ମହା ଭବିଷ୍ୟବାଣୀ ! ଜାଣନ୍ତୁ 2022 ପ୍ରଳୟ ଯୋଗ ଆସୁଛି କଣ ସବୁ ସଙ୍କେତ ମିଳିବ…

0

ବନ୍ଧୁଗଣ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା ଯାହାକୁ ମହାପୁରୁଷ ମାନେ ଠାର ଗାରରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତକୁ ଜଣାଇବା ପାଇଁ ଏବଂ ଆମକୁ ସତର୍କ କରାଇବା ପାଇଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ। ଅନେକାଂଶରେ ଏହିସବୁ ତଥ୍ଯ ସତ୍ୟ ପ୍ରାମଣିତ ହୋଇଛି ଏବଂ ଆଗାମୀ ସମୟ ପାଇଁ ମଧ୍ୟ ଏହା ସଚେତନତା ବାର୍ତ୍ତା ଦେଉଛି। ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ସେହିକ୍ରମରେ ବହୁତ୍ ଗୁରୁତ୍ବପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଅନେକ ସମୟରେ ମାଳିକା ଆମକୁ ସୂଚନା ଦେଇଥାଏ। ସେହିଭଳି ଏକ ବିଶେଷ କଥା ଉପରେ ଆମେ ଆଜି ଆଲୋଚନା କରିବା ଯାହା ପ୍ରାୟତଃ ଜାଣିବାକୁ ସମସ୍ତଙ୍କର ଇଚ୍ଛା। ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। କଳିଯୁଗର ଅନ୍ତ କେବେ ଘଟିବ ଏବଂ ଏହି ସମୟରେ କଣ ସବୁ ପ୍ରଭାବ ଦେଖାଯିବ ଏହାକୁ ନେଇ ଅନେକ ଜାଣିବାକୁ ଇଚ୍ଛା କରୁଥିବା ବେଳେ ମାଳିକା ରେ ଏ ସଂପର୍କରେ କଣ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା।

ଏହାକୁ ନେଇ ମାଳିକା ବିଶାରଦ ଦିବାକର ଦାସ କହିଛନ୍ତି ଯେ କଣ ସବୁ ସଂକେତ ଦେଖାଦେବ ଯେତେବେଳ ଖଣ୍ଡ ପ୍ରଳୟ ର ସମୟ ଆସିବ ସେ ବିଷୟରେ ସେ ବର୍ଣ୍ଣନା କରିଛନ୍ତି।ସେ କହିଛନ୍ତି ଯେ ପ୍ରଳୟ ଯୋଗ ଆସିଲେ, ପୃଥିବୀ ଶେଷ ହେବାର ସମୟ ଆସିଲେ ଏହିସବୁ ସୂଚନା ମିଳିବ। ଯେମିତି ଏହିକିଛି ଦିନ ପୁର୍ବରୁ ଆପଣ ଦେଖିଥିବେ କିପରି ଶ୍ରୀମନ୍ଦିର ଉପରେ ଚିଲ ଉଡ଼ୁଥିଲେ। ଏହାସହ ଜଣେ ମହାନ୍ ଜନ ନାୟକଙ୍କୁ ଭାରତ ମାତା ହରାଇଲା। ଏହାଛଡ଼ା ନୀଳଚକ୍ର ଉପରେ ରକ୍ତବର୍ଣ୍ଣ ହୋଇଗଲା ଆକାଶ। ସେହିପରି ଦୁଃଖଦ ଘଟଣା ମଧ୍ଯ ଘଟିଲା ଏବଂ ବିପିନ୍ ରାୱତ ଚାଲିଗଲେ।

ଏହିପରି ଅନେକ ଅଶୁଭ ସଂକେତ ଅଦୁ ଦେଖାଦେବ ଯାହା ଅନୁଭବ ଦେବ ଯେ ପୃଥିବୀ ଉପରକୁ ଖରାପ୍ ସମୟ ଆସିଗଲା।ସେହି ସମୟ ଆସିଲେ ପୁଅ ବାଡ଼ୁଅ ହୋଇ ରହିଯିବେ ଆଉ ଝିଅ ମିଳିବେ ନାହିଁ। ଯାହା କେବେ ଘଟିନାହିଁ ତାହା ଘଟିବ ଏବଂ ଯାହା କେବେ ମଣିଷ ଦେଖିନାହିଁ ତାହା ଏ ଆଖି ଦେଖିବ। ଦୁନିଆରେ ପାପ, ଅନୀତି, ଦୁର୍ନୀତି ବ୍ୟଭିଚାର ଆଦି ଘଟିବ। ଏସବୁ ଘଟିଲେ ଭଗବାନ ଅସହିଶ୍ନୁ ହୋଇ ପଡ଼ିବେ। ଅଦିନ ରେ କୋଇଲି ରାବ କରିବ, ଯେଉଁ ଋତୁରେ ଯାହା ନଘଟିବା କଥା ସେସବୁ ଘଟିବ ଏବଂ ପୁରୁଷ ପ୍ରସବ କରିବ। ଏସବୁ ଘଟଣା ଘଟିବାର ଦେଖିଲେ କଳିଯୁଗର ଶେଷ ସମୟ ଆସିଗଲା ବୋଲି ଧରି ନେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।