ମହିଳା ଡ଼ାକ୍ତରାଣୀଙ୍କୁ ଦୁଷ୍କର୍ମ କଲେ ହୋଟେଲ ମାଲିକଙ୍କ ପୁଅ…ଦେଖନ୍ତୁ ଭିଡ଼ିଓ

0

ପୁଣି ସାମ୍ନାକୁ ଆସିଲା ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର।ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ନିମ୍ନଗାମୀ କରି ଦେଉଛି।ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ଯେମିତି ବଢ଼ିବାରେ ଲାଗିଛି।ନୈତିକତା ଓ ନିଜର ମାନବିକତା ଭୁଲି ଲୋକେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।

ସେହିପରି ଏବେ ସମ୍ନାକୁ ଆସିଛି ଜଣେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ସୂଚନା ଅନୁସାରେ ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ।ଏଠାରେ ଜଣେ ମହିଳା ଡାକ୍ତର ତାଙ୍କ ସହ ଘଟିଥିବା ଏହିଭଳି ଏକ ଘଟଣାର ଅଭିଯୋଗ ଆଣିବା ପରେ ତାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ବୋଲି ଜଣା ପଡିଛି।ତେବେ ମିଳିଥିବା ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ସେହି ଅଞ୍ଚଳରେ ରହୁଥିବା ଜଣେ ହୋଟେଲ ମାଲିକଙ୍କ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଘଟଣା କ୍ରମ ଏପରି ଥିଲା ଯେ ସୋମବାର ରାତିରେ ସମ୍ପୃକ୍ତ ଯୁବକ ମହିଳା ଡାକ୍ତରଙ୍କ ବାସଭବନକୁ ଖାଇବା ପାର୍ସଲ ନେଇ ଯାଇଥିବା ବେଳେ ସେଠାରେ ମହିଳା ଡାକ୍ତରଙ୍କୁ ଏକୁଟିଆ ଦେଖିବା ପାଇଁ ପାଇଥିଲେ ଏହି ଯୁବକ। ଏହାର ସୁଯୋଗ ନେଇ ସେ ଉକ୍ତ ମହିଳା ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ର ଅଳ୍ପ ସମୟ ମଧ୍ୟରେ ହଠାତ୍‌ ଡାକ୍ତରରାଣୀ ଙ୍କ ଦୁଇ ଜଣ ଭାଇ ଆସି ଘରେ ପହଞ୍ଚି ଯାଇଥିଲେ।ଆଉ ଏହି ସମୟ ରେ ଉକ୍ତ ଯୁବକ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ଏଭଳି ଏକ ଘଟଣା ତାଙ୍କ ସହ ଘଟିବା ପରେ ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଡାକ୍ତର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଆଉ ଏବେ ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ଆଉ ଏପଟେ ଉକ୍ତ ଘଟଣାକୁ ନେଇ ଅନୁଗୁଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି ଯେ, ଉକ୍ତ ଘଟଣାକୁ ନେଇ ପୀଡ଼ିତା ମହିଳା ଡାକ୍ତର ଜଣକ ଥାନାରେ ଅଭିଯୋଗ କରିଥିଲେ ଏବଂ ତାଙ୍କର ଅଭିଯୋଗ କ୍ରମେ ସେ ଅଭିଯୋଗ କରିଥିବା ଯୁବକଙ୍କୁ ସାଙ୍ଗେସାଙ୍ଗେ ଗିରଫ ମଧ୍ୟ କରା ଯାଇଥିଲା। ତେବେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।