ମା’ର ହୃଦୟ କେତେ ବିଶାଳ, ନିଜ ସନ୍ତାନ ପାଇଁ ମା’ କ’ଣ କରିପାରେ ଦେଖନ୍ତୁ ଏହି ଭିଡ଼ିଓ ରେ…

0

ପିଲାଟିଏ ଜନ୍ମ ହେବା ପାଇଁ ବାପା ମାଆ କେତେ ପୂଜାର୍ଚନା, କେତେ ଡାକ୍ତରମାନେ ପାଖକୁ ଦୌଡୁଛନ୍ତି। ନିଜ ଛୁଆ ପାଇଁ ସବୁ କିଛି କରି ପାରେ ମା ‘ବଡ ବଡ ବିପଦର ସମ୍ମୁଖୀନ ହେବା ପାଇଁ ମା ‘କେବେ ପଛ ଘୁଞ୍ଚା ଦେଇନଥାଏ। ଏମିତିକି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ, ବାସ୍ତବରେ ମାଆ ଶବ୍ଦର କୌଣସି ପରିଭାଷା ନାହିଁ। ଅନେକ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଥାଏ ଯାହା ଶୁଣିବା ମାତ୍ରେ ରୁମ ଟାଙ୍କୁରି ଉଠେ, ମାଆର ସ୍ଥାନ ସବୁବେଳେ ଅତି ଉଚ୍ଚରେ ଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ।ତେବେ ଘଟଣାଟି ହେଉଛ, ମା ‘ଟି ପୁଅକୁ ବଞ୍ଚାଇବାକୁ ଯାଇ ନିଜେ ମୃତ୍ୟୁ ବରଣ କରିଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଦଶରଥ ପୁର ବ୍ଲକ ରାହାସାହି ଗ୍ରାମର ବନମାଳୀ ଜେନାଙ୍କ ଝିଅ ପରିଦର୍ଶିନୀ, ତାଙ୍କର ବୟସ ମାତ୍ର ୨୫ ବର୍ଷ, ସେହି ବ୍ଲକର ତଳିଆ ପଂଚାୟତ ଦେଉଳ ବାଡ଼ ଗ୍ରାମର ଚିନ୍ମୟ ରାଉତଙ୍କୁ, ସେ ୨୦୧୯ ମସିହା ଏପ୍ରିଲ ମାସରେ ବିବାହ କରିଥିଲେ। ୨୦୨୦ ମସିହା ମେ ମାସରେ ଦୁହିଁଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇ ଥିଲା। ପୁଅ ଟିଏ ଜନ୍ମ ହେଇଛି ବୋଲି ମା ‘ପରିଦର୍ଶୀନୀଙ୍କର ଖୁସି କହିଲେ ନ ସରେ, ଶିଶୁଟିକୁ ସ୍ନେହ, ଶ୍ରଦ୍ଧାରେ ଲାଳନ ପାଳନ କରି ଆସୁଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା, ମା ‘ର ଏହି ଖୁସିରେ ଲାଗିଗଲା ଗ୍ରହଣ। ମା’ ଟି ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତ ଥିବା କିଛି ସମୟ ବ୍ୟବଧାନରେ ଚାଲିଗଲେ। ହଟାଥ ପୁଅର ଶୋଇବା ଘରକୁ ଆସି ଦେଖନ୍ତିତ ଏକ ବିଷାକ୍ତ ନାଗସାପ ପୁଅ ନିକଟକୁ ଅତି କ୍ଷିପ୍ର ଗତିରେ ମାଡି ଆସୁଛି।

ପୁଅର ଅତି ନିକଟରେ ବିପଦ ପଂହଁଚିବାର ଦେଖି ମାଆ ପୁଅଟିକୁ ବଞ୍ଚାଇବାକୁ ଯାଇ ନାଗସାପଟିକୁ ହାତରେ ଧରି ଟାଣି ଆଣି ଫିଙ୍ଗି ଦେଲା, ଠିକ ସେହି ସମୟରେ ସାପଟି ପରିଦର୍ଶୀନୀଙ୍କ ଡାହାଣ ହାତକୁ ଖୁବ ଜୋରରେ ଆଘାତ କରିଥିଲା। ପୁଅଟିକୁ ସିନା ବିପଦରୁ ବଞ୍ଚାଇ ଦେଲା, ହେଲେ ନିଜେ ଗୁରୁତର ହୋଇ ପଡିଲା। ଏଭଳି ଘଟଣା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିଲେ। ହେଲେ ରାସ୍ତାରେ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇ ଥିଲା। ଏହି ଘଟଣା ପରେ ସ୍ନେକ ହେଲ୍ପଲାଇନକୁ ଯୋଜଯୋଗ କରାଯାଇଥିଲା ଓ ସେମାନେ ସାପଟିକୁ ଉଦ୍ଧାର କରି ନେଇ ଯାଇଥିଲେ।

ସୂଚନା ଅନୁସାରେ ଚଳିତ ମାସ ୫ ତାରିଖ ସୋମବାର ଦିନ ଏକ ଇଟା ଭାଟି ପାଖରୁ ୭ ରୁ ୮ଟି ସାପ ଅଣ୍ଡାକୁ ତାଙ୍କ ପରିବାର ଲୋକେ ନିଜ ସ୍ଥାନରୁ ବାହର କରି ଅନ୍ୟ ଏକ ଜାଗାକୁ ଫିଙ୍ଗି ଦେଇଥିଲେ।ତେବେ ଏଭଳି ଏକ ଦୁଃଖ ଖବର ଜଣା ପଡିବା ପରେ ଦେଉଳବାଡ଼ ଗାଁ ସମେତ ଦଶରଥ ପୁର ବ୍ଲକ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।