ମହା ଖୁଲାସା ! କ୍ରାଇମବ୍ରାଞ୍ଚ ର ଏହି ପ୍ରଶ୍ନ ଶୁଣି ଶୁଖିଗଲା ବିଦ୍ୟା ଭାରତୀ ଙ୍କ ତଣ୍ଟି…ଦେଖନ୍ତୁ ଭିଡ଼ିଓ

0

ଏସିଏଫ ସୌମ୍ୟଙ୍କ ମୃତ୍ୟୁର ପ୍ରକୃତ ସତ ଜାଣିବାକୁ ଚାଲିଛି ଜୋରଦାର ପ୍ରୟାସ। କ୍ରାଇମବ୍ରାଞ୍ଚ୍ ସତକୁ ପଦାକୁ ଆଣିବା ପାଇଁ ତାର ପ୍ରୟାସ ଏବଂ ତଦନ୍ତକୁ ବଜାୟ ରଖିଛି।ସମସ୍ତେ ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ଅନେଇ ବସିଛନ୍ତି। ମାତ୍ର ସତ ସାମ୍ନାକୁ ଆସି ପାରି ନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ରୋଚକ କରି ଦେଉଛି।ତେବେ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଏହା ଅଧିକ ରହସ୍ୟପୂର୍ଣ୍ଣ ହୋଇ ପଡ଼ୁଛି। କିନ୍ତୁ ଏହାରି ଭିତରେ ଥିବା କିନ୍ତୁ ସୌମ୍ୟ ଙ୍କ ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।କାରଣ ସୌମ୍ୟ ଙ୍କ ମୃତ୍ୟୁ ମାମଲା ଏକ ରହସ୍ୟ ଭିତରେ ଛନ୍ଦି ହୋଇ ପଡିଛି।

ପ୍ରଥମେ ସୌମ୍ୟ ଏବଂ ତାଂକ ସ୍ତ୍ରୀ ବିଦ୍ୟା ଭାରତୀ ଙ୍କ ଭାଇରାଲ ଅଡିଓ, ତାପରେ ସଂଦେହ ଜନକ ଚିଠି ଏବଂ ପରେ ବିଦ୍ୟାଭାରତି ଙ୍କ ଫଟୋ ଅନେକ କିଛି କଥା ବୟାନ କରୁଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ଏବଂ ଚର୍ଚ୍ଚା ମଧ୍ୟ ହେଉଥିଲା। ତେବେ କ୍ରାଇମବ୍ରାଞ୍ଚ୍ ପାଖକୁ ତଦନ୍ତ ଆସିବା ପରେ ଏହି ମାମଲାରେ ଯେଉଁ ମାନଙ୍କ ନାମରେ ଅଭିଯୋଗ ଥିଲା ସେମାନଂକୁ ଜେରା କରି ସାରିଛି କ୍ରାଇମବ୍ରାଞ୍ଚ୍। ଶେଷରେ ସୌମ୍ୟ ଙ୍କ ପତ୍ନୀ ଙ୍କୁ ଜେରା କରିବା ପାଇଁ ନିଷ୍ପତ୍ତି ନେଇଥିଲା କ୍ରାଇମବ୍ରାଞ୍ଚ୍। ଆଉ ସେହି ଅନୁସାରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗାଁରେ ଘରେ ଜେରା କରିଥିଲା ଏହି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌।

ତେବେ ମିଳିଥିବା ସୂଚନା ଅନୁସାରେ ଏହି ଜେରା ବେଳେ ୭୦ ଟି ପ୍ରଶ୍ନ ପଚାରିଥିଲେ କ୍ରାଇମବ୍ରାଞ୍ଚ୍। ଆଉ ଉତ୍ତର ଦେଲା ବେଳେ ବାରମ୍ଵାର ଶୁଖି ଯାଉଥିଲା ବିଦ୍ୟାଙ୍କ ତଣ୍ଟି। ଆଉ ସେ କିଛି ପ୍ରଶ୍ନରେ ଉତ୍ତର ଦେଲେ ଏବଂ କିଛି ପ୍ରଶ୍ନରେ ନୀରବ ବି ରହିଥିଲେ। ପୁର୍ବରୁ କ୍ରାଇମବ୍ରାଞ୍ଚ୍ ରେକର୍ଡ଼ କରି ସାରିଛି ୧୯ ଜଣଙ୍କ ବୟାନ। ଦୀର୍ଘ ସାଢେ଼ ୬ ଘଣ୍ଟା ଧରି ବିଦ୍ୟାଙ୍କୁ କାଲି ବୁଲେଇ ବାଙ୍କେଇ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ୍। ତେବେ ଗୁରୁବାର କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ତନାଘନା ଜେରା କରିବା ପରେ ଅର୍ଥାତ୍ ପ୍ରାୟ ସାଢ଼େ ୬ ଘଣ୍ଟାରେ ୭୦ ପ୍ରଶ୍ନ କ୍ରାଇମବ୍ରାଞ୍ଚ୍ ଟିମ୍‌ ପଚାରିବା ପରେ ଆଜି ପୁଣି ଥରେ ବିଦ୍ୟାଭାରତୀ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ବୋଲି ଶୁଣିବାକୁ ମିଳିଥିଲା।

କିନ୍ତୁ ଶୁକ୍ରବାର ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ ବିଦ୍ୟାଙ୍କୁ ଜେରା ନକରି ଫେରି ଯାଇଥିବା ଜଣା ଯାଇଛି।ଗତ ଜୁଲାଇ ୧୨ ତାରିଖ ରାତିରେ ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏବଂ ପରେ କଟକର ଏକ ଘରୋଇ ମେଡିକାଲକୁ ସୌମ୍ୟଙ୍କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।