ଦେଖନ୍ତୁ ଭିଡ଼ିଓ : ମ୍ୟାଡ଼ାମ କାହିଁକି ଏ ଭୁଲ କଲ…ଅଧ୍ୟାପିକା ହୋଇ ଶେଷରେ….

ବର୍ତ୍ତମାନ ର ସମାଜରେ ଶିକ୍ଷା କ୍ଷେତ୍ରରେ ହେଉ ବା ବିଜନେସ୍ କ୍ଷେତ୍ରରେ ହେଉ ସବୁଥିରେ ଜାଲ୍ ସାର୍ଟିଫିକେଟ ର କାରନାମା ଚାଲିଛି । କିନ୍ତୁ ଏହା ଦୀର୍ଘଦିନ ଧରି ଚାଲିବା ସେମାନଙ୍କ ପାଇଁ ବହୁତ କଷ୍ଟକର ହୋଇପଡିଥାଏ । କାରଣ ଦିନେ ଦିନେ ଏହି ମିଛ ସମସ୍ତଙ୍କ ସାମ୍ନାକୁ ହିଁ ଆସିଥାଏ । ସେହିପରି ଉଦୁଳା ରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି , ଉଚ୍ଚଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ଦୀର୍ଘ 13 ବର୍ଷ ହେବ ଜାଲ୍ ସାର୍ଟିଫିକେଟରେ ଚାକିରୀ କରିଥିବା 420 ଅଧ୍ୟାପିକାଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ଗିରଫ ହେବେ 420 ଅଧ୍ୟାପିକା ଅଭୀପସା ଅଟ୍ଟନାୟକ ।

ସମସ୍ତଙ୍କ ଆଖିରେ ଚୂନ ଲଗାଇ ଦୀର୍ଘ 13 ବର୍ଷ ହେବ ଚାକିରୀ କରିଥିଲେ , କିନ୍ତୁ ଉଚ୍ଚଶିକ୍ଷା ବିଭାଗର ଭେରିପିକେସନ ରେ ମ୍ୟାଡାମଙ୍କ ଜାଲିଆତି ଧରାପଡିଯିବା ପରେ ତାଙ୍କ ପାଇଁ ବର୍ତ୍ତମାନ ସମୟରେ ଆଡୁଆ ବଢିବାରେ ଲାଗିଛି । ସୂଚନା ଅନୁସାରେ ଖୁଣ୍ଟା ଡିଗ୍ରୀ କଲେଜରେ 2007 ମସିହାରୁ କାର୍ଯ୍ୟ କରିଥିବା ଇଂରାଜି ଅଧ୍ୟାପିକା ଅଭୀପସା ପଟ୍ଟନାୟକ ଜାଲ୍ ସାର୍ଟିଫିକେଟରେ ଚାକିରୀ କରିଥିଲେ । ଯାହା ଉଚ୍ଚଶିକ୍ଷା ତଦନ୍ତରେ ଜାଣିବାକୁ ପାଇବା ପରେ ତାଙ୍କୁ ଚାକିରୀରୁ ବହିଷ୍କାର କରାଗଲା ଏବଂ ତାଙ୍କ ବିରେଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ କପ୍ତିପଦା ଉପଖଣ୍ଡକୁ ନିର୍ଦ୍ଦେଶ ଦେଇଥିଲେ ।

ଉପଜିଲ୍ଲାପାଳ ଉଚ୍ଚଶିକ୍ଷା ବିଭାଗର ସୂଚନା ଆଧାରରେ ତୁରନ୍ତ ସଂପୃକ୍ତ 420 ଅଧ୍ୟାପିକା ସହ ଅଭୀପସା ପଟ୍ଟନାୟକଙ୍କୁ ଚାକିରୀରୁ ବହିଷ୍କାର କରିବା ସହିତ ତାଙ୍କ ବିରୋଧରେ ଉଚ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେଜ ପ୍ରିନ୍ସିପାଲକୁ ଚିଠି କରିଥିଲେ । ସେହି ଆଧାରରେ 420 ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ଏବଂ ଏବେ ତାଙ୍କ ନାଁରେ ଥାନାରେ ଏତେଲା ଦିଆଯାଇଛି । ଏହା ସହିତ ଜାଲି ସାର୍ଟିଫିକେଟରେ ଚାକିରୀ କରିବା ସହିତ କଲେଜ ଟଙ୍କାରୁ ଦରମା ଆକାରରେ ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଏହି ଅଧ୍ୟାପିକା ଜଣକ । କିନ୍ତୁ ବର୍ତ୍ତମାନ ସେ ଫେରାର ହୋଇଯାଇଛନ୍ତି , ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ଜାଲି ଅଧ୍ୟାପିକାଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଅଧ୍ୟାପକଙ୍କୁ ଖୋଜୁଛି । 420 ଅଧ୍ୟାପିକା ଅଭୀପସା ପଟ୍ଟନାୟକ ଙ୍କ ଜାଲିଆତି ଧରାପଡିବା ପରେ ସେ ନିଜ ଆଡୁ ଇସ୍ତଫା ଦେଇ କଲେଜରୁ ଛୁ ମାରିଥିଲେ । ଏହି ପରି ସମାଜରେ ନିଜର ଶିକ୍ଷା କ୍ଷେତ୍ରରେ ମଧ୍ୟ ଜାଲିଆତି ସାର୍ଟିଫିକେଟର କାରନାମା ଦେଖିବାକୁ ମିଳୁଛି । ତେଣୁ ଆଜିର ଦିନରେ କୌଣସି ଜିନିଷକୁ ଅନ୍ଧ ପରି ବିଶ୍ୱାସ କରିବା ବା ତାକୁ ଅଣଦେଖା କରିବା , ଏହା ଆଗାମୀ ସମୟରେ ବହୁତ ଦୁଃଖ କଷ୍ଟ ଆଣିଦେଇପାରେ । ସେଥିପାଇଁ ସଜାଗ୍ ରହିବା ସହ ପ୍ରତ୍ୟେକ ଜିନିଷକୁ ଭେରିପିକେସନ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment