ମାଳିକାର ବଡ ଭବିଷ୍ୟବାଣୀ ! କଟକ ବାସୀ ଙ୍କୁ ମାଳିକାର ଶେଷ ଚେତାବନୀ, ଦେଖନ୍ତୁ ଏଥର ଯୁଦ୍ଧ ଫାଇନାଲ….

0

ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ବାବା ଦିବାକର ଙ୍କ ବର୍ଣ୍ଣନା ଅନୁସାରେ ଆମେ ପୁଣି ଆଜି ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।

ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ।

ମାଳିକା ରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ମଧ୍ୟ ଯାହା ମାଳିକା ରେ ରହିଛି ତାହା କାହାକୁ ଭୟଭୀତ କରିବା ପାଇଁ ନୁହେଁ। ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ। କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ।

ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।ଯେମିତି କଳା ବର୍ଷ ଭିତରେ ମୁହଁ ଘୋଡେଇ ଘୋଡେଇ ୨୦୨୦ ବର୍ଷଟି କଟିଗଲା, ସେମିତି ଭାବରେ ଚଳିତ ବର୍ଷ ଏବଂ ଆଗାମୀ ସମୟ ଗୁଡ଼ିକ ନକଟୁ ତାହା ଆମେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିବା।

କାରଣ ପ୍ରାର୍ଥନା ର ଶକ୍ତି ଅସୀମ ଅଟେ। ଆଜି ଆମେ ଆଲୋଚନା କରିବା ମାଳିକା ରେ ଯୁଦ୍ଧ କଥା ଯାହା ବର୍ଣ୍ଣିତ ରହିଛି ଆମ ଓଡ଼ିଶା ପ୍ରଦେଶ କୁ ନେଇ। କେଉଁ କେଉଁ ସ୍ଥାନରେ ଯୁଦ୍ଧ ହେବାର ଅଛି,ସେ ଜାଗା କେଉଁଠି ଆପଣମାନେ ଜାଣି ରଖନ୍ତୁ। ଓଡ଼ିଶାର ଯେଉଁ ଯୁଦ୍ଧ ସ୍ଥାନ ରହିଛି ତାକୁ ମହାପୁରୁଷ କଲମ କରିଛନ୍ତି ଯେ କଟକ ର ଚୌଦ୍ଵାର ହିଁ ଏହି ଯୁଦ୍ଧ ସ୍ଥଳ। ଏହିଠାରୁ ହିଁ ନାନାଦି ଯୁଦ୍ଧ ର ଉତ୍ପତ୍ତି ସ୍ଥଳ ହେବ।ଆଉ ସେଠାରୁ ରକ୍ତର ନଦୀ ବୋହିବ। ଆଗାମୀ ସମୟରେ ଦୁଷ୍ଟ ମାନେ ଏମିତି ମାତିବେ ଯେ ପୃଥିବୀ ଧ୍ଵଂସ କଲାଭଳି ଯୁଦ୍ଧ ଚାଲିବ।

ଆଉ ଯୋବରା ଠାରୁ ଜଟଣୀ ପର୍ଯ୍ୟନ୍ତ ଯୁଦ୍ଧର ସ୍ଥଳୀ ହେବ ବୋଲି ଜାଇଫୁଲ ମାଳିକା ରେ ମହାପୁରୁଷ ଲେଖିଛନ୍ତି।ଆଉ ଏହି ଯୁଦ୍ଧରେ ନାନାଦି ପ୍ରକାରର ଲୋକ ମାନଙ୍କ ମୃତ୍ୟୁ ଘଟିବ। ତେଣୁ ଆପଣ ସବୁବେଳେ ନିଜକୁ ସତର୍କ ରଖନ୍ତୁ। କାହା ସହ ଶତ୍ରୁତା ରଖନ୍ତୁ ନାହିଁ। ନିଜର ପରିବାର ପ୍ରତି ଧ୍ୟାନ ଦିଅନ୍ତୁ। ଈଶ୍ବରଙ୍କ ଚରଣାଶ୍ରିତ ହୁଅନ୍ତୁ ଏବଂ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।