Sadhu Bani – ମହା ପଞ୍ଚୁକ ରେ ଏହି କାମ କଲେ ମହାପୁଣ୍ୟ ପ୍ରାପ୍ତି ହେବ, ଘରର ଅଭାବ ଦୂର ହୋଇଥାଏ

0

ଆଗାମୀ ଆସିବାକୁ ଥିବା ପବିତ୍ର ପଞ୍ଚକ ନଭେମ୍ୱର 15 ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ୱର 19 ତାରିଖ ପର୍ଯ୍ୟନ୍ତ ରହିବ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁରୁଷ ସ୍ତ୍ରୀ , ଯୁବକ ଏବଂ ଯୁବତୀ ସମସ୍ତେ ଦୃଢ ବ୍ରତ ଭାବେ ପ୍ରାତହ ସ୍ନାନ ସହିତ ପଞ୍ଚକ ପାଞ୍ଚ ଦିନ ପାଳନ କରିଥାନ୍ତି । ଯୌଣସି ବ୍ୟକ୍ତି ନିଜର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଚାହୁଁଥିଲେ , ଏହି ପଞ୍ଚକ 5 ଦିନରେ କରାନ୍ତୁ କେବଳ 5ଟି କାମ । ଘରେ କେବେହେଲେ ଧନର ଅଭାବ କରିବ ନାହିଁ , ମାତା ଲକ୍ଷ୍ମୀଙ୍କର କୃପାରେ ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ବଢି ଚାଲିବ । ତେବେ ଆସନ୍ତୁ ଜାଣିବା ପଞ୍ଚୁକରେ କେଉଁ 5 ଟି କାର୍ଯ୍ୟ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

1. ରାଧାକୃଷ୍ଣଙ୍କର ପୂଜା ଅର୍ଚ୍ଚନା କରନ୍ତୁ :-

କାର୍ତ୍ତିକ ମାସ ପଞ୍ଚୁକରେ ପ୍ରଭୁ ରାଧାକୃଷ୍ଣଙ୍କର ପୂଜା ଅର୍ଚ୍ଚନା କରାନ୍ତୁ , ପୂଜା କରିଲା ବେଳେ ରାଧାକୃଷ୍ଣଙ୍କୁ ଚନ୍ଦନ କାଠ ଘରେଇ ଲଗାନ୍ତୁ । ଏହା କରିବା ଦ୍ୱାରା ରାଧାକୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

2. ବଢିଭୋରରୁ ଉଠି ଘର ସଫା କରି ନିଅନ୍ତୁ :-

ମହା ପଞ୍ଚୁକ 5 ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳୁ ଭୋର ଭୋର ଉଠି ନିଜର ଘର ସଫା କରି ନିଅନ୍ତୁ । ଏହାପରେ ଘର ବାହାରର ସମସ୍ତ ସ୍ଥାନରେ ଝା଼ଡୁ ସାହାର୍ଯ୍ୟରେ ପରିଷ୍କାର କରନ୍ତୁ । ଏହା କରିବା ଦ୍ୱାରା ଭଗବାନ ବିଷ୍ଣୁ ଆପଣଙ୍କ ଉପରେ କୃପା ଲାଭ କରିଥାନ୍ତି ।

କେଉଁ କାର୍ଯ୍ୟ କରିବା ଉଚିତ ନୁହଁ –

1. ଖଟ ଉପରେ ବସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକରେ ଖଟ ଉପରେ ବସି କୌଣସି ବି ମନ୍ତ୍ର ଉଚ୍ଚାରଣ କରିବା ପାଇଁ ମନା କରାଯାଏ । କାରଣ ଏହା ଶୁଭ ହୋଇ ନଥାଏ , ଏହି କାମ କରିବା ଦ୍ୱାରା କୌଣସି ସଙ୍କଟ ଆସିଥାଏ । ତେଣୁ ଏହି ପଞ୍ଚୁକ ସମୟରେ ନିଜ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ ।

2. ଘାସ , କାଠ , ଜଳୁଥିବା ବସ୍ତୁକୁ ଏକାଠି କରନ୍ତୁ ନାହିଁ :-

ପଞ୍ଚୁକରେ ଯେଉଁ ସମୟରେ ଧନିଷ୍ଠା ନକ୍ଷତ୍ର ର ସମୟ ହୋଇଥାଏ , ସେହି ସମୟରେ ଘାସ , କାଠ ଓ ଜଳୁଥିବା ବସ୍ତୁ ମାନଙ୍କୁ ଏକାଠି କରନ୍ତୁ ନାହିଁ , ଏହା ଅଶୁଭ ହୋଇଥାଏ ।

3. ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ :-

ପଞ୍ଚୁକରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ୍ ମାନା ଯାଏ ନାହିଁ , କାରଣ ଏହି ଦିଗରେ ଯମଙ୍କ ବାସ ହୋଇଥାଏ । ତେଣୁ ଏହି 15 ନଭେମ୍ୱର ଠାରୁ 19 ନଭେମ୍ୱର ପର୍ଯ୍ୟନ୍ତ କୌଣସି ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ ।

4. ଘରର ଛାତ ବନାଇବା ଉଚିତ ନୁହଁ :-

ପଞ୍ଚୁକରେ ଯେବେ ରେବତୀ ନକ୍ଷତ୍ର ଲାଗିଥାଏ , ସେହି ସମୟରେ ଘରର ଛାତ ବନାଇବା ଉଚିତ ହୋଇ ନଥାଏ । ତେଣୁ ଏହି ସମୟରେ କେବେବି ଘରର ଛାତ କୁ କରନ୍ତୁ ନାହିଁ ।

5. ଶବ ସତ୍କାର ଉଚିତ ନିୟମରେ କରନ୍ତୁ :

ପଞ୍ଚୁକରେ ଶବର ଅନ୍ତିମ ସତ୍କାର ପୂର୍ବରୁ କୌଣସି ଯୋଗ୍ୟ ପଣ୍ଡିତର ପରାମର୍ଶ ନିଅନ୍ତୁ । କିଛି ନକ୍ଷତ୍ରରେ ପଞ୍ଚୁକ ଲାଗିବା ଦ୍ୱାରା ଶୁଭ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଏହି ଦିନ ଗୁଡିକରେ ବ୍ୟାପାର ନିର୍ବନ୍ଧ ଆଦି କାର୍ଯ୍ୟ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।