ଶୁଣନ୍ତୁ ଭାଇରାଲ Audio Call : ମହା ଖୁଲାସା ! ମୃତ୍ୟୁ ପୂର୍ବରୁ ଦିବ୍ୟା ଓ ସୌମ୍ୟଙ୍କ ଅନ୍ୟ ଝିଅକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି କଥାବାର୍ତ୍ତା, ଯାହା ଏବେ ନିଆଁ ଭଳି ଭାଇରାଲ….

0

ବନ୍ଧୁଗଣ ଏବେ ACF ସୌମ୍ୟରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁ ଘଟଣା କୁ ନେଇ ଚର୍ଚ୍ଚା ଏକ ପ୍ରକାର ଜୋର ଧରିବାରେ ଲାଗିଛି।ଏହି କ୍ରମରେ ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଏବେ ଆରମ୍ଭ ହୋଇଛି। ଏଥିପାଇଁ ଗତ ଶୁକ୍ରବାର ଦିନ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ସାଇଣ୍ଟଫିକ ଟିମ୍‌ ଓ ପୋଲିସ ପହଞ୍ଚି ତଦନ୍ତ ମଧ୍ୟ ଆରମ୍ଭ କରିଥିଲା।
ଆପଣ ତ ଜାଣିଛନ୍ତି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହି ଘଟଣାକୁ ନେଇ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି।

ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ସୋମବାର ପ୍ରଥମେ ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମକୁ ଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥିଲେ।ଏହାପରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଗୌଡଗାଁସ୍ଥିତ ସୌମ୍ୟଙ୍କ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଏହି ଟିମ୍ ପଚରାଉଚୁରା କରିଛନ୍ତି। ଦିନକୁ ଦିନ ଏହି ଘଟଣାକୁ ନେଇ ନୂଆ ମୋଡ ସାମ୍ନାକୁ ଆସୁଥିବା ବେଳେ ଏବେ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ସ୍ବାମୀ ସୌମ୍ୟଙ୍କ ଭିତରେ ପୁର୍ବରୁ ହୋଇଥିବା ବାର୍ତ୍ତାଳାପ ର ଏକ ଅଡିଓ କଲ୍ ସାମ୍ନାକୁ ଆସିଛି।

ଯେଉଁଥିରେ ସ୍ବାମୀଙ୍କ ଆଉ କେଉଁ ଝିଅଙ୍କ ସହ କଥା ବାର୍ତ୍ତା ହେବାକୁ ନେଇ ସ୍ତ୍ରୀ ସଂଦେହ କରିବା ପରେ ସ୍ୱାମୀଙ୍କୁ ତାଙ୍କ ମୋବାଇଲ ମାଗୁଛନ୍ତି ଏବଂ ସ୍ଵାମୀ ମନା କରୁଥିବା ଶୁଣିବାକୁ ମିଳୁଛି। ସ୍ଵାମୀ କହୁଛନ୍ତି ତୁମକୁ ଯଦି କିଛି ପ୍ରମାଣ କରିବାର ଅଛି ତେବେ ତୁମେ ନିଜେ କର ମୁଁ ମୋବାଇଲ୍ ଦେଇ ପାରିବିନି। ସ୍ତ୍ରୀ କହୁଛନ୍ତି ମୋବାଇଲ୍ ନଦେଲେ ମୁଁ କିପରି ପ୍ରମାଣ କରିବି। ଏହିଭଳି ଦୁଇଜଣଙ୍କ ଭିତରେ ହେଉଥିବା ମନମାଲିନ୍ୟ ଜନିତ ସଂଦେହ ପୂର୍ବକ କଥାବାର୍ତ୍ତା ର ଏକ ଅଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏପଟେ ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିଛନ୍ତି ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ।

ଫୋନରେ ସେ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି। ଥରେ ଫୋନ୍‌ରେ କଥା ହେବାବେଳେ ଧରା ପଡ଼ିଥିଲେ। ବିବାହର ମାତ୍ର ୩ ମାସ ପରେ ସୌମ୍ୟଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଜାଣିଥିଲେ ବୋଲି ବିଦ୍ୟାଭାରତୀ ଏବେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ କି ସୌମ୍ୟ ଗତ ୧୨ ତାରିଖ ରାତିରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ବ୍ରହ୍ମପୁର ଏବଂ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କର ମୃତ୍ୟୁ ର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।