ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା। ଉପକୂଳ ବାସୀ ଚିନ୍ତିତ।ବଙ୍ଗୋପସାଗରରେ ସୃଷ୍ଟି ଆଜି ସୃଷ୍ଟି ହେବ ଡିପ୍ରେଶନ। ଏହା ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟା ରୂପ ନେଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ଆଣ୍ଡମାନ ସାଗରରେ ହୋଇଥିବା ଲଘୁଚାପ କେନ୍ଦ୍ର ତାହା ୮ ତାରିଖ ବେଳକୁ ନେବ ସମ୍ଭାବ୍ୟ ବାତ୍ୟାର ରୂପ ଯାହାର ପୂର୍ବାନୁମାନ କରିଛି ଭାରତୀୟ ପାଣି ପାଗ ବିଭାଗ।
ତେବେ ଏହି ବାତ୍ୟା ଓଡିଶା ଉପରେ ସେମିତି କିଛି ବିଶେଷ ପ୍ରଭାବ ପକାଇବ ନାହିଁ କିନ୍ତୁ ସୂଚନା ଦିଆ ଯାଇଛି। କିନ୍ତୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ (କେନ୍ଦ୍ର ଶାସିତ ଅଞ୍ଚଳ) ପାଇଁ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା ଉପରେ ପ୍ରଭାବ ନ ପଡିଲେ ବି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ ବିଶେଷ ପ୍ରଭାବ ପକାଇବ। ତେବେ ବାତ୍ୟାର ପବନର ବେଗ ୬୫ -୭୦ ରହିବ। ପବନର ଝଟକା ରହିବ ୭୫ କିଲୋମିଟର।ଭଲ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପାଣି ପାଗ ବିଭାଗ। କିନ୍ତୁ ଓଡ଼ିଶା ରେ କିଛି ଅଞ୍ଚଳ ମେଘୁଆ ଦେଖା ଯାଇ ପାରେ ବୋଲି ସୂଚନା ଦିଆ ଯାଇଛି। ଦକ୍ଷିଣ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବ ନାହିଁ ଏହା ସହ କିଛି ସ୍ଥାନରେ ହାଲକା ଝିପି ଝିପି ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପରେ ଶୀତ ବଢିବା ନେଇ ମଧ୍ୟ ସୂଚନା ଦିଆ ଯାଇଛି।
ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡି ଅନୁଯାୟୀ, ଚେନ୍ନାଇରୁ ପ୍ରାୟ ୯୦୦ କିମି ଦୂରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସିଷ୍ଟମଟି କେନ୍ଦ୍ରିତ ହୋଇଛି। ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ସେନା ଏବଂ ନୌସେନା ସତର୍କ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପଟି ବାତ୍ୟା ରୂପ ନେବାର ସମ୍ଭବାନା ରହିଛି। ସମ୍ଭାବ୍ୟ ବାତ୍ୟାଟି ଆସନ୍ତାକାଲି ସକାଳ ସୁଦ୍ଧା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଦେଇ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ତଥା ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ଷା ସହିତ ପ୍ରବଳ ବଜ୍ରପାତ ହେବ ବୋଲି ଆଇଏମଡି କହିଛି।
ସେହିପରି ଡିସେମ୍ବର ୮ରେ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ଆଇଏମଡି ପୂର୍ବାନୁମାନ କରିଛି। ତାମିଲନାଡ଼ୁର ୧୩ ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ତାମିଲନାଡୁରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସର ୬ଟି ଟିମ୍ ମୁତୟନ ଅଛନ୍ତି । ନାଗାପଟ୍ଟିନାମ, ଥାନଜାଭୁର, ଥିରୁଭାରୁର, କୁଡାଲୋର, ମାୟିଲାଡୁଥୁରାଇ ଏବଂ ଚେନ୍ନାଇରେ ଏହି ଟିମ୍ ନିୟୋଜିତ କରାଯାଇଛି। ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।