ମାଛ ଧରିବାକୁ ଯାଇଥିଲେ, ହଠାତ ମାଡି ଆସିଲା ପାଣି | ତା ପରେ…ଦେଖନ୍ତୁ ଭିଡ଼ିଓ

0

ଦୁର୍ଘଟଣା ବା ଅଘଟଣ ଶବ୍ଦଟି ସମସ୍ତଙ୍କ ପାଇଁ ଦୁଃଖଦାୟକ ଏବଂ ଭୟାନକ ହୋଇଥାଏ।ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ। ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। କାରଣ ଏବେ ସାମ୍ନାକୁ ଆସିଛି ଆଉ ଏକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ।

ତେବେ ଘଟିଥିବା ଏହି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଏହା ଲୋକ ଲୋଚନକୁ ଆସିଛି।ତେବେ ଏହି ନିକଟରେ ଘଟିଛି ଏହି ଘଟଣା ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଚାନକ ଭାବରେ ଏମିତି ଏକ ଘଟଣା ଏଠାରେ ଘଟି ଯାଇଛି ଯାହା ଦେଖିଲେ ଲାଗୁଛି କଣ ଏମିତି ବି ଘଟିପାରେ। ବିପଦ ଏମିତି ବି ସାମ୍ନାକୁ ଆସିପାରେ। ଯେଉଁଠାରେ ଜଣେ ଯୁବକ ମାଛ ଧରିବାକୁ ନଦୀକୁ ଯାଇଥିଲେ ଏବଂ ସେଠାରେ ବନ୍ୟାଜଳ ବଢ଼ିଯିବା କାରଣରୁ ଫସି ଗଲେ। ଏହାପରେ ସେ ସେଠାରେ ଥିବା ଏକ ଗଛରେ ଆଶ୍ରୟ ନେଇଥିଲେ।

ଭୟାନକ ସ୍ଥିତି ରେ ସେ ସେଠାରେ ରହିଥିବା ବେଳେ ତାଙ୍କୁ ସେଠାରୁ କିଛି ସମୟ ପରେ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କରିଥିଲେ।ଏହି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୁଞ୍ଜ ବିହାରୀ ନିକଟରେ କୁସୁମୀ ନଦୀ ନିକଟରେ ଥିବା ନୂଆ ସାହସପୁର ଗ୍ରାମର ୩୯ ବର୍ଷୀୟ କିଶୋର ଚନ୍ଦ୍ର ପ୍ରଧାନ ତାଙ୍କର କିଛି ବନ୍ଧୁଙ୍କ ସହ ମାଛ ଧରିବାକୁ ଯାଇଥିଲେ। ଆଉ ଠିକ୍ ଏତିକି ସମୟରେ କୁସୁମୀ ନଦୀରେ ଧିରେ ଧିରେ ବନ୍ୟାଜଳ ବଢି ଯାଇଥିଲା। ଜଳ ବଢ଼ିବାକୁ ଦେଖୀ କିଶୋର ଙ୍କ ଅନ୍ୟ ସାଙ୍ଗ ମାନେ ନଦୀ କୂଳକୁ ଚାଲି ଆସିଥିବା ବେଳେ କିଶୋର କିନ୍ତୁ ଆସି ପାରି ନଥିଲେ ଏବଂ ସେଠାରେ ଥିବା ଆମ୍ବ ଗଛକୁ ଚଢ଼ି ଯାଇଥିଲେ।

ଏହାପରେ ଅନ୍ଯ ବନ୍ଧୁ ମାନେ ଗାଆଁ କୁ ଆସି ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ସେଠାରେ ଆସି ପହଞ୍ଚିଥିଲେ ଆଉ ବନ୍ୟା ଘେରରେ ଥିବା ଏହି ଯୁବକ କିଶୋର ଙ୍କୁ ଉଦ୍ଧାର କରିଥିଲେ।ଆମେ ଅଧିକାଂଶ ସମୟରେ ଦେଖିବାକୁ ପାଇଥାଉ କିପରି ଭାବରେ ହଠାତ୍ ମଣିଷ ଉପରକୁ ବେଳେ ବେଳେ ବିପଦ ମାଡ଼ି ଆସିଥାଏ। ସେହିପରି ମଧ୍ୟ ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କାହାର ଜୀବନ ଚାଲିଯାଏ। ତେଣୁ ଏଥିପ୍ରତି ସର୍ବଦା ସଚେତନ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।