ମଜାଳିଆ ପ୍ରଶ୍ନ – ମନ୍ଥି ମନ୍ଥି କରି ଠିଆ କଲି କଣା ଦେଖିକି ପୁରେଇ ଦେଲି, ସେଇଟା କଣ କୁହ ଦେଖି ? ଅକାତ ଅଛି ତ ଉତ୍ତର ଦେଇ କି ଦେଖାଓ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୨୦ ଟି ଦେଶ ଦୁନିଆ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୨୦ ଟି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଯେତେ ଇଛା ସେତେ ଝାଙ୍କିଲି ଚିପି ଦେଇକି ବ୍ୟବହାର କରିଲି ?
ଉତ୍ତର: ହ୍ଵାଇଟ ନର।

(୨) ପ୍ରଶ୍ନ:- ମନ୍ଥି ମନ୍ଥି ଠିଆ କଲି କଣା ଦେଖିକି ପୁରେଇ ଦେଲି ?
ଉତ୍ତର: ଛୁଞ୍ଚି ସୂତା।

(୩) ପ୍ରଶ୍ନ:- ପାତାଳ ରେଳ ପ୍ରଥମେ କେଉଁଠି ଚାଲିଥିଲା ?
ଉତ୍ତର: କଲିକତାରେ।

(୪) ପ୍ରଶ୍ନ:- ଭାରତର ପ୍ରଥମ ରେଳ ପୋଲର ନାଁ କଣ ?
ଉତ୍ତର: ଥାନେକ୍ରିକ।

(୫) ପ୍ରଶ୍ନ:- କେଉଁ ରେଳପଥ ସବୁଠାରୁ ଦୀର୍ଘତମ ?
ଉତ୍ତର: ଉତ୍ତର ରେଳପଥ।

(୬) ପ୍ରଶ୍ନ:- କେଉଁ କାମ ଝିଅ ମାନେ ପଛ ଅପେକ୍ଷା ଆଗରେ କରିବା ପାଇଁ ଭଲ ପାଆନ୍ତି ?
ଉତ୍ତର: ନିଜର ପ୍ରଶଂସା।

(୭) ପ୍ରଶ୍ନ:- ପୁରୁଷ ମାନେ ପ୍ରତିଦିନ ଓ ମହିଳା ମାନେ କେବଳ ବର୍ଷରେ ଥରେ ପିଧନ୍ତି ତାହା କଣ ?
ଉତ୍ତର: ପଇତା।

(୮) ପ୍ରଶ୍ନ:- ରାମାୟଣ କେବେ ଠାରୁ ଦୂରଦର୍ଶନରେ ପ୍ରସାରିତ ହେଲା ?
ଉତ୍ତର:୧୯୮୭ ମସିହା ଜାନୁଆରୀ ୨୫ ତାରିଖ।

(୯) ପ୍ରଶ୍ନ:- କେଉଁ ଭାରତୀୟ ଫିଲ୍ମରେ ୭୧ ଟି ଗୀତ ଅଛି ?
ଉତ୍ତର: ଇନ୍ଦ୍ରସଭା।

(୧୦) ପ୍ରଶ୍ନ:- ଧଳା ହାତୀର ଦେଶ କାହାକୁ କହନ୍ତି ?
ଉତ୍ତର: ଥାଇଲାଣ୍ଡ।

(୧୧) ପ୍ରଶ୍ନ:- କେଉଁ ପ୍ରାଣୀ ସବୁବେଳେ କାନ୍ଦୁଥାଏ ?
ଉତ୍ତର: କୁମ୍ଭୀର।

(୧୨) ପ୍ରଶ୍ନ:- ଫଟା ଫଟା ସିଏ ଜନମ ଫଟା, ଫଟା ଚାରିପଟେ ବାଳ ଫଟାକୁ ବୁଜିଲେ ବୁଜି ହୋଇଯାଏ ଓ ଖୋଲି ଦେଲେ ନିର୍ମଳ ?
ଉତ୍ତର: ଆଖି।

(୧୩) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ତିନୋଟି ଛୁଆ ଜନ୍ମ କରିଲେ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡେ ?
ଉତ୍ତର: କେରଳ।

(୧୪) ପ୍ରଶ୍ନ:- ମହିଳା ମାନେ ତାଙ୍କ ଶାଢ଼ୀ ତଳେ କଣ ପିନ୍ଧନ୍ତି ?
ଉତ୍ତର: ଚପଲ।

(୧୫) ପ୍ରଶ୍ନ:- କେଉଁ ଡର ଆପଣଙ୍କୁ ସୁନ୍ଦର ଦେଖା ଯିବାରେ ସାହାଯ୍ୟ କରେ ?
ଉତ୍ତର: ପାଉଡର।

(୧୬) ପ୍ରଶ୍ନ:- ତାହା କଣ ଯାହା ଗରିବ ମାନେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀମାନେ ନିଜ ପକେଟରେ ରଖି ଦିଅନ୍ତି ?
ଉତ୍ତର: ଶୀଙ୍ଗାଣି।

(୧୭) ପ୍ରଶ୍ନ:- କେଉଁ ଜୀବ ତାର ନାକ ଦ୍ୱାରା ସବୁ କାମ କରିଥାଏ ?
ଉତ୍ତର: ହାତୀ।

(୧୮) ପ୍ରଶ୍ନ:- ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?
ଉତ୍ତର: ଅନ୍ଧାର।

(୧୯) ପ୍ରଶ୍ନ:- ସେ ଚାଲେ କିନ୍ତୁ କୁଆଡେ ଯାଏ ନାହିଁ ?
ଉତ୍ତର: ଟିଭି।

(୨୦) ପ୍ରଶ୍ନ:- ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?
ଉତ୍ତର: ନାମ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।