ଶେଷରେ ହେଲା ମହାଖୁଲାସା ! “ସନ୍ଦେହରେ DFO ଓ ସ୍ତ୍ରୀ ବିଦ୍ୟାଭାରତୀ” ସାମ୍ନାକୁ ଆସିଲା ସମସ୍ତଙ୍କ ଛାତି କୁ ଦୁହୁଲି ଦେଲା ଭଳି ଦୃଶ୍ୟ….ଦେଖନ୍ତୁ ଭିଡ଼ିଓ

ବଳି ପଡିଲା ବିଶ୍ବାସ। ବର୍ଷେ ବି ପୁରିଲାନି ବାହାଘର କିନ୍ତୁ ସମ୍ପର୍କ ରେ ପଡିଲା ଫାଟ। ଆଉ ଏହାପରେ ସବୁକିଛି ଭାଙ୍ଗି ଚୁରମାର ହୋଇଗଲା। ପ୍ରଥମେ ଭାଇରାଲ ଅଡିଓ, ତାପରେ ସଂଦେହ ଜନକ ଚିଠି ଏବଂ ପରେ ଦିବ୍ୟାଭାରତି ଙ୍କ ଫଟୋ ଅନେକ କିଛି କଥା ବୟାନ କରୁଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେ କହୁଛୁ ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣା। ଏସିଏଫ ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସି ପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ରୋଚକ କରି ଦେଉଛି।ତେବେ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଏହା ଅଧିକ ରହସ୍ୟପୂର୍ଣ୍ଣ ହୋଇ ପଡ଼ୁଛି।

ଏହି ଅଧିକାରୀ ଙ୍କ ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି। ବିଦ୍ୟାଭାରତୀ ତାଙ୍କ ଶରୀରରେ ଯେଉଁ ପୋଡ଼ା ଚିହ୍ନକୁ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ତାର କୌଣସି ଚିହ୍ନ ପରେ ଦେଖିବାକୁ ମିଳିନଥିଲା। ଯେଉଁଥିରୁ ଏହା ମିଛ ବୋଲି ପ୍ରମାଣିତ ହୋଇଥଲା।ସୌମ୍ୟଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲେ ମଧ୍ୟ ମେଡିକାଲ ନେବା ବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ଠାରେ ଆମ୍ବୁଲାନ୍ସକୁ ଅଟକା ଯାଇଥିଲା। ଏହି ଘଟଣାରେ ତଦନ୍ତ ପରିସରକୁ ଆସୁଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା।

ଠିକ୍‌ ସମୟରେ ଉଭୟଙ୍କୁ ପଚରା ଉଚରା କରାଯିବ ବୋଲି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କହିଛନ୍ତି। କିନ୍ତୁ ଏବେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଙ୍କୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ଅନ୍ୟପକ୍ଷରେ ତଦନ୍ତରେ ପୋଲିସକୁ ସହଯୋଗ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ୩ ଜଣିଆ ଟିମ୍‌ ମଙ୍ଗଳବାର ପାରଳାଖେମୁଣ୍ଡିକୁ ଆସିଛି। ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଆଗକୁ ତଦନ୍ତ କେଉଁ ଦିଗକୁ ଯିବ ସେ ନେଇ ଆଲୋଚନା କରିଛନ୍ତି।

ସେପଟେ ବାଲେଶ୍ୱର ଜିଲା ଖଇରାରେ ସୌମ୍ୟଙ୍କ ପରିବାର ସଦସ୍ୟ ଓ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ଗୌଡ଼ଗାଁରେ ନିଜ ବାପଘରେ ଥିବା ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଦୁଇ ଦିନ ଧରି ଜେରା କରିବା ପରେ ବୁଧବାର ଟିମ୍‌ ସହ ଫେରିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ।ସେ ପାଇଥିବା ତଥ୍ୟ ଉପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି। ଏହାକୁ ନେଇ ଏବେ ତଦନ୍ତ ଜାରି ରହିଛି। ସୌମ୍ୟଙ୍କ ମୃତ୍ୟୁ ଘଟଣାର ସବୁ ଦିଗକୁ ତର୍ଜମା କରାଯିବ ବୋଲି ଏସ୍‌ପି କହିଛନ୍ତି।ଆଉ ଏବେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ବିଦ୍ୟାଭାରତି ଙ୍କ ଲିଙ୍କ କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରୁ କିଛି ସୁରାକ ତଦନ୍ତ କାରୀ ଦଳକୁ ମିଳିପାରେ ବୋଲି ଅନୁମାନ କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment