍ଚିତ ପୂରଣ ହେବ ଏବଂ ଆପଣ ଧନବାନ ମଧ୍ୟ ହେବେ |

ଆପଣ ଘର ସଫା କରୁଥିବା ସମୟରେ ଯଦି ମଲା ଝିଟିପିଟି ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ସଂକେତ ହୋଇଥାଏ |ଆପଣ ଝାଡୁ ମରୁଥିବା ସମୟରେ ଆପଣଙ୍କ ଭୁଲ ବଶତଃ ଯଦି ଝିଟିପିଟି ମରିଯାଏ ତେବେ ଏହାକୁ ମାଟି ଖୋଳି ପୁତିଦିଅନ୍ତୁ ଏହାଦ୍ୱାରା ଆପଣକୁ ଆପଣକୁ ଜୀବହତ୍ୟା ଦୋଷରୁ ମୁକ୍ତି ମିଳିଯିବ |ଆପଣ ଖାଦ୍ୟ ଖାଉଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ଼ ଖୁସିର ଖବର ଆସିବାର ସମ୍ଭାବନା ରହିଛି |ତାହା ସହିତଏହା ଧନ ପ୍ରାପ୍ତିର ସଂକେତ ମଧ୍ୟ ଦେଇଥାଏ |

କୌଣସି ସମୟରେ ଯଦି ଆପଣ ଝିଟିପିଟି ମାନଙ୍କର ସମାଗମ ଦେଖନ୍ତି ତେବେ ଆପଣଙ୍କ ବହୁ ପୁରୁଣା ମିତ୍ର ସହ ଭେଟିବାର ସମ୍ଭାବନା ରହିଛି ବୋଲି ଜଣାଯାଏ |ଝିଟିପିଟି ଯଦି ହାତରେ କିମ୍ବା ମସ୍ତକ ଉପରେ ଖସିପଡେ ତେବେ ଆପଣ ମାନସନମାନ ପାଇବା ସହିତ ଧନ ସମ୍ପତି ମଧ୍ୟ୍ୟ ପାଇବାର ସମ୍ଭାବନା ରହିଛି |ଏହା ମଧ୍ୟ ଜଣାଯାଏ ଯେ ଆପଣ କିଛି କଥା ହେବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ ସେହି କଥାଟି ସତ ହୋଇଥାଏ |ତେଣୁ ଅନେକ ଲୋକ ଏହାକୁ ସତ ସତୀଆ ବୋଲି ମଧ୍ୟ କହିଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment