ଦେଖନ୍ତୁ ଏହି ମହିଳାଙ୍କ ମହାନତା… ଆପଣ ବି ପ୍ରଶଂସା କରିବେ… ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Video

ବେଳେବେଳେ ଅଚାନକ ଭାବରେ କିଛି ଏପରି ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥାଏ, ଯାହାକୁ ସେହି ସମୟରେ ସମାଧାନ କରିବା ସାଧାରଣରେ କଷ୍ଟକର ହୋଇପଡେ। ତେବେ ଏହି ସମୟରେ ଅନେକ ଜଣ ବିଚଳିତ ହୋଇ ପଡ଼ନ୍ତି ଏବଂ କଣ କରିବେ ତାହା ଜାଣି ପାରନ୍ତି ନାହିଁ। ନିକଟରେ ଏକ ସେହିପରି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଯୁବତୀ ରାସ୍ତାରେ ଘରକୁ ଫେରୁଥିବା ସମୟରେ ତାଙ୍କର ପିରିଆଡସ ହୋଇ ଯାଉଛି ଆଉ ଜୋର୍ ରେ ତାଙ୍କର ପେଟ କାଟୁଛି। ଏହାପରେ ସେ ଏହି କଷ୍ଟକୁ ସହି ନପାରି କେଉଁଠି ବସିବା ପାଇଁ ଚାହୁଁଛନ୍ତି।ସେ ଧଳା ରଙ୍ଗର ଡ୍ରେସ୍ ପିନ୍ଧି ଥିବା କାରଣରୁ ବ୍ଲିଡ଼ିଂ ହେବାପରେ ଏହା ଡ୍ରେସ୍ ରେ ଲାଗି ଯାଇ ବାହାରକୁ ସ୍ପଷ୍ଟ ଭାବରେ ଦେଖା ଯାଉଛି।

ଏହାକୁ ଦେଖି ସେ ଅସହଜ ମନେ କରୁଛନ୍ତି ଏବଂ ଅଧା ରାସ୍ତାରେ ସେମିତି କିଛି ସୁବିଧା ନଥିବା ରୁ ସେ ଡ୍ରେସ୍ ଚେଞ୍ଜ କରି ପାରୁ ନାହାଁନ୍ତି କିମ୍ୱା ସାନିଟାରି ପ୍ୟାଡ ର ବ୍ୟବହାର ମଧ୍ଯ କରି ପାରୁ ନାହାଁନ୍ତି। ତେବେ ତାଙ୍କର ଏଭଳି ଅବସ୍ଥାକୁ ଦେଖି ସେହି ରାସ୍ତା ଦେଇ ଯାଉଥିବା ଅନେକ ଲୋକ ଏହାର ମଜାକ ଉଡ଼ାଉଛନ୍ତି। କିଏ ଚାହିଁ ହସି ଦେଇ ଚାଲି ଯାଉଛି ତ ପୁଣି କିଏ କମେଣ୍ଟ ମଧ୍ଯ କରୁଛି। ଆଉ ଜଣେ ଯୁବକ ସେହି ରାସ୍ତା ଦେଇ ଯାଉଥିବା ସମୟରେ, ଯୁବତୀଙ୍କ ଏପରି ଦୃଶ୍ୟକୁ ଦେଖି କ୍ୟାମେରା ରେ ଫଟୋ ମଧ୍ଯ ଉଠାଉଛନ୍ତି। ଏହାକୁ ଦେଖି ଯୁବତୀ ଜଣଙ୍କ ଅଧିକ ନର୍ଭସ ହେବା ସହିତ ତାଙ୍କୁ ଏହା ବହୁତ୍ ଖରାପ୍ ଲାଗୁଛି।

ତେବେ କିଛି ସମୟ ପରେ ମହିଳା ଜଣଙ୍କ ଏହିପରି ଭାବରେ ନିଜକୁ ସମ୍ଭାଳି ନେଇ ଆଗକୁ ଚାଲିବାକୁ ଲାଗିଛନ୍ତି। ଏବଂ ଏହାପରେ ଏକ ମୁସଲମାନ ଯୁବତୀ ସେହି ବାଟ ଦେଇ ଯାଉଥିବା ସମୟରେ ଝିଅଟିର ଏପରି ଅବସ୍ଥାକୁ ଦେଖି ତାକୁ ସାହାଯ୍ୟ କରିବା ପାଇଁ, ତା ପାଖକୁ ଯାଉଛନ୍ତି ଏବଂ ପ୍ରଥମେ ମହିଳା ଜଣଙ୍କୁ ସେ ବସାଇ ଦେଉଛନ୍ତି। ତାପରେ ସେ ଉପରେ ପିନ୍ଧିଥିବା ତାଙ୍କର ଲମ୍ବା କଳା ରଙ୍ଗର ପୋଷାକ କୁ ବାହାର କରି ଉକ୍ତ ଯୁବତୀ ଜଣଙ୍କୁ ପିନ୍ଧାଇ ଦେଉଛନ୍ତି। ଏହାପରେ ପିରିଆଡସ ହୋଇଥିବା ଯୁବତୀ ଜଣଙ୍କ ତାଙ୍କର ଏପରି ଦୃଶ୍ୟକୁ ଲୁଚି ପାରୁଛନ୍ତି।

ଏହାପରେ ସାହାଯ୍ୟ କରିଥିବା ଏହି ଭଉଣୀ ଜଣଙ୍କ ତାଙ୍କୁ ଏହି ପୋଷାକ ପିନ୍ଧି ରାସ୍ତାରେ ଯିବାକୁ କହୁଛନ୍ତି। ତାପରେ ସେ ତାଙ୍କୁ ଧରି ଧରି ରାସ୍ତାରେ ନେଇ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏ ଭିଡିଓ ରେ। ତେବେ ଏଠାରେ ଏହି ମହିଳା ଜଣଙ୍କର ଏପରି ସାହାଯ୍ୟ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମସ୍ତେ ଉକ୍ତ ମହିଳା ଜଣଙ୍କୁ ସାବାସି ଦେବା ସହିତ ତାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment