Odia Vastu tips – ମହିଳାମାନେ ଏହି ଦିନ ଧୁଅନ୍ତୁ ନାହିଁ ନିଜର ( ବାଳ ) ଘରକୁ ଆସିବ ଦରିଦ୍ରତା

0

ଆମର ଓଡ଼ିଆ ହିନ୍ଦୁ ଧର୍ମରେ ଓ ଓଡ଼ିଶାର ସଂସ୍କୃତି ଅନୁସାରେ ଜଣେ ଘରର ବୋହୂ ହେଉଛି ସେ ଘରର ଲଷ୍ମୀ l ସେହି ଘରର ସୁଖ ଶାନ୍ତି ତଥା ଘରର ମର୍ଯ୍ୟାଦା ସେହି ଘରର ବୋହୂ ମାନଙ୍କ ଉପରେ ନିର୍ଭର କରିଥାଏ l ଯଦି ଜଣେ ବୋହୂ ଚାହିଁବ ତେବେ ତାର ଘରକୁ ସୁଖ ଶାନ୍ତିରେ ଭରି ରଖିବ ଓ ସେ ଯଦି କେବେ କେବେ ଚାହେଁ ସେହି ଘରର ସର୍ବନାଶର କାରଣ ମଧ୍ୟ ହୋଇ ଥାଏ l ନିଜ ଘରେ ଜନ୍ମ ହେବା ସମୟରେ ଝିଅକୁ ଲଷ୍ମୀ ବୋଲି କୁହାଯାଏ l ବିବାହ ପରେ ତାକୁ ଘରର ଗୃହଲଷ୍ମୀ ବୋଲି କୁହା ଯାଇଥାଏ l ଯେଉଁ ନାରୀ ମାନେ ଆମର ଓଡ଼ିଆ ସଂସ୍କୃତି ନିୟମ ବିଷୟରେ ମାନି ଚଳିବା ତା ଘରେ ସୁଖ ଶାନ୍ତି ଧନ ସମ୍ପତି ଆଦି ପ୍ରାପ୍ତ ହୋଇ ଥାଏ l

ବରଂ ଏତିକି ନୁହେଁ ସେ ଯଦି ତାର ନୀତି ଦିନିଆ କାର୍ଯ୍ୟରେ ଯଦି କୌଣସି ତ୍ରୁଟି ଦେଖା ଯାଏ ତେବେ ସେ ତାର ପରିବାରର ସୁଖ ଶାନ୍ତି ଓ ଧନ ସମ୍ପତିର ମଧ୍ୟ ଅଭାବ ଦେଖା ଦିଏ l ଏପରିକି ତାର ସ୍ୱାମୀର ଆୟୁଷ ମଧ୍ୟ ତାର ସ୍ତ୍ରୀ ଉପରେ ନିର୍ଭର କରି ଥାଏ l ପୁରାଣ ଶାସ୍ତ୍ର ଅନୁସାରେ ଆଜି ଆମେ ଜାଣିବା କେଉଁ ବାରରେ ମୁଣ୍ଡ ଧୋଇଲେ ଘରେ ଧନ ସମ୍ପତିର ଆଗମନ ହେବ l

1- ଶାସ୍ତ୍ର ଅନୁସାରେ ମଙ୍ଗଳବାର, ସୋମବାର, ଗୁରୁବାର ଓ ଶନିବାର ଦିନ ମୁଣ୍ଡ ଧୋଇବା ଉଚିତ ନୁହଁ l ଏହି ଦିନ ଗୁଡିକରେ ମୁଣ୍ଡ ଧୋଇଲେ ଘରେ ଅଶାନ୍ତି ଦେଖା ଦେଇଥାଏ l ସ୍ୱାମୀର ଆୟୁଷ ହାନି ହୋଇଥାଏ l

2- ପୁରାଣ ଶାସ୍ତ୍ର ଅନୁସାରେ ମହିଳା ମାନେ ଅମାବାସ୍ୟା ଓ ପୂର୍ଣ୍ଣମୀ ଦିନ କେବେ ବି ମୁଣ୍ଡ ସଫା କରନ୍ତୁ ନାହିଁ l ଏପରି କଲେ ଆମର ପରିବାର ଉପରକୁ ବହୁତ କିଛି ବିପଦ ମଧ୍ୟ ଆସିଥାଏ l ମାତା ଲଷ୍ମୀ ଆମର ଘରକୁ କେବେ ବି ଆଗମନ କରନ୍ତି ନାହିଁ l

3- ମହିଳା ମାନେ କେବେ ବି ନିଜ ପିଲାର ଜନ୍ମ ବାରରେ ମୁଣ୍ଡ ସଫା କରନ୍ତୁ ନାହିଁ l ଏପରି କଲେ ଉଭୟ ପରିବାର ଓ ପିଲା ଉପରେ କୁପ୍ରଭାବ ପକାଇ ଥାଏ l ଦେହ ମଧ୍ୟ ଖରାପ ହୋଇଥାଏ l

4- ଯଦି ମହିଳା ମାନେ ଗୁରୁବାର ଦିନ ମୁଣ୍ଡ ଧୁଅନ୍ତି ତେବେ ଘରୁ ଲଷ୍ମୀ ଛାଡି ଚାଲି ଯାଇଥାନ୍ତି l ଘରେ ଦରିଦ୍ରତାର ଆଗମନ ହୋଇ ଥାଏ l ମାର୍ଗଶିର ମାସ ଗୁରୁବାର ଦିନ ଭୋରୁ ମୁଣ୍ଡ ସଫା କଲେ ଶୁଭ ହୋଇଥାଏ l

5- ମଙ୍ଗଳବାର ଓ ଶନିବାର ଦିନ ମୁଣ୍ଡ ସଫା କଲେ ଆମର ଘରକୁ ଦୁର୍ଭାଗ୍ୟ ଆସିଥାଏ l ପୁରୁଷ ମାନଙ୍କର ଆୟୁଷ ହାନି ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।