ବନ୍ଧୁଗଣ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଏକାଦଶୀ ଠାରୁ ପୂର୍ଣମୀ ପ୍ରଯ୍ୟନ୍ତ ଏହି ପାଞ୍ଚ ଦିନକୁ ପଞ୍ଚୁକ ବୋଲି କୁହାଯାଏ |ଏହି ବ୍ରତ ପ୍ରାୟ ସମସ୍ତେ କରନ୍ତି, ଏହି ବ୍ରତ କଲେ ରାଧା କ୍ରିଷ୍ଣଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ |ଏହି ବ୍ରତ ଆପଣ ଯଦି ନିଷ୍ଠାର ସହିତ କରନ୍ତି ତେବେ ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ, ଏହା ସହିତ ଆପଣଙ୍କ ଘରେ କୌଣସି ଅଭାବ ରହିନଥାଏ |ମୁଁ ଆଜି ଆପଣକୁ ଏହି ପଞ୍ଚୁକ ପାଞ୍ଚ ଦିନରେ କଣ କଲେ ଶୁଭ ହୋଇଥାଏ ଏବଂ କଉଁ କାର୍ଯ୍ୟ ଅଶୁଭ ହୋଇଥାଏ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |
ଏହି ପଞ୍ଚୁକ ପାଞ୍ଚ ଦିନରେ ଆପଣ ରାଧା କୃଷ୍ଣଙ୍କ ପୂଜା କରନ୍ତୁ ଏବଂ ପୂଜା କରିବା ସମୟରେ ଆପଣ ତୁଳସୀ କାଠର ଚନ୍ଦନ ଘୁରାଇ ଲଗାନ୍ତୁ |ଏହାଦ୍ୱାରା ଆପଣକୁ ବହୁତ ଶୁଭଫଳ ମିଳିଥାଏ, ପ୍ରଭୁଙ୍କର କୃପା ଆପଣଙ୍କ ସର୍ବଦା ରହିଥାଏ |ଏହି ପାଞ୍ଚଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯଦି ନିଜର ଘର ଓ ଘର ଚତୁର୍ପାଶ୍ୱ ଉଲେଇ ସଫା କରିନିଅନ୍ତି ତେବେ ମା ଲଷ୍ମୀ ଆପଣଙ୍କ ଘରେ ବାସ କରନ୍ତି |ଆପଣ ଏହି ପାଞ୍ଚଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରାତଃ ସ୍ନାନ ସାରି ତୁଳସୀ ପୂଜା କିମ୍ବା ରାଧା କୃଷ୍ଣଙ୍କୁ ପୂଜା କରି ତାଙ୍କ ସାମ୍ନାରେ ମୁରୁଜ ପକାନ୍ତି ତେବେ ଏହିପରି ଯଦି ଆପଣ କରନ୍ତି ତେବେ ଆପଣଙ୍କ ସବୁ ମନସ୍କାମନା ପୂରଣ ହୋଇଥାଏ |
ଏହି ପଞ୍ଚୁକ ପାଞ୍ଚ ଦିନରେ ଆପଣ ପ୍ରଭୁ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ଲଗାନ୍ତୁ, ଏହା ତାଙ୍କର ବହୁତ ପ୍ରିୟ |ଏହିପରି କରିବା ଦ୍ଵାରା ପ୍ରଭୁଙ୍କର କୃପା ଆପଣଙ୍କ ଉପରେ ରହିଥାଏ ସେ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି |ପଞ୍ଚୁକ ଶେଷ ଦିନ ଆପଣ ଡ଼ଙ୍ଗା ନିଶ୍ଚିତ ଭାଷାଉଥିବେ , ଏହି ଡ଼ଙ୍ଗା ଯଦି ଆପଣ କଦଳୀ ପାଟୁଆରେ ତିଆରି କରି ଭାସନ୍ତି ତେବେ ତାହା ମଙ୍ଗଳ ହୋଇଥାଏ |ଏହାଦ୍ୱାରା ଆପଣଂକ ସମସ୍ତ ମାନସିକ ପୂରଣ ହୋଇଥାଏ |ଆପଣଂକ ଏହି ଦିନ ଖୁସିରେ ଯାଇଥାଏ |
ନଭେମ୍ବର 15ରୁ 19ଯାଏଁ ମହା ପାଞ୍ଚୋକ ହେବାକୁ ଯାଉଛି, ଏହି ପାଞ୍ଚ ଦିନ ଆପଣ କିଛି କାର୍ଯ୍ୟପ୍ରତି ସାବଧାନ ରୁହନ୍ତୁ |ଏହି ପଞ୍ଚୋକ ପାଞ୍ଚଦିନ ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଆପଣଂକ ପାଇଁ ଅଶୁଭ ହୋଇଥାଏ |ଏହି ସମୟରେ ଆପଣ ଭୁଲରେ ବି ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ,ଏହା ବହୁତ ଅଶୁଭ ହୋଇଥାଏ | ଧନିଷ୍ଟ ନକ୍ଷତ୍ର ସମୟରେ ଆପଣ ଭୁଲରେ ବି ଘାସ, କାଠ ଏବଂ ଜଳୁଥିବା ବସ୍ତୁ ମାନଙ୍କୁ ଏକାଠି କରନ୍ତୁ ନାହିଁ |ଏହା ଅଶୁଭ ହୋଇଥାଏ, ଏହାଦ୍ୱାରା ଆପଣଂକ ଉପରେ ଖରାପ ପ୍ରଭାବ ପଡିଥାଏ |
ଏହି ପାଞ୍ଚଦିନ ଆପଣ ଦକ୍ଷିଣକୁ ଯାତ୍ରା କରନ୍ତୁ ନାହିଁ କାରଣ ଦକ୍ଷିଣରେ ଯମଙ୍କ ବାସସ୍ଥାନ ହୋଇଥାଏ, ତେବେ କାର୍ଯ୍ୟ ଆପଣଂକ ପାଇଁ ଶୁଭ ହୋଇନଥାଏ |ରେବତୀ ନକ୍ଷତ୍ର ସମୟରେ ଆପଣ ଘରର ଛାତ ପକାନ୍ତୁ ନାହିଁ, ଏହାସହିତ ଏହି ପାଞ୍ଚଦିନରେ ଆପଣ ଯଦି କୌଣସି ଶବର ସତ୍କାର କରୁଛନ୍ତି ତେବେ ଏକ ବଡ଼ ପାଣ୍ଡିତର ପରାମର୍ଶ ନିଅନ୍ତୁ |ଏହି ସମୟରେ ବେପାରୀ, ନିର୍ବନ୍ଧ ଓ ବିବାହ କାର୍ଯ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।