୫ ଫେବୃୟାରୀ (ମାଘ ପୂର୍ଣ୍ଣିମା) ନିଶ୍ଚୟ କରନ୍ତୁ ଏହି ମହାଉପାୟ, ମା ଲକ୍ଷ୍ମୀ ଧନରବର୍ଷା କରିବେ – Vastu Shastra

୫ ଫେବୃୟାରୀ ୨୦୨୩ ପବିତ୍ର ମାଘ ପୂର୍ଣ୍ଣିମା। ଏହି ମାଘ ପୂର୍ଣ୍ଣିମା ଦିନ କରନ୍ତୁ ଏହି ମହାନ ଉପାୟ। ଧନ ପ୍ରାପ୍ତି ହେବ। ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଟାଣି ହୋଇ ଆସିବେ। ଯାହା ଫଳରେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳି ଯିବ। ମାଘ ପୂର୍ଣ୍ଣିମା ର ବିଶେଷ ମହତ୍ତ୍ଵ ରହିଛି। ଏହି ଦିନ ଭଗବାନ ବିଷ୍ଣୁ ଙ୍କ ଯଥାବିଧି ପୂଜାର୍ଚ୍ଚନା କରା ଯାଇଥାଏ। ଏହା ସହିତ ମା ଲକ୍ଷ୍ମୀ ଙ୍କୁ ପୂଜା ଆରାଧନା କରିବାର ବିଧି ରହିଛି।

ପୂର୍ଣ୍ଣିମା ଦିନ ସ୍ନାନ ଦାନ ଓ ଧ୍ୟାନ ପାଇଁ ବହୁତ୍ ହିଁ ଶୁଭ ମାନା ଯାଇଥାଏ। ଏହି ଦିନ କରାଯାଇଥିବା ଜପ ତପ ଆଦି ର ଫଳ ଅତ୍ୟନ୍ତ ଶୁଭ ହୋଇଥାଏ। ଏଥିପାଇଁ ପୂର୍ଣ୍ଣିମା ଦିନ ଯଦି କିଛି ଖାସ୍ ଉପାୟ ଆପଣ ପାଳନ କରୁଛନ୍ତି ତେବେ ଏହାର ସୁଫଳ ଆପଣଙ୍କୁ ନିଶ୍ଚିତ ଭାବେ ମିଳିବ। ଆଜି ଆମେ ଆପଣଙ୍କୁ କହିବୁ ମାଘ ମାସ ପୂର୍ଣ୍ଣିମା ତିଥି ର କିଛି ବିଶେଷ ଉପାୟ। ଯାହାକି ପାଳନ କରିବା ଦ୍ୱାରା ହୋଇଥାଏ ଧନର ବର୍ଷା। ଆପଣ ଏହି ଉପାୟ କୁ ଯଦି ପାଳନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଧନ ଏ ଅଭାବ ରହିବ ନାହିଁ। ଏହା ସହିତ ଆପଣଙ୍କ ଜୀବନରେ ଖୁସିର ସମୟ ଆରମ୍ଭ ହୋଇ ଯିବ। ତେବେ ଆସନ୍ତୁ ଜାଣିବା ସେହି ଚମତ୍କାର ଉପାୟ ବାବଦରେ।

୧.ପୂର୍ଣ୍ଣିମା ଦିନ ଆପଣ ଗଙ୍ଗା ସ୍ନାନ କରନ୍ତୁ।ଯଦି ଏହା ସମ୍ଭବ ନୁହେଁ, ଗଙ୍ଗା ଜଳକୁ ଗାଧୋଇବା ପାଣିରେ ମିଶାଇ ଘରେ ସ୍ନାନ କରନ୍ତୁ।

୨.ମନ୍ତ୍ର ମାଧ୍ୟମରେ ଦେବୀ ଦେବତାଙ୍କୁ ଖୁବ୍ ଶୀଘ୍ର ସନ୍ତୁଷ୍ଟ କରି ହୁଏ। ତେବେ ଆପଣ ଏହି ଦିନ ମାତା ଲକ୍ଷ୍ମୀ ଙ୍କ ମନ୍ତ୍ର ନିଶ୍ଚିତ ଜପ କରନ୍ତୁ। ଏମିତି କରିବା ଦ୍ୱାରା ଧନର ଆଗମନ ହୋଇଥାଏ।

୩.ମାଘ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରନ୍ତୁ। ଏହା ଜୀବନରେ ଅନେକ ସୁଖ ଏବଂ ସମୃଦ୍ଧତା ଆଣିଥାଏ।

୪. ମାଘ ପୂର୍ଣ୍ଣିମା ଦିନ ହଳଦିଆ ରଙ୍ଗର ବସ୍ତ୍ର ଓ ହଳଦିଆ ରଙ୍ଗର କିଛି ଫୁଲ ନେଇ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଏହା ସହ ମା ଲକ୍ଷ୍ମୀ ଙ୍କ ପାଖରେ କ୍ଷୀରି ର ଭୋଗ ଲଗାଇବା ପାଇଁ ଭୁଲନ୍ତୁ ନାହିଁ।

୫. ଏହି ଦିନ କମ୍ବଳ, ବସ୍ତ୍ର ,ରାଶି, ଅର୍ଣ୍ଣ, କ୍ଷୀରି, ଲୁଣ, ଗୁଡ଼, ପାଞ୍ଚ ପ୍ରକାରର ଶସ୍ୟ ଯେପରିକି ଗହମ, ମୁଗ, ଚାଉଳ, ବୁଟ ଇତ୍ୟାଦି ଏବଂ ଗାଈ ଆଦିର ଦାନ କରିବା ଦ୍ୱାରା ୩୨ ଗୁଣ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏବଂ ଧନ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ।

୬.ମାଘ ପୂର୍ଣ୍ଣିମା ଦିନ ଆପଣ ନଦୀ ତୁଠକୁ ଯାଇ ଏକ ଦୀପର ଦାନ କରାନ୍ତୁ। ଏବଂ ତୁଳସୀ ଗଛ ମୂଳରେ ଘିଅର ଦୀପ ଅବଶ୍ୟ ଜଳାନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment