ମହିଳା ଡ଼ାକ୍ତରାଣୀଙ୍କୁ ଦୁଷ୍କର୍ମ କଲେ ହୋଟେଲ ମାଲିକଙ୍କ ପୁଅ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି। ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଅବାକ୍। ଏଠାରେ ଜଣେ ପାର୍ଶଲ ବୟ ଯେଉଁ ଭଳି ଭାବରେ ତାଙ୍କର ଯୌନ ପିପାସୁ କୁ ମେଣ୍ଟାଇବା ପାଇଁ ଘୃଣ୍ୟ କାମ କରିଛନ୍ତି ତାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା। ତେବେ ଆସନ୍ତୁ ଜାଣିବା କଣ ଏହି ଘଟଣା ? ଏଠାରେ ଖାଦ୍ୟ ପାର୍ସଲ ଦେବାକୁ ଆସି ଜଣେ ଯୁବକ ଘଟାଇଛନ୍ତି ଜଘନ୍ୟ ଘଟଣା। ଆଉ ଏହାର ଶିକାର ହୋଇଛନ୍ତି ଜଣେ ମହିଳା ଡାକ୍ତର। ଏହିଭଳି ଖବର ଆସିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରୁ।

ତେବେ ଗତ ସୋମବାର ଦିନ ଖାଦ୍ୟ ପାର୍ସଲ ଦେବାକୁ ଆସିଥିବା ହୋଟେଲ ମାଲିକଙ୍କ ପୁଅ ଦ୍ଵାରା ଦୁଷ୍କର୍ମ ର ଶିକାର ହୋଇଛନ୍ତି ମହିଳା ଡାକ୍ତର। ତେବେ ସୂଚନା ଅନୁଯାୟୀ ଏହି ଡାକ୍ତରାଣୀ ଜଣଙ୍କ ଛେଣ୍ଡିପଦା ମେଡିକାଲ କ୍ୱାର୍ଟର ରେ ନିଜ ଦୁଇ ଭାଇଙ୍କ ସହ ରହୁଥିଲେ। ସୋମବାର ରାତି ପ୍ରାୟ ୧୨ ଟା ସମୟରେ ମହିଳା ଡାକ୍ତର ଙ୍କ ସରକାରୀ ବାସଭବନ କୁ ଏହି ଯୁବକ ଜଣଙ୍କ ଖାଦ୍ୟ ପାର୍ସଲ ନେଇ ଯାଇଥିଲେ।ଆଉ ସେଠାରେ ମହିଳା ଡାକ୍ତର ଙ୍କୁ ଏକୁଟିଆ ପାଇ ଜବରଦସ୍ତି ତାଙ୍କ ସହିତ ଅଶାଳୀନ ବ୍ୟବହାର କରିଥିଲେ ଏହି ଯୁବକ।ଆଉ ଏହାର ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ଜବରଦସ୍ତି ତାଙ୍କୁ ବେଡ୍ ରୁମ୍ କୁ ନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ଡାକ୍ତର ଜଣକ।

ପରେ ମହିଳା ଡାକ୍ତର ଙ୍କ ଦୁଇଭାଇ ସେଠାରେ ପହଞ୍ଚି ଥିବାରୁ ସେଠାରୁ ଚଂପଟ ମାରିଥିଲା ସଂପୃକ୍ତ ହୋଟେଲ୍ ମାଲିକଙ୍କ ପୁଅ। ଏନେଇ ଡାକ୍ତରାଣୀ ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍ ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ମଣିଷ କଣ ଏତେ ନୃଶଂସ ହୋଇପାରେ।ନୈତିକତା ଓ ନିଜର ମାନବିକତା ଭୁଲି ଲୋକେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

କେବଳ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ସେମାନଙ୍କୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ତେବେ ଏଭଳି ଅପରାଧୀ ବା ନର ରୂପୀ ରାକ୍ଷସ ମାନଙ୍କ ପାଇଁ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।